ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । କେହି କେହି ଏହାକୁ ପ୍ରଶଂସା କରୁଥିବା ବେଳେ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ମହାରାଷ୍ଟ୍ରର ଶକ୍ତିମନ୍ତ୍ରୀ ନିତୀନ ରାଉତ ଘରର ବିଜୁଳି ବନ୍ଦ ନକରି କ୍ୟାଣ୍ଡଲ କିମ୍ବା ଦ୍ବୀପ ଲଗାଇବା ପାଇଁ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ ଯଦି ଏକାସାଙ୍ଗରେ ସମସ୍ତ ଲାଇଟ ବନ୍ଦ କରାଯାଏ ତେବେ ଏହା ଗ୍ରୀଡ୍ର ବିଫଳତାକୁ ନେଇପାରେ । ଆମର ସମସ୍ତ ଜରୁରୀକାଳୀନ ସେବା ବିଫଳ ହୋଇପାରେ । ଶକ୍ତିର ପୁନରୁଦ୍ଧାର ପାଇଁ ଏକ ସପ୍ତାହ ସମୟ ନେଇପାରେ । ସେଥିପାଇଁ ମୁ ଜନତାକୁ ଅନୁରୋଧ କରୁଛି ଯେ ଦ୍ବୀପ ଓ କ୍ୟାଣ୍ଡେଲ ଲଗାନ୍ତୁ କିନ୍ତୁ ଘରର ବିଜୁଳି ବନ୍ଦ କରନ୍ତୁ ନାହିଁ ।
ଏଠାରେ ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ ଏହି ରବିବାର ରାତି 9 ଟାରେ 9 ମିନିଟ ପାଇଁ ନିଜ ଘରେ ରହି ଦ୍ବୀପ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ଲଗାଇବାକୁ । 130 କୋଟି ଜନତା କୋରୋନା ରୂପକ ଅନ୍ଧକାରକୁ ଦୂର କରିବାକୁ ଏକ ସଂକଳ୍ପ ନେବା ପାଇଁ ରହିଛି ଆହ୍ବାନ । ତେବେ ଏହି ଭିଡିଓ ବାର୍ତ୍ତା ପରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ଅନେକ ଏହାକୁ ବୈଜ୍ଞାନିକ ଦୃଷ୍ଟିକୋଣ ଦେଉଥିବା ବେଳେ ଅନେକ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଦେଉଛନ୍ତି ।
@ANI