ETV Bharat / bharat

ପୋଲିସ ହେପାଜତରେ କଂଗ୍ରେସର ବିଦ୍ରୋହୀ ବିଧାୟକ ରୋଶନ ବେଗ - roshan-baig

ଦଳରୁ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ ପୋଲିସ ନିଜ ହେପାଜତ୍‌କୁ ନେଇଛି ।

ଫାଇଲ ଫଟୋ
author img

By

Published : Jul 16, 2019, 2:29 PM IST

ବେଙ୍ଗାଲୁରୁ: ଆଇଏମ୍‌ଏ ଦୁର୍ନୀତିରେ ଦଳରୁ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ରୋଶନ ବେଗଙ୍କୁ ପୋଲିସ ନିଜ ହେପାଜତ୍‌କୁ ନେଇଛି । ସେ ବେଙ୍ଗାଲୁରୁ ରୁ ମୁମ୍ବାଇ ଯାଉଥିବା ବେଳେ ବେଙ୍ଗାଲୁରୁ ବିମାନବନ୍ଦରରୁ ପୋଲିସ ତାଙ୍କୁ ନିଜ ହେପାଜତ୍‌କୁ ନେଇଛି । ତେବେ ବର୍ତ୍ତମାନ ପୋଲିସ ପଚରାଉଚରା ଜାରି ରଖିଥିବା ବେଳେ ସେ ଭିନ୍ନଭିନ୍ନ ବୟାନ ଦେଇଥିବା ଜଣାପଡିଛି ।

ଏହି ମାମଲାରେ ରୋଶନ ବେଗଙ୍କୁ ଜୁଲାଇ 19ରେ ଏସଆଇଟି ନିକଟରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା । କିନ୍ତୁ ସେ କୌଣସି ଅଜ୍ଞାତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିଥିଲେ ।

ସୂଚନା ଯୋଗ୍ୟ ଯେ, ରୋଶନ ବେଗଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସରୁ ନିଲମ୍ବିତ କରାଯାଇଥିଲା । ଲୋକସଭାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ନିଜ ଦଳ ଉପରେ ହିଁ ପ୍ରଶ୍ନ ଉଠାଇଥିଲେ । ନିର୍ବାଚନ ସମୟରେ କଂଗ୍ରେସ ମୁସଲମାନଙ୍କୁ ଭୋଟବ୍ୟାଙ୍କ ଭାବରେ ବ୍ୟବହାର କରିଥିବା ସେ କହିଥିଲେ ।

Intro:Body:

bbb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.