ଗାନ୍ଧୀନଗର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନଙ୍କୁ ସୁରକ୍ଷା ଦେବ ଭାରତୀୟ ବାୟୁସେନା(ଏଆଇଏଫ) । ଭାରତ ବାୟୁସୀମାକୁ ଟ୍ରମ୍ପଙ୍କ ବିମାନ ଆସିବା ପରେ ବାୟୁସେନା ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବ । ଫେବୃଆରୀ 24ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆସିବାକୁ ଥିବାରୁ ବାୟୁସୀମାର ସୁରକ୍ଷା ପାଇଁ ଏଆଇଏଫ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛି ।
ସୁଖୋଇ ଓ ମିରାଜ 2000 ଏହି ସୁରକ୍ଷା ଯୋଗାଇଦେବେ ବୋଲି ଜଣାପିଡିଛି । ଗୁଜୁରାଟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟ୍ରମ୍ପଙ୍କ ଲାଗି ସମସ୍ତ ସୁରକ୍ଷା କଡାକଡି କରାଯାଇଛି ।
ସେପଟେ ଟ୍ରମ୍ପଙ୍କୁ ସୁରକ୍ଷା ଦେବା ଲାଗି ଆମେରିକାରୁ ଅନେକ ସୁରକ୍ଷା ଉପକରଣ ସହ ଆମେରିକା ସୁରକ୍ଷା ବାହିନୀ ପହଞ୍ଚିଛନ୍ତି ।
ସୌଜନ୍ୟ: IANS