ETV Bharat / bharat

ଆଗକୁ ଚୁଟକିରେ ପାରିତ ହେବ ତିନି ତଲାକ ଓ NRC ବିଲ ! - next year

ତିନି ତଲାକ ଓ NRC ବିଲ ପାରିତ କରିବାରେ ଏଥର ସରକାର ସଫଳ ହୋଇପାରନ୍ତି । କାହିଁକି ନା ଆସନ୍ତାବର୍ଷ ଶେଷ ସୁଦ୍ଧା ରାଜ୍ୟସଭାରେ ବି ଅର୍ଦ୍ଧାଧିକ ଆସନ ହାସଲ କରିନେବ ଏନଡିଏ ।

ଫଟୋ ସୌଜନ୍ୟ: ଟ୍ବିଟର@narendramodi
author img

By

Published : May 27, 2019, 9:49 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଟକିଥିବା କିଛି ବିଲକୁ ପାରିତ କରିବାରେ ସଫଳ ହୋଇପାରନ୍ତି ମୋଦି ସରକାର । ସଂଖ୍ୟା ଅଭାବରୁ ଅଟକି ରହିଥିବା ଏହି ବିଲ ସବୁ ଆଗକୁ ପାରିତ ହେବା ସହଜ ହୋଇଯିବ । NDAକୁ ଏଥର ବି ବହୁମତ ମିଳିବାପରେ ଏକଥା ସ୍ପଷ୍ଟ ହେଉଛି । କାହିଁକି ନା ଆସନ୍ତାବର୍ଷ ଶେଷ ଆଡକୁ ରାଜ୍ୟସଭାରେ ବି ଅର୍ଦ୍ଧାଧିକ ଆସନ NDA ଖାତାକୁ ଚାଲିଯିବ ।

ରାଜ୍ୟସଭାରେ ସମର୍ଥନ ଅଭାବରୁ ଏବେ ଦୁଇ ଗୁରୁତ୍ବପୂର୍ଣ୍ଣ ବିଲ ଅଟକି ରହିଛି । ତିନି ତଲାକ ଏବଂ NRCକୁ ପାରିତ କରିବାରେ ସରକାର ବିଫଳ ହୋଇଛନ୍ତି । ହେଲେ ଆଗକୁ ଉଭୟ ବିଲକୁ ଅତି ସହଜରେ ସରକାର ପାରିତ କରିପାରନ୍ତି । କାହିଁକି ନା ଆଗକୁ ରାଜ୍ୟସଭାରେ ବି NDA ଅର୍ଦ୍ଧାଧିକ ଆସନ ହାସଲ କରିବାରେ ସକ୍ଷମ ହେବ ।

ବର୍ତ୍ତମାନ ରାଜ୍ୟସଭାରେ NDAର 102 ଜଣ ସଦସ୍ୟ ଅଛନ୍ତି । ସେହିପରି UPAର 66 ଏବଂ ଅନ୍ୟ ଦଳଗୁଡିକର ମଧ୍ୟ 66 ସଦସ୍ୟ ଅଛନ୍ତି । ଅର୍ଦ୍ଧାଧିକ ସମର୍ଥନ ପାଇଁ 123 ସଦସ୍ୟ ଆବଶ୍ୟକ । ଯାହାକି ଆସନ୍ତାବର୍ଷ ଶେଷ ଆଡକୁ ଏନଡିଏ ପାଖରେ ହୋଇସାରିଥିବ ।

ଆସନ୍ତାବର୍ଷ ଉତ୍ତର ପ୍ରଦେଶରୁ ହିଁ ବହୁ ଆସନ ହାତେଇ ନେବ ବିଜେପି । ରାଜ୍ୟରେ 10 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଏଥିରୁ ଅଧିକାଂଶ ବିଜେପି ଖାତାକୁ ଯିବ । ରାଜ୍ୟ ବିଧାନସଭାରେ 309 ସଦସ୍ୟ ଏବେ ବିଜେପିର । ସମାଜବାଦୀ ପାର୍ଟିର 48 ଏବଂ ବହୁଜନ ସମାଜବାଦୀ ପାର୍ଟିର 19 ସଦସ୍ୟ ରହିଛନ୍ତି ।

ସେହିପରି ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଓଡିଶା, ହିମାଚଳ ପ୍ରଦେଶରୁ ବି ବିଜେପିକୁ କିଛି ଆସନ ମିଳିଯିବ । ଫଳରେ ଆଗକୁ ତିନି ତଲାକ ଏବଂ NRC ପାରିତ କରିବାରେ ସରକାର ସଫଳ ହେବେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.