ETV Bharat / bharat

ନେପାଳକୁ କଳାପାଣି ଅଞ୍ଚଳରେ 'ବେଆଇନ' ପ୍ରବେଶ ପାଇଁ ମନା କଲା ଭାରତ

author img

By

Published : Jul 30, 2020, 12:56 PM IST

କଳାପାଣି, ଲିମ୍ପିୟାଧୁରା, ଲିପୁଲେଖ ଏବଂ ଗୁଞ୍ଜୀ ଅଞ୍ଚଳରେ ବେଆଇନ ଭାବରେ ପ୍ରବେଶ କରୁଛନ୍ତି ନେପାଳୀ ନାଗରିକ । ତେବେ ସେମାନଙ୍କର ବେଆଇନ ପ୍ରବେଶ ରୋକିବାକୁ ଭାରତ ନେପାଳକୁ କହିଥିବା ଜଣାପଡିଛି ।

କାଲାପାନି ଅଞ୍ଚଳରେ  'ବେଆଇନ' ପ୍ରବେଶ
କାଲାପାନି ଅଞ୍ଚଳରେ 'ବେଆଇନ' ପ୍ରବେଶ

ନୂଆଦିଲ୍ଲୀ : ନେପାଳର ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ ହେବାର ନାଁ ନେଉନାହିଁ । କଳାପାଣି, ଲିମ୍ପିୟାଧୁରା, ଲିପୁଲେଖ ଏବଂ ଗୁଞ୍ଜୀ ଅଞ୍ଚଳରେ ବେଆଇନ ଭାବରେ ପ୍ରବେଶ କରୁଛନ୍ତି ନେପାଳୀ ନାଗରିକ । ତେବେ ସେମାନଙ୍କର ବେଆଇନ ପ୍ରବେଶ ରୋକିବାକୁ ଭାରତ ନେପାଳକୁ କହିଥିବା ଜଣାପଡିଛି ।

ଚଳିତ ମାସ ଆରମ୍ଭରେ ନେପାଳୀ ପ୍ରଶାସନକୁ ଲେଖିଥିବା ଏକ ଚିଠିରେ ଭାରତ ଏଭଳି କହିଛି । ଭାରତୀୟ ଅଧିକାରୀ ଚିଠିରେ କହିଛନ୍ତି ଯେ, ନେପାଳର ଲୋକମାନେ ଏହି ଅଞ୍ଚଳରେ ବେଆଇନ ଭାବରେ ପ୍ରବେଶ କରିବାକୁ ଚାହୁଁଛନ୍ତି । ଏହା ଉଭୟ ଦେଶ ପାଇଁ ଅସୁବିଧା ସୃଷ୍ଟି କରିବ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଧର୍ଚୁଲାର ଡେପୁଟି ଜିଲ୍ଲା କମିଶନର ଅନିଲ ଶୁକ୍ଲା 14 ଜୁଲାଇରେ ଲେଖିଥିବା ଏକ ଚିଠିରେ ନେପାଳ ପ୍ରଶାସନକୁ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ସୂଚନା ବାଣ୍ଟିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ସେ ନେପାଳର ନାଗରିକଙ୍କୁ ଭାରତୀୟ ଅଞ୍ଚଳକୁ ନଆସିବା ପାଇଁ ବାରଣ କରିବାକୁ ନେପାଳ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।

ସେପଟେ ନେପାଳର ଅଧିକାରୀମାନେ ଏହାର ପ୍ରତିକ୍ରିୟାରେ କହିଛନ୍ତି, କଳାପାଣି, ଲିମ୍ପିୟାଧୁରା ଏବଂ ଗୁଞ୍ଜୀରେ ଏହାର ନାଗରିକଙ୍କ ଗତିବିଧି ସ୍ୱାଭାବିକ । କାରଣ ଏହି ଅଞ୍ଚଳଗୁଡିକ ନେପାଳର ଅଟେ।

ସୂଚନାଯୋଗ୍ୟ ଯେ, ନେପାଳର ବିବାଦୀୟ ରାଜନୈତିକ ମାନଚିତ୍ରକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଦେଖାଦେଇଛି । ଗତ ମାସରେ ନେପାଳ ସଂସଦର ଉଭୟ ଗୃହ ପାରିତ ହେବା ପରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳର ମାନଚିତ୍ରରେ ପରିବର୍ତ୍ତନ ପାଇଁ ସଂଶୋଧିତ ବିଲ୍କୁ ଅନୁମୋଦନ କରିଛନ୍ତି। ଏହି ସଂଶୋଧିତ ଆଇନ ମାଧ୍ୟମରେ ନେପାଳ ଭାରତର ଉତ୍ତରାଖଣ୍ଡର କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନିଜର ବୋଲି ଦାବି କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.