ETV Bharat / bharat

କୋଭିଡ୍‌ 19 ସଂପର୍କରେ ନିରପେକ୍ଷ ‘ତଦନ୍ତ’ ପାଇଁ ଅନ୍ତର୍ଜାତୀୟ ପ୍ରସ୍ତାବକୁ ଭାରତର ସମର୍ଥନ

author img

By

Published : May 18, 2020, 6:13 PM IST

ଅଷ୍ଟ୍ରେଲିଆ ଓ ୟୁରୋପୀୟ ସଂଘ ନେତୃତ୍ବରେ ପ୍ରସ୍ତାବ ଉପସ୍ଥାପିତ, ବାଦ୍‌ ପଡ଼ିଲେ ଆମେରିକା ଓ ଚୀନ୍‌ । ଅଧିକ ପଢନ୍ତୁ...

କୋଭିଡ୍‌ 19 ସଂପର୍କରେ ନିରପେକ୍ଷ ‘ତଦନ୍ତ’ ପାଇଁ ଅନ୍ତର୍ଜାତୀୟ ପ୍ରସ୍ତାବକୁ ଭାରତର ସମର୍ଥନ
କୋଭିଡ୍‌ 19 ସଂପର୍କରେ ନିରପେକ୍ଷ ‘ତଦନ୍ତ’ ପାଇଁ ଅନ୍ତର୍ଜାତୀୟ ପ୍ରସ୍ତାବକୁ ଭାରତର ସମର୍ଥନ

କୋରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ୱୁହାନ କିମ୍ବା ଚୀନ୍‌ର ନାମ ଉଲ୍ଲେଖ ନକରି, ଏହି ବିଶ୍ବ ମହାମାରୀର ପ୍ରାଦୁର୍ଭାବ ସମ୍ପର୍କରେ ଏକ ନିରପେକ୍ଷ ‘ତଦନ୍ତ’ କରିବା ସକାଶେ 62ଟି ଦେଶ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସୋମବାର ଦିନ ଜେନେଭାଠାରେ ବିଶ୍ବ ସ୍ବାସ୍ଥ୍ୟ ସଭା ବା ୱାର୍ଲଡ୍‌ ହେଲ୍‌ଥ ଆସେମ୍ବ୍ଲି(WHA)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ପୂର୍ବରୁ, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ସଂଘ ପକ୍ଷରୁ ମିଳିତ ଭାବେ ଏହି ପ୍ରସ୍ତାବ ଉପସ୍ଥାପିତ ହୋଇଛି । ହେଲେ, କୁହାଯାଉଛି ଯେ, ଅତି ସନ୍ତର୍ପଣରେ ଶବ୍ଦ ସଂଯୋଜନା କରାଯାଇଥିବା ଏହି ପ୍ରସ୍ତାବରେ ବିଶ୍ବ ମହାମାରୀ ସମ୍ପର୍କରେ ‘ତଦନ୍ତ ବା ଅନୁସନ୍ଧାନ’ ବଦଳରେ ଏକ ‘ମୂଲ୍ୟାଙ୍କନ’ର ଆବଶ୍ୟକତା ରହିଥିବା ଦର୍ଶାଯାଇଛି ।

ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା 62ଟି ଦେଶ ମଧ୍ୟରେ ଭାରତ ସମେତ ଆଲବାନିଆ, ବାଂଲାଦେଶ, ବେଲାରୁସ୍‌, ଭୁଟାନ, ବ୍ରାଜିଲ, କାନାଡା, ଇଣ୍ଡୋନେସିଆ, ଜାପାନ, ନ୍ୟୁଜିଲାଣ୍ଡ, ନରୱେ, ଦକ୍ଷିଣ କୋରିଆ, ରୁଷ, ତୁର୍କୀ ଏବଂ ମିଳିତ ଗଣରାଜ୍ୟ ସାମିଲ ହୋଇଛନ୍ତି । ଘଟଣାକ୍ରମେ, ଯୁକ୍ତରାଷ୍ଟ୍ର ଆମେରିକା ଏହି ପ୍ରସ୍ତାବ ପ୍ରତି ସମର୍ଥନ ସଂପର୍କରେ କୌଣସି ସଂକେତ ଦେଇନାହିଁ ଏବଂ ଚୀନ୍‌ ଏଥିରେ ସାମିଲ ନହେବା ଆଶ୍ଚର୍ଯ୍ୟଜନକ ନୁହେଁ ।

ଏହି ସାମ୍ବାଦିକଙ୍କ ହସ୍ତଗତ ହୋଇଥିବା ଚିଠା ପ୍ରସ୍ତାବର ଉପସଂହାରରେ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ଏହା ଉଲ୍ଲେଖ କରାଯାଇଛି ଯେ, “ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧୀନରେ ଥିବା ବ୍ୟବସ୍ଥାର ପ୍ରଭାବଶୀଳତା ସମେତ କୋଭିଡ୍‌-19 ସଙ୍କଟ ମୁକାବିଲା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ସଂଯୋଜିତ ବିଭିନ୍ନ ପଦକ୍ଷେପରୁ ହାସଲ ଅନୁଭୂତି ଏବଂ ଉପଲବ୍‌ଧିର ସମୀକ୍ଷା ସକାଶେ, ଏବଂ ଯଥାର୍ଥ ମନେହେଲେ, ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାର ଉପଯୋଗିତା ସଂପର୍କରେ ଏକ ନିରପେକ୍ଷ ଏବଂ ବିସ୍ତୃତ ମୂଲ୍ୟାଙ୍କନ ଦିଗରେ, ସଦସ୍ୟ ରାଷ୍ଟ୍ରମାନଙ୍କ ପରାମର୍ଶକ୍ରମେ, ଯଥାଶୀଘ୍ର ସମ୍ଭବ ଉପଯୁକ୍ତ ସମୟରେ, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ଆବଶ୍ୟକ ।”

ପ୍ରସ୍ତାବରେ ମହାମାରୀ ପ୍ରାଦୁର୍ଭାବର ଉତ୍ପତ୍ତିସ୍ଥଳ ଭାବରେ ଚୀନକୁ ଅଭିଯୁକ୍ତ ରୂପେ ଉପସ୍ଥାପନ କରାଯାଇନାହିଁ । କିନ୍ତୁ ଏଥିରେ ଉଲ୍ଲେଖ କରାଯାଇଛି ଯେ, “ପ୍ରାଣୀ ଶରୀରରୁ ଉତ୍ପନ୍ନ ଏହି ଭୂତାଣୁର ଉତ୍ସ ଚିହ୍ନଟ କରିବା ସହିତ ସମ୍ଭାବ୍ୟ ମଧ୍ୟବର୍ତ୍ତୀ ଭୂତାଣୁ ବାହକର ଭୂମିକା ସମେତ ମାନବ ଶରୀରରେ ଏହା ସଂକ୍ରମିତ ହେବାର ପ୍ରକ୍ରିୟା ନିରୂପଣ” ନିମନ୍ତେ “ବାସ୍ତବ କ୍ଷେତ୍ରରେ ବିଜ୍ଞାନସମ୍ମତ ଏବଂ ସହଯୋଗିତାମୂଳକ ଅଭିଯାନ” ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିଶ୍ବ ପ୍ରାଣୀ ସ୍ବାସ୍ଥ୍ୟ ସଂଗଠନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ।

ଅଷ୍ଟ୍ରେଲିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ମାରିସେ ପାଏନ୍‌ ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ, “ବିଶ୍ବ ସ୍ବାସ୍ଥ୍ୟର ସୁରକ୍ଷା ଲାଗି ସାରା ପୃଥିବୀକୁ ଶିକ୍ଷାଲାଭ କରିବାରେ ଆବଶ୍ୟକ ସହାୟତା କରିବା ନିମନ୍ତେ ଏହି ବିଶ୍ବ ମହାମାରୀର ଏକ ନିରପେକ୍ଷ ସମୀକ୍ଷା ଦିଗରେ ସକାରାତ୍ମକ ସମର୍ଥନ ରହିଛି ।” ଏହି ବିବୃତିରେ ଆହୁରି କୁହାଯାଇଛି, “ଭବିଷ୍ୟତରେ କୌଣସି ବିଶ୍ବ ମହାମାରୀର ପ୍ରାଦୁର୍ଭାବକୁ ପ୍ରତିହତ କରିବା ସହିତ ଏହା କବଳରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ଅନ୍ତର୍ଜାତୀୟ ସମୁଦାୟକୁ ପ୍ରସ୍ତୁତ କରିବା ଦିଗରେ ଏହା ସହଯୋଗିତାର ବିଷୟ ।”

ଏହି ସର୍ବବ୍ୟାପୀ ମହାମାରୀ ଯୋଗୁଁ ସାରା ବିଶ୍ବକୁ ମିଳିଥିବା ଶିକ୍ଷା ଏବଂ ଏହାର ସମ୍ଭାବ୍ୟ ଉତ୍ତରଦାୟିତ୍ବ ନିରୂପଣ ଲାଗି ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ଦେଶଗୁଡ଼ିକ ପ୍ରସ୍ତାବକୁ ଆଗେଇ ନେଉଥିବା ବେଳେ ଏହାକୁ ଏକ ଶତ୍ରୁଭାବାପନ୍ନ ଆଚରଣ ରୂପେ ଗ୍ରହଣ କରିବ ବୋଲି ଚୀନ୍‌ ସ୍ପଷ୍ଟ କରିଦେଇଛି । ପ୍ରସ୍ତାବ ବିରୋଧରେ ପ୍ରତିକ୍ରିୟାଶୀଳ ହୋଇ କାନ୍‌ବେରାରେ ଅବସ୍ଥାପିତ ଚୀନ୍‌ର ରାଷ୍ଟ୍ରଦୂତ ବାଣିଜ୍ୟ କ୍ଷେତ୍ରରେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସୂଚାଇ ଦେଇଛନ୍ତି ଏବଂ ଅଷ୍ଟ୍ରେଲିଆ ଏଭଳି ଦାବି ଅବ୍ୟାହତ ରଖିଲେ ଚୀନ୍‌ ଅଷ୍ଟ୍ରେଲିଆରୁ ଗୋମାଂସ ଏବଂ ୱାଇନ୍‌ ଆମଦାନୀ ବନ୍ଦ କରିଦେବ ବୋଲି ଚେତାଇ ଦେଇଛନ୍ତି ।

କେବଳ ଯୁକ୍ତରାଷ୍ଟ୍ର ଆମେରିକା ଭଳି କୌଣସି ଏକ ଦେଶ ପକ୍ଷରୁ ରାଜନୈତିକ ଅଭିସନ୍ଧି ଅଭିଯୋଗକୁ ଆଗେଇ ନେବାକୁ ନୁହେଁ, ବରଂ ଅନ୍ତର୍ଜାତୀୟ ସ୍ତରରେ ଏକ ବହୁପାକ୍ଷିକ ଏବଂ ଆନୁଷ୍ଠାନିକ ସମୀକ୍ଷା ସପକ୍ଷରେ ମତ ଦେଇ ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆର ହାଇକମିସନର ପୂର୍ବବର୍ତ୍ତୀ ଏକ ବାର୍ତ୍ତାଳାପ ଅବସରରେ ଏହି ସାମ୍ବାଦିକଙ୍କୁ କହିଥିଲେ ଯେ, “ଏହା ନିର୍ଦ୍ଦିଷ୍ଟ କୌଣସି ଦେଶ ବା ସଂସ୍ଥା ସଂପର୍କିତ ନୁହେଁ । ଏହା ସମାଲୋଚନାର ସମୟ ନୁହେଁ । କିନ୍ତୁ ଏହା ମୁକ୍ତ ଚିନ୍ତାଧାରା ଏବଂ ସ୍ବଚ୍ଛତା ପ୍ରଦର୍ଶନର ସମୟ ହେବା ଉଚିତ, ଯାହା ଫଳରେ କି ଆଗାମୀ ଦିନରେ ଏଭଳି ସମସ୍ୟା ଉପୁଜିଲେ ସାରା ବିଶ୍ବ ଏହାକୁ ଆହୁରି ଭଲ ଭାବରେ ମୁକାବିଲା କରିପାରିବ ।”

ଗତ ସପ୍ତାହରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ସାନ୍‌ ୱେଡଙ୍ଗ ଟ୍ବିଟ୍‌ କରିଥିଲେ, “ୱୁହାନ ବିଜ୍ଞାନାଗାରରୁ ଏହି ଭାଇରସ୍‌ ଲିକ୍‌ ହୋଇଥିବା ସଂପର୍କରେ କୌଣସି ପ୍ରମାଣ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଲାନ୍‌ସେଟ୍‌ ଏବଂ ଅନେକ ଦେଶର ବିଶେଷଜ୍ଞମାନେ ସ୍ପଷ୍ଟ କରିଦେଇଛନ୍ତି । ସବୁ ଦେଶର ଭାଗ୍ୟ ପରସ୍ପର ସହ ନିବିଡ଼ ଭାବେ ସଂଯୁକ୍ତ । ଅନ୍ୟର ବଦନାମ କରିବା କିମ୍ବା କାହାରି ଉପରେ ଦୋଷାରୋପ କରିବା ଦ୍ବାରା କେବଳ ବହୁମୂଲ୍ୟ ସମୟ ନଷ୍ଟ ହେବା ସାର ହେବ ।”

ତେଣେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ପର୍ଯ୍ୟବେକ୍ଷକ ରୂପେ ତାଇୱାନ୍‌ ପ୍ରତ୍ୟାବର୍ତ୍ତନ କରୁ ବୋଲି ଅଷ୍ଟ୍ରେଲିଆ ଚାହୁଁଥିବା ବେଳେ ଏହାକୁ ‘ଏକୀକୃତ ଚୀନ ନୀତି’ର ଦ୍ବାହି ଦେଇ ଚୀନ୍ ଏହାର ଦୃଢ଼ ବିରୋଧ କରୁଛି ।

ଶନିବାର ଦିନ ନୂଆଦିଲ୍ଲୀରେ ଚୀନ୍‌ ଦୂତାବାସର ମୁଖପାତ୍ର ଜୀ ରଙ୍ଗ ଟ୍ବିଟରରେ ଲେଖିଛନ୍ତି ଯେ, “କୋଭିଡ୍‌19, ଯେଉଁ ସତ୍ୟକୁ ଆପଣ ଜାଣିବା ଆବଶ୍ୟକ: ତାଇୱାନ୍‌ ଟୀନ୍‌ର ଅଂଶବିଶେଷ, ଏହାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଯୋଗ ଦେବାର ଅଧିକାର ନାହିଁ, କାରଣ ଏହାର ସଦସ୍ୟତା ପାଇଁ ସାର୍ବଭୌମ ରାଷ୍ଟ୍ର ହୋଇଥିବା ଦରକାର । ଚୀନ୍‌ର ତାଇୱାନ୍‌ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟରେ ବୈଷୟିକ ସହଯୋଗ ପ୍ରଣାଳୀରେ କୌଣସି ବାଧା ନାହିଁ ।”

ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ, ଏ ମାସ ଶେଷ ଭାଗରେ ବିଶ୍ବ ସ୍ବାସ୍ଥ୍ୟ ସଭାର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ରୂପେ ଭାରତ ମନୋନୀତ ହେବା ଆଶା କରାଯାଉଛି ।

ସ୍ମିତା ଶର୍ମା, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.