ETV Bharat / bharat

ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଲେ ଶଶି ଥରୁର - Rahul Gandhi

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଛନ୍ତି ଶଶି ଥରୁର । ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି ତେବେ ତାଙ୍କୁ କେବଳ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ପଡିବ । ଏହାକୁ ଦଳର କର୍ମୀ ଏବଂ ଅନ୍ୟମାନେ ତାଙ୍କୁ ନେତା ଭାବରେ ଗ୍ରହଣ କରିବାକୁ ଇଚ୍ଛୁକ ରହିଥିବା ଥରୁର ସୋମବାର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଲେ ଶଶୀ ଥରୁର

author img

By

Published : Aug 11, 2020, 6:32 AM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଛନ୍ତି ଶଶୀ ଥରୁର । ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି ତେବେ ତାଙ୍କୁ କେବଳ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ପଡିବ । ଏହାକୁ ଦଳର କର୍ମୀ ଏବଂ ଅନ୍ୟମାନେ ତାଙ୍କୁ ନେତା ଭାବରେ ଗ୍ରହଣ କରିବାକୁ ଇଚ୍ଛୁକ ରହିଥିବା ଥରୁର ସୋମବାର ପ୍ରକାଶ କରିଛନ୍ତି ।

ଶଶି ଥରୁର କହିଛନ୍ତି, ‘ଯଦି ରାହୁଲ ଗାନ୍ଧୀ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି, ତେବେ ତାଙ୍କୁ କେବଳ ଇସ୍ତଫା ପ୍ରତ୍ୟାହାର କରିବାକୁ ପଡ଼ିବ। ମୁଁ ଭାବୁଛି ପାର୍ଟି କର୍ମୀ, କଂଗ୍ରେସ ୱାର୍କିଂ କମିଟି ଏବଂ ସମସ୍ତେ ଏହାକୁ ଗ୍ରହଣ କରିବେ କାରଣ ସେ ଡିସେମ୍ବର 2017ରେ ମଧ୍ୟ ସେ ନିର୍ବାଚିତ ସଭାପତି ରହିଥିଲେ ।

ଯଦି ସେ କୁହନ୍ତି, ନା ମୁଁ ଫେରି ଆସିବାକୁ ଚାହେଁ ନାହିଁ, ତେବେ ଦଳର ଅନେକ ସଦସ୍ୟ ପଚାରୁଥିବା ପ୍ରଶ୍ନ -‘ଆମେ କେତେ ଦିନ ପର୍ଯ୍ୟନ୍ତ ଏହିପରି ସ୍ଥାୟୀ ସଭାପତି ବିନା କାର୍ଯ୍ୟ ଜାରି ରଖିପାରିବା?’-ତାହା ହେଉଛି ପ୍ରଶ୍ନ। ଏ ପ୍ରସଙ୍ଗରେ ଆମେ ଯଥାଶୀଘ୍ର ଏକ ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରିବାକୁ ପସନ୍ଦ କରିବୁ ବୋଲି ଥିରୁଅନନ୍ତପୁରମର କଂଗ୍ରେସ ସାଂସଦ କହିଛନ୍ତି।

ପୂର୍ବରୁ ରବିବାର ଥରୁର କଂଗ୍ରେସ ପାଇଁ ପୂର୍ଣ୍ଣକାଳୀନ ସଭାପତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହା ସହ ଜନସାଧାରଣଙ୍କ କଂଗ୍ରେସ ନେତୃତ୍ବହୀନ ଦଳ ବୋଲିଥିବା ଭାବନାକୁ ଦୂର କରିବା ପାଇଁ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପାଖରେ ପୁଣି ଥରେ ଦଳର ନେତୃତ୍ୱ ନେବା ପାଇଁ ଦକ୍ଷତା ଅଛି, କିନ୍ତୁ ଯଦି ସେ ନେତୃତ୍ବ ନ ନିଅନ୍ତି ତେବେ ଦଳ ଖୁବ ଶୀଘ୍ର ସଭାପତି ଚୟନ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.