ETV Bharat / bharat

IIT ଛାତ୍ରଙ୍କ କମାଲ୍: ଡ୍ରୋନ ଜରିଆରେ ସାନିଟାଇଜ ହେବ ସହର - IIT ଛାତ୍ରଙ୍କ କମାଲ୍

ଆଇଆଇଟି ଗୌହାଟୀର କିଛି ଛାତ୍ରଛାତ୍ରୀ ମିଶି ଏକ ଡ୍ରୋନ ଜରିଆରେ ସାନିଟାଇଜର ସ୍ପ୍ରେ ମେସିନର ଉଦଭାବନା କରିଛନ୍ତି । ଏହା ସହରର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପ୍ରେ କରିବ ।

IIT Guwahati students develop drone
ଡ୍ରୋନ ଜରିଆରେ ସାନିଟାଇଜ ହେବ ସହର
author img

By

Published : Mar 31, 2020, 6:22 PM IST

ନୂଆଦିଲ୍ଲୀ: ଆଇଆଇଟି ଗୌହାଟୀର କିଛି ଛାତ୍ରଛାତ୍ରୀ ମିଶି ଏକ ଡ୍ରୋନ ଜରିଆରେ ସାନିଟାଇଜର ସ୍ପ୍ରେ ମେସିନର ଉଦଭାବନା କରିଛନ୍ତି । ଏହା ସହରର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପ୍ରେ କରିବ ।

‘ରେସଫ୍ଲାଏ’ ନାମକ ଏକ ଷ୍ଟାର୍ଟଅପକୁ ଛାତ୍ରମାନେ ଆସାମ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଦେଇଥିଲେ ଓ କୋରୋନା ମହାମାରୀ ସହ ଲଢିବାରେ ନିଜର ଭାଗୀଦାରି ଦେଇଥିଲେ । ଯେଉଁ କାମ କରିବା ପାଇଁ ଜଣେ ବ୍ୟକ୍ତିକୁ 1.5 ଦିନ ଲାଗିଥାଏ, ସେହି କାମ ଏହି ମେସିନ୍ 15 ମିନିଟରେ କରିପାରିବ ବୋଲି ସେମାନେ ଦାବି କରିଛନ୍ତି ।

ଆଇଆଇଟି ଗୌହାଟିର ସିଭିଲ ଇଞ୍ଜିନିୟରିଂ ଛାତ୍ର ଅନନ୍ତ ମିତ୍ତଲଙ୍କ ଅନୁଯାୟୀ, ସ୍ପ୍ରେର ସିଷ୍ଟମକୁ କେବଳ ଗୋଟିଏ ଅପରେଟର ଦ୍ୱାରା ନିୟୋଜିତ କରାଯାଇପାରିବ ଏବଂ ଗୋଟିଏ ସ୍ଥାନରେ ମନିଟରିଂ କରି ଅନେକ କ୍ଲିନର୍ ମାନଙ୍କ ଦ୍ୱାରା ଜୀବାଣୁମୁକ୍ତ ସ୍ପ୍ରେ କରିପାରିବ । ଆହୁରି ମଧ୍ୟ, ଏହି ଡ୍ରୋନ୍ ଗୁଡିକ ଭିଡିଓ ରେକର୍ଡ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ।

ଗୁଗୁଲ୍ ଜରିଆରେ ରାସ୍ତା ଗୁଡିକ ଚୟନ କରାଯାଇପାରିବ ଏବଂ ଡ୍ରୋନର କାର୍ଯ୍ୟକୁ 3 କିଲୋମିଟରର ସିଗନାଲ୍ ପରିସର ମଧ୍ୟରେ ସ୍ୱୟଂଚାଳିତ ହୋଇପାରିବ । ଗୋଟିଏ ଡ୍ରୋନ୍ ଥରେ ଉଡାନରେ ପ୍ରାୟ 1.2 ହେକ୍ଟରରୁ ଅଧିକ ଏବଂ ଦିନରେ 60 ହେକ୍ଟରରୁ ଅଧିକ ସ୍ଥାନ ଅତିକ୍ରମ କରିପାରିବ । ଡ୍ରୋନ୍ ପ୍ରତି ମିନିଟରେ 2-4 ଲିଟର ଜୀବାଣୁମୁକ୍ତ ସ୍ପ୍ରେ କରିପାରିବ ।

ଗୋଟିଏ ଡ୍ରୋନ୍ ପ୍ରାୟ 20 ଜଣ ଶ୍ରମିକଙ୍କ କାମ କରିପାରିବ, ଯାହା ବର୍ତ୍ତମାନ ପରିସ୍ଥିତିରେ ସହାୟକ ହୋଇପାରିବ । ମିତ୍ତଲ୍ ଏହା ମଧ୍ୟ କହିଛନ୍ତି ଯେ, 15-20 ଦିନ ମଧ୍ୟରେ 15 ଟି ଡ୍ରୋନ୍ ଏବଂ ଏହି ମାସ ଶେଷ ସୁଦ୍ଧା ପରବର୍ତ୍ତୀ 50 ଟି ଡ୍ରୋନ୍ ନିର୍ମାଣ କରିବେ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.