ETV Bharat / bharat

ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା: ଏକ ପ୍ରଗତିଶୀଳ ସମ୍ବନ୍ଧ

ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ୍‌, ଝିଅ ଇଭାଙ୍କା ଟ୍ରମ୍ପ୍‌ ଏବଂ ଜ୍ବାଇଁ ଜାରେଡ୍‌ କୁଶନରଙ୍କ ଭଳି ପରିବାରର ଗୁରୁତ୍ବପୂର୍ଣ୍ଣ ସଦସ୍ୟମାନଙ୍କୁ ସାଙ୍ଗରେ ନେଇ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସଫଳତାର ସହ ଶେଷ ହୋଇଛି । ଅହମ୍ମଦାବାଦର ରୋଡ୍‌ ଶୋ’ରେ ଏବଂ ମୋଟେରା ଷ୍ଟାଡିଅମ୍‌ରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ଙ୍କୁ ସାଧାରଣ ଲୋକଙ୍କ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ଲାଗି ଷ୍ଟାଡିଅମ୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା ।

india-and-the-united-states-a-progressive-relationship
ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା: ଏକ ପ୍ରଗତିଶୀଳ ସମ୍ବନ୍ଧ
author img

By

Published : Mar 4, 2020, 11:33 PM IST

ସଞ୍ଜୟ ପୁଲିପକା

ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ୍‌ ଲେଡି ମେଲାନିଆ ଟ୍ରମ୍ପ୍‌, ଝିଅ ଇଭାଙ୍କା ଟ୍ରମ୍ପ୍‌ ଏବଂ ଜ୍ବାଇଁ ଜାରେଡ୍‌ କୁଶନରଙ୍କ ଭଳି ପରିବାରର ଗୁରୁତ୍ବପୂର୍ଣ୍ଣ ସଦସ୍ୟମାନଙ୍କୁ ସାଙ୍ଗରେ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ସଫଳତାର ସହ ଶେଷ ହୋଇଛି । ଅହମ୍ମଦାବାଦର ରୋଡ୍‌ ଶୋ’ରେ ଏବଂ ମୋଟେରା ଷ୍ଟାଡିଅମ୍‌ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସାଧାରଣ ଲୋକଙ୍କ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବା ଲାଗି ଷ୍ଟାଡିଅମ୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନର ଏହା ପ୍ରଥମ ଦୃଷ୍ଟାନ୍ତ ନଥିଲା । 1959ରେ, ରାଷ୍ଟ୍ରପତି ଆଇଜନହାୱାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀର ରାମଲୀଲା ମଇଦାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍‌ବୋଧନ ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ସୁତରାଂ, ମୋଟେରା ଷ୍ଟାଡିଅମ୍‌ର ସ୍ବାଗତ ସମ୍ବର୍ଦ୍ଧନା, ଅତୀତରେ ସଂଘଟିତ ଏଭଳି କାର୍ଯ୍ୟକ୍ରମର ଧାରାପ୍ରବାହ ବୋଲି କୁହାଯାଇପାରେ । ଏଠାରେ ଏଭଳି ଅନ୍ୟ କେତେକ ଦୃଷ୍ଟାନ୍ତ ସ୍ମରଣଯୋଗ୍ୟ ମନେହୁଏ । ଯେମିତି କି ହୁଷ୍ଟନ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବିଶାଳ ସମାବେଶ ଏବଂ 2017ରେ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତ ଅବସରରେ ଅହମ୍ମଦାବାଦରେ ଆୟୋଜିତ ରୋଡ୍‌ ଶୋ’ ।

କେତେକ ବ୍ୟକ୍ତି ଯୁକ୍ତି କରନ୍ତି ଯେ, ଚୀନ୍‌କୁ ନିୟନ୍ତ୍ରଣରେ ରଖିବାକୁ ଇଚ୍ଛା ହିଁ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସଂପର୍କ ବୃଦ୍ଧି ପଛରେ ଥିବା ମୂଳ କାରଣ । ହୁଏତ ଏଭଳି ଏକ ଦୃଷ୍ଟିକୋଣରେ କିଛିଟା ସତ୍ୟତା ଥାଇପାରେ । ବାସ୍ତବରେ ମୋଟେରା ଷ୍ଟାଡିଅମ୍‌ (ଅହମ୍ମଦାବାଦ)ରେ ତାଙ୍କ ଉଦ୍‌ବୋଧନରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଥିଲେ, “ବଳପ୍ରୟୋଗ କରି, ଭୟଭୀତ କରାଇ ଏବଂ ଆକ୍ରମଣ କରି କ୍ଷମତା ହାସଲ କରିବାକୁ ଚାହୁଁଥିବା ଗୋଟିଏ ଦେଶ ଏବଂ ଲୋକଙ୍କୁ ମୁକ୍ତ କରି ଏବଂ ସେମାନଙ୍କ ସ୍ବପ୍ନକୁ ସାକାର କରିବାକୁ ସୁଯୋଗ ଦେଉଥିବା ଅନ୍ୟ ଏକ ଦେଶ ମଧ୍ୟରେ ବହୁତ ବଡ଼ ପାର୍ଥକ୍ୟ ରହିଛି ।” ଅନେକ ବିଶ୍ଲେଷକଙ୍କ ମତରେ ଏଠାରେ ରାଷ୍ଟ୍ରପତି ଟ୍ରମ୍ପ୍‌, ପରୋକ୍ଷରେ ଭାରତ ଓ ଚୀନ ମଧ୍ୟରେ ଥିବା ପାର୍ଥକ୍ୟ ଉପସ୍ଥାପନ କରୁଛନ୍ତି । ସେ ଯାହାହେଉ ନା କାହିଁକି, କେବଳ ଚୀନ୍‌କୁ ଦୃଷ୍ଟିରେ ରଖି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ଦ୍ବିପାକ୍ଷିକ ସଂପର୍କକୁ ପରିଭାଷିତ କରାଯାଇ ପାରିବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସଂପର୍କ ବହୁବିଧ ଭିତ୍ତି ଉପରେ ସ୍ଥାପିତ, ଏବଂ ଏମିତି କି ଚୀନ୍‌ ମୁଣ୍ଡ ଟେକିବାର ବହୁ ପୂର୍ବରୁ, କେଇ ଦଶନ୍ଧି ଧରି ଏହି ସଂପର୍କ ମଜଭୁତ ହେବାରେ ଲାଗିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ବହୁସଂଖ୍ୟକ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି ଏବଂ ଏହା ବ୍ୟକ୍ତିଗତ ସ୍ତରରେ ପାରସ୍ପରିକ ଭାବ ବିନିମୟକୁ ପାଥେୟ ପ୍ରଦାନ କରିଆସୁଛି । ଭାରତରେ ଇଂଲିଶର ବହୁଳ ବ୍ୟବହାର ଯୋଗୁଁ ଦୁଇ ଦେଶ ମଧ୍ୟରେ ଉତ୍ତମ ଯୋଗାଯୋଗ ସ୍ଥାପନ ସୁବିଧାଜନକ ହେଉଛି । ଉଭୟ ଦେଶରେ ଗଣତନ୍ତ୍ର ସ୍ଥାପିତ ଏବଂ ଉଭୟ ଦେଶର ଲୋକଙ୍କ ପାଇଁ ସେମାନଙ୍କ ନେତାମାନଙ୍କର କାର୍ଯ୍ୟ ପରିସରରେ ବିଦ୍ୟମାନ ରାଜନୈତିକ ବାଧ୍ୟବାଧକତା ଏବଂ ଅବସର ସ୍ବତଃସ୍ଫୁର୍ତ୍ତ ଭାବରେ ବୋଧଗମ୍ୟ । ଏହି ମନୋଭାବ ଯୋଗୁଁ ହିଁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ କୌଣସି ମତାମତ ଦେବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ରାଜି ହୋଇନଥିଲେ । ଉଦାହରଣ ସ୍ବରୂପ, ନାଗରିକତା ସଂଶୋଧନ ଆଇନ ସଂପର୍କିତ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଥିଲେ: “ମୁଁ ସେ ସଂପର୍କରେ ଆଲୋଚନା କରିବାକୁ ଚାହୁଁନାହିଁ । ମୁଁ ଏହାକୁ ଭାରତ ଉପରେ ଛାଡ଼ି ଦେଉଛି ଏବଂ ଆଶାଜନକ ଭାବେ ସେମାନେ ଲୋକଙ୍କ ପାଇଁ ଠିକ୍‌ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ପ୍ରକୃତରେ ତାହା ଭାରତ ଉପରେ ନିର୍ଭର କରେ ।”

ଭାରତର ପ୍ରମୁଖ ବାଣିଜ୍ୟିକ ଅଂଶୀଦାର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା । ଯଦି ଆମେ ଉଭୟ ସେବା ବାଣିଜ୍ୟ ଏବଂ ସାମଗ୍ରୀ ବାଣିଜ୍ୟକୁ ଏକାଠି କରିବା 2018ରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ 142.6 ବିଲିଅନ୍‌ ଡଲାରର ବାଣିଜ୍ୟିକ କାରବାର ହୋଇଥିଲା । ଗତ କିଛି ବର୍ଷର ହାରାହାରିକୁ ବିଚାର କରି ଦେଖିଲେ ଚୀନ୍‌ ସହିତ ସାମଗ୍ରୀ ବାଣିଜ୍ୟରେ ଭାରତ ଆନୁମାନିକ 50 ବିଲିଅନ୍‌ ଡଲାର ମୂଲ୍ୟର ନିଅଣ୍ଟିଆ କାରବାର କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବାଣିଜ୍ୟିକ ବଳକା (2018ରେ 20.8 ବିଲିଅନ୍‌ ଡଲାର ମୂଲ୍ୟର ସାମଗ୍ରୀ) ସ୍ଥିତି ବଜାୟ ରଖିଆସିଛି । ଏହି ତୁଳନାରୁ ବେଶ ବୁଝିହେଉଛି ଯେ, କାହିଁକି ଭାରତ ଯୁକ୍ତରାଷ୍ଟ୍ର ଆମେରିକା ସହିତ ବାଣିଜ୍ୟିକ ସଂପର୍କ ବଢ଼ାଇବାକୁ ଆଗଭର ହୋଇଛି । ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ (FTA) ବା ମୁକ୍ତ ବାଣିଜ୍ୟ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଉଭୟ ଦେଶ ବ୍ୟାପକ ଆଲୋଚନାରେ ମଜି ଯାଇଛନ୍ତି ଏବଂ ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ଏହି ଗସ୍ତ ଅବସରରେ ବରିଷ୍ଠ ନେତାମାନଙ୍କ ମନ୍ତବ୍ୟରୁ ଆଭାସ ମିଳୁଛି ।

ଅନେକ ସମୟରେ, ବୁଝାମଣାରେ ପକ୍ଷଭୁକ୍ତ ଦେଶଗୁଡ଼ିକର ଅର୍ଥନୈତିକ ସ୍ଥିତି ଭିନ୍ନ ଭିନ୍ନ ହୋଇଥିଲେ ବାଣିଜ୍ୟିକ ଚୁକ୍ତିନାମା ସଫଳ ହୋଇଥାଏ ଏବଂ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଏବେ ସେହିଭଳି ସ୍ଥିତିରେ ଅଛନ୍ତି । ଅନେକ କାରଣ ଜନିତ ପରିଣାମରୁ ଏହି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରୁନାହିଁ । ଯଦିଓ ଟ୍ରମ୍ପ୍‌ ନ୍ୟୁୟର୍କରେ ରହନ୍ତି, ତଥାପି ତାଙ୍କ ରାଜନୈତିକ ଭିତ୍ତି ରହିଛି ଗ୍ରାମୀଣ ଆମେରିକାରେ, ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବ ଓ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଶିଳ୍ପସମୃଦ୍ଧ କ୍ଷେତ୍ର ବା ବିଭାଗରେ ନୁହେଁ । ପରିଣାମ ସ୍ବରୂପ, ଅନ୍ୟ ଦେଶଗୁଡ଼ିକ ନିକଟରୁ ଆମେରିକାର କୃଷି କ୍ଷେତ୍ରକୁ ବୃହତ୍‌ ରିହାତି ହାସଲ କରିବା ଦିଗରେ ରାଷ୍ଟ୍ରପତି ଟ୍ରମ୍ପ୍‌ ବେଶ୍‌ ଆଗ୍ରହୀ । କିନ୍ତୁ, ଭାରତ ଭଳି ଦେଶ ପାଇଁ କୃଷି ଓ ଦୁଗ୍‌ଧଜାତ ଦ୍ରବ୍ୟ କ୍ଷେତ୍ରରେ ରିହାତି ପ୍ରଦାନ କଷ୍ଟକର ହେବ ।

ତା ସାଙ୍ଗକୁ, ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବୁଝାମଣା ଶୈଳୀ ମଧ୍ୟ ସମସ୍ୟାର ଏକ ବଡ଼ କାରଣ । ବିଶ୍ବ ରାଜନୀତିରେ ଆମେରିକାର ପତିଆରା ତୁଳନାତ୍ମକ ଭାବେ ହ୍ରାସ ପାଉଥିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବୃହତ୍‌ ଗୋଷ୍ଠୀ ଚିନ୍ତିତ ହେଲା ଭଳି ମନେହୁଏ । ଆମେରିକୀୟ ସମାଜକୁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସ୍ଲୋଗାନ୍‌ ଥିଲା “ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌” ବା ‘ପୁଣି ଆମେରିକାକୁ ମହାନ କରି ଗଢ଼ିବା’ । ଏହି ସ୍ଲୋଗାନ୍‌ ଅନୁରୂପ ଭାବାବେଗ ଜଡ଼ିତ ଉପାଦାନ ଖୋଜିବା ଲାଗି ଏହି ବୃହତ୍‌ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ଉଦ୍ୟମ କରିବ ।

ନିଜ ଦେଶ ଭିତରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ବାଧ୍ୟବାଧକତା ରହିଛି ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ବୁଝାମଣା କରି ଦେଶ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିବାର କ୍ଷମତା ତାଙ୍କର ଅଛି ବୋଲି ଲୋକଙ୍କୁ ଜଣାଇବା ବି ଆବଶ୍ୟକ । ଏହି ସ୍ଥିତିରୁ ବାଣିଜ୍ୟିକ ବୁଝାମଣାରେ ନୂତନ ଜଟିଳତା ସୃଷ୍ଟି ହେଉଛି । ଅନେକ ସମୟରେ, ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ ପରିମାଣ ହ୍ରାସ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜର ସଫଳତା ବୋଲି ବର୍ଣ୍ଣନା କରିଆସିଛନ୍ତି ଏବଂ ଏହା ହିଁ ସମସ୍ୟା ସୃଷ୍ଟି କରିଛି । ଉଦାହରଣ ସ୍ବରୂପ, ଭାରତ ସହିତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ (ବାଣିଜ୍ୟରେ 20.8 ବିଲିଅନ ଡଲାର ଏବଂ ସେବାରେ 4.4 ବିଲିଅନ୍‌ ଡଲାର) ଚୀନ୍‌ ସହ ବାଣିଜ୍ୟିକ ନିଅଣ୍ଟ (2018ରେ 378 ବିଲିଅନ୍‌ ଡଲାର) ତୁଳନାରେ ନିହାତି ନଗଣ୍ୟ । ତଥାପି ଭାରତ ଓ ଚୀନ୍‌ ଉଭୟଙ୍କୁ ସଂରକ୍ଷଣବାଦୀ ଅର୍ଥନୀତି ବୋଲି ବର୍ଣ୍ଣନା କରି ରାଷ୍ଟ୍ରପତି ଟ୍ରମ୍ପ୍‌ ସମାନ ମାପଦଣ୍ଡରେ ବିଚାରକୁ ନିଅନ୍ତି । ତା ସାଙ୍ଗକୁ ଆମେ ଯଦି ପ୍ରତିରକ୍ଷା ସାମଗ୍ରୀ କିଣିବା ପ୍ରସଙ୍ଗ, ବୋଇଂ କିଣିବା ପାଇଁ ଇଣ୍ଡିଆନ୍‌ ଏୟାରଲାଇନ୍‌ସର ବରାଦ ଏବଂ ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଖର୍ଚ୍ଚକୁ ବିଚାର କରିବା, ତେବେ ଏହା ହୁଏତ ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟିକ ନିଅଣ୍ଟ ଭରଣା କରିବା କ୍ଷେତ୍ରରେ ପର୍ଯ୍ୟାପ୍ତରୁ ଅଧିକ ପ୍ରମାଣିତ ହେବ ।

ୱାଶିଂଟନ୍‌ ଓ ନୂଆଦିଲ୍ଲୀ ମଧ୍ୟରେ ବିଶ୍ବାସ ଓ ସହଜ ମନୋଭାବ ବଢ଼ିବାରେ ଲାଗିଛି ଏବଂ ଏହି ସ୍ଥିତି ଭାରତକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବା ଦିଗରେ ଆଗଭର ହେବାକୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଖୋରାକ ଯୋଗାଉଛି । ଭାରତକୁ ଇଣ୍ଟିଗ୍ରେଟେଡ୍‌ ଏୟାର ଡିଫେନ୍‌ସ ୱିପନ୍‌ ସିଷ୍ଟମ୍‌ (IADWS) ଏବଂ ସି ଗାର୍ଡିଆନ୍‌ ନାମକ ସଶସ୍ତ୍ର ଡ୍ରୋନ୍‌ ଯୋଗାଣ ସମ୍ଭାବନା ସଂପର୍କରେ ଆଲୋଚନା କରାଯାଇଛି । ଭାରତ ପାଖରେ ଏବେ ପି-81 ବୁଡ଼ାଜାହାଜ ବିଧ୍ବଂସୀ ଲଢୁଆ ବିମାନ, ସି-17 ଗ୍ଲୋବ୍‌ମାଷ୍ଟର, ଆପାଚି ଲଢୁଆ ହେଲିକପ୍‌ଟର, ସି-130ଜେ ସୁପର୍‌ ହର୍‌କ୍ୟୁଲେସ୍‌ ପରିବହନକାରୀ ବିମାନ, ଭାରୀ ଓଜନ ଉଠାଇବାରେ ସମର୍ଥ ଶିନୁକ୍‌ ହେଲିକପ୍‌ଟର, ଏଏନ୍‌-ଟିପିକ୍ୟୁ ଅସ୍ତ୍ରଶସ୍ତ୍ର ସନ୍ଧାନକାରୀ ରାଡାର ଏବଂ ଏମ୍‌-777 ଅତି ହାଲୁକା ହାଓ୍ବିଜର ବା କମାଣ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଟ୍ରମ୍ପ୍‌ଙ୍କ ଗସ୍ତ ଅବସରରେ ଭାରତକୁ ଏମ୍‌ଏଚ୍‌-60ଆର୍‌ ନୌବାହିନୀର ହେଲିକପ୍‌ଟର ଏବଂ ଏଏଚ୍‌-64ଇ ଆପାଚି ହେଲିକପ୍‌ଟର ବିକ୍ରି କରିବା ପାଇଁ ଆମେରିକା ରାଜି ହୋଇଥିଲା । ଏକଥାକୁ ମନେ ରଖିବା ଉଚିତ ଯେ,

ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରତିରକ୍ଷା ସାମଗ୍ରୀ କିଣା ବୃଦ୍ଧି ପାଇଥିଲେ ହେଁ ଏବେ ବି ଭାରତ ଏହାର ସାମଗ୍ରୀକ ପ୍ରତିରକ୍ଷା ସାମଗ୍ରୀର 60% ରୁଷ୍‌ରୁ ଆଣୁଛି । ଆଗାମୀ ବର୍ଷଗୁଡ଼ିକରେ ଏହି ସବୁ ପ୍ରତିରକ୍ଷା ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ରର ଅନ୍ୟୂନ କେତେକ ଉପାଦାନ ଭାରତରେ ତିଆରି କରିବା କଥା ହିଁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ।

ଏକ କୌତୁହଳଜନକ ପ୍ରସଙ୍ଗ ହେଉଛି ଯେ, ଉଭୟ ଦେଶରେ ଡିଜିଟାଲ୍‌ ଭିତ୍ତିଭୂମିକୁ “ମୁକ୍ତ, ବିଶ୍ବସ୍ତ ଏବଂ ବାଣିଜ୍ୟ ଓ ଯୋଗାଯୋଗକୁ ସୁବିଧାଜନକ କରୁଥିବା ସୁରକ୍ଷିତ ଇଣ୍ଟରନେଟ୍‌ ସମ୍ମିଳିତ” କରିବା ଲାଗି ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ଉଭୟଙ୍କର ପାରସ୍ପରିକ ସମ୍ମତି ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଚୀନ୍‌ର ହୁୱାଇ 5ଜି ନେଟ୍‌ୱାର୍କର କେତେକାଂଶ ପ୍ରଚଳନକୁ ନୂଆଦିଲ୍ଲୀ ଅନୁମତି ପ୍ରଦାନ କରିସାରିଛି । ଭାରତରେ 5 ଜି ନେଟ୍‌ୱାର୍କ ପ୍ରଚଳନ ଦିଗରେ ଚୀନ୍‌ର କମ୍ପାନିଗୁଡ଼ିକୁ ବାସ୍ତବରେ ତାଲିକାଭୁକ୍ତ କରାଯିବ କି ନାହିଁ, ଆଗକୁ ତାହା ଦେଖିବା କଥା । କୌତୁହଳର କଥା ଯେ, ବ୍ୟାବସାୟିକ ବ୍ୟକ୍ତିତ୍ବମାନଙ୍କ ବୈଠକରେ ଯୋଗ ଦେଇ ମୁକେଶ ଅମ୍ବାନୀ (ରିଲାଏନ୍‌ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ) କହିଲେ ଯେ, 5 ଜି ପରୀକ୍ଷଣ କ୍ଷେତ୍ରରେ ଚୀନ୍‌ର କୌଣସି ଗୋଟିଏ ହେଲେ ଉପକରଣ ନିର୍ମାତାଙ୍କ ସହଯୋଗ ନେଉ ନଥିବା ନେଟ୍‌ୱାର୍କ ହେଉଛି ରିଲାଏନ୍‌ସ ଜିଓ ନେଟ୍‌ୱାର୍କ । ଏହାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ମଧ୍ୟ ପ୍ରଶଂସା କରିଥିଲେ ।

ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ ହେଉ ନଥିବା ଚୀନ୍‌ର କେତେକ ଭିତ୍ତିଭୂମି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଇ, ନିକଟ ଅତୀତରେ ଏସିଆର ଅନେକ ଦେଶ ଋଣ ଯନ୍ତାରେ ପଡ଼ିଛନ୍ତି ଏବଂ ଏହା ଦ୍ବାରା ବାହ୍ୟ ଚାପର ବଶବର୍ତ୍ତୀ ହୋଇଛନ୍ତି । ଏହିଭଳି ସଂକଟରୁ ବର୍ତ୍ତିବା ପାଇଁ ଏହି ଗସ୍ତ ଅବସରରେ ଜାରି ଭାରତ-ଆମେରିକା ମିଳିତ ବିବୃତିରେ ଉଲ୍ଲେଖ ରହିଛି ଯେ, “ସାରା ବିଶ୍ବରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଚ୍ଚ ଗୁଣମାନର ଏବଂ ବିଶ୍ବସନୀୟ ମାପଦଣ୍ଡର ପ୍ରସାରଣ ଦିଗରେ...ପ୍ରଧାନ ମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ୍‌ ବ୍ଲୁ ଡଟ୍‌ ନେଟ୍‌ୱାର୍କ ବ୍ୟବସ୍ଥା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।” ଗୁଣମାନ, ସ୍ବଚ୍ଛତା, ଆର୍ଥିକ ଉପଯୋଗିତା ଏବଂ ସୁରକ୍ଷା ଭଳି ବିଭିନ୍ନ ମାପଦଣ୍ଡରେ ଉଭୟ ଭୌତିକ ଏବଂ ଡିଜିଟାଲ ଭିତ୍ତିଭୂମି ପ୍ରକଳ୍ପ ସମୂହକୁ ବ୍ଲୁ ଡଟ୍‌ ନେଟ୍‌ୱାର୍କ ପ୍ରମାଣସିଦ୍ଧ କରିଥାଏ । ଏଥିରୁ ମନେହୁଏ ଯେ, ଏସିଆ ଏବଂ ଅନ୍ୟ ମହାଦେଶର ବିଭିନ୍ନ ଦେଶରେ ବ୍ୟବହାର ଅଯୋଗ୍ୟ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକୁ ପ୍ରତିହତ କରିବା ଦିଗରେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସମଭାବାପନ୍ନ ଅନ୍ୟ ଦେଶଗୁଡ଼ିକ ମିଳିମିଶି କାର୍ଯ୍ୟ କରିବେ ।

ଟ୍ରମ୍ପ୍‌ଙ୍କ ଗସ୍ତର ବହୁ ସଫଳ ଦିଗ ରହିଥିବା ସତ୍ତ୍ବେ, ତାଲିବାନ ସଂପର୍କରେ ଆମେରିକାର ନୀତିକୁ କେନ୍ଦ୍ର କରି ଭାରତରେ ଉଦ୍‌ବେଗ ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ 19 ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକା ରହିଆସିଛି ଏବଂ ସେଠାରେ ଆଉ ଅଧିକ ରହିବାକୁ ଏହାର ଇଚ୍ଛା ନାହିଁ ବୋଲି ମନେ କରାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରି ନେବ ବୋଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ୍‌ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ନିରାପଦ ସେନା ପ୍ରତ୍ୟାହାର ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ତାଲିବାନ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରଖିଛି । ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର କଥା ବୋଧଗମ୍ୟ ହେଉଥିଲେ ହେଁ ତାଲିବାନକୁ ଏକ ବୈଧ ରାଜନୈତିକ ସତ୍ତା ରୂପେ ଗ୍ରହଣ କରି ଏହାର ଯଥାର୍ଥ ଦାବି ପୂରଣ କରିବା ଉଦ୍ୟମ ହିଁ ଚିନ୍ତାର କାରଣ ହୋଇଛି । କିଛି ଦିନ ତଳେ, ଯୁକ୍ତରାଷ୍ଟ୍ର ଆମେରିକା ଓ ତାଲିବାନ “ଏକ ସପ୍ତାହ ବ୍ୟାପୀ ହିଂସା ପରିହାର” ଲାଗି ସମ୍ମତ ହୋଇଥିଲେ । ରିପୋର୍ଟ ମୁତାବକ, ଯଦି ଏହି ଅସ୍ଥାୟୀ ଯୁଦ୍ଧବିରତି ସଫଳ ହୁଏ ତେବେ, ଆମେରିକା ସେନା ପ୍ରତ୍ୟାହାରକୁ ସୁଯୋଗ ପ୍ରଦାନ ଲାଗି ଉଭୟଙ୍କ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ବୁଝାମଣା ସଂପାଦନ ସମ୍ଭବ ହେବ । ନିଜର ଦମନମୂଳକ ନୀତି ସହିତ ଏକ ଶକ୍ତିଶାଳୀ ରାଜନୈତିକ ସତ୍ତା ରୂପରେ ଆଫଗାନିସ୍ତାନରେ ତାଲିବାନର ପୁନରୁତ୍‌ଥାନ ଭାରତ ପ୍ରତି ଆଦୌ ଶୁଭଙ୍କର ନୁହେଁ । ମଧ୍ୟ ଏସିଆର ଅନ୍ୟାନ୍ୟ ଦେଶ ଏବଂ ଆଫଗାନିସ୍ତାନର ଅନ୍ୟାନ୍ୟ ରାଜନୈତିକ ଶକ୍ତି ସହ ଭାରତକୁ ଖୁବ୍‌ ଶୀଘ୍ର ତା’ର ସଂପର୍କ ସଜାଡ଼ି ନେବାକୁ ପଡ଼ିବ ।

କିଛି ସମୟ ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଗସ୍ତ ଉପରକୁ ଦୃଷ୍ଟି ଫେରାଇଲେ, ଆମକୁ ମନେ ରଖିବାକୁ ହେବ ଯେ 12 ବର୍ଷ ତଳେ ଭାରତ-ଆମେରିକା ଆଣବିକ ଚୁକ୍ତିନାମା ସଂପାଦିତ ହୋଇଥିଲା । ସେତେବେଳେ, ଏହି ଚୁକ୍ତିନାମା ଯୋଗୁଁ ଭାରତ ତା’ର ରଣକୌଶଳ ଭିତ୍ତିକ ସ୍ବାୟତ୍ତତା ହରାଇବ ଏବଂ ଭାରତର ଆଣବିକ କାର୍ଯ୍ୟକ୍ରମ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏଭଳି କୌଣସି ଉଦ୍‌ବେଗ କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ । ବୃହତ୍‌ ଶକ୍ତି ସହ ସଂପର୍କ ରଖିବା ବେଳେ କିଛିଟା ସତର୍କ ରହିବା ସ୍ବାଭାବିକ କଥା । କିନ୍ତୁ, ଆମର ସେହି ସତର୍କତା, ଆମ ଜାତୀୟ ସ୍ବାର୍ଥକୁ ପରିବ୍ୟାପ୍ତ କରିବା ଦିଗରେ ନ୍ୟାୟସଂଗତ ପଦକ୍ଷେପ ନେବା କ୍ଷେତ୍ରରେ ଅନିୟନ୍ତ୍ରିତ ଉଦ୍‌ବେଗର ରୂପ ନେବା ଉଚିତ ନୁହେଁ । ଏ ପର୍ଯ୍ୟନ୍ତ, ବୃହତ୍‌ ଶକ୍ତି ସହ ସଂପର୍କ କ୍ଷେତ୍ରରେ ଭାରତର ନେତୃତ୍ବ ଦୃଢ଼ତା ଏବଂ ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ନିକଟରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଭାରତ ଗସ୍ତରୁ ଭାରତର ବୈଦେଶିକ ନୀତି ସଂସ୍ଥାର ବିଚକ୍ଷଣ ଆଭିମୁଖ୍ୟ ପ୍ରମାଣିତ ହୋଇଛି ।

ଏହି ଲେଖକ ନୂଆଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିଅମ୍‌ ଆଣ୍ଡ ଲାଇବ୍ରେରୀରେ ସିନିଅର ଫେଲୋ ରୂପେ କାର୍ଯ୍ୟରତ । ଏଠାରେ ପ୍ରକାଶିତ ମତାମତ ସଂପୂର୍ଣ୍ଣ ବ୍ୟକ୍ତିଗତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.