ETV Bharat / bharat

8 ଦିନ ପରେ ମିଳିଲା ଏଏନ-32ର ଭଗ୍ନାବଶେଷ

author img

By

Published : Jun 11, 2019, 4:32 PM IST

Updated : Jun 11, 2019, 5:44 PM IST

ଦୀର୍ଘ 8 ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ-32ର ଭଗ୍ନାବଶେଷ ଠାବ ହୋଇଛି ।  ଅରୁଣାଞ୍ଚଳ ପ୍ରଦେଶରୁ ୧୬ କିଲୋମିଟର ଉତ୍ତରରେ ଥିବା ଲିପୋ ଅଞ୍ଚଳରେ ବିମାନର ଭଗ୍ନାବଶେଷ ମିଳିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ନୂଆଦିଲ୍ଲୀ: ଦୀର୍ଘ 8 ଦିନର ସର୍ଚ୍ଚ ଅପରେସନ ପରେ ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ-32ର ଭଗ୍ନାବଶେଷ ଠାବ ହୋଇଛି । ଅରୁଣାଞ୍ଚଳ ପ୍ରଦେଶରୁ ୧୬ କିଲୋମିଟର ଉତ୍ତରରେ ଥିବା ଲିପୋ ଅଞ୍ଚଳରେ ବିମାନର ଭଗ୍ନାବଶେଷ ମିଳିଥିବା ସୂଚନା ମିଳିଛି । ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ବିମାନ ସାହାଯ୍ୟରେ ଏହାର ସନ୍ଧାନ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭୂସ୍ଥଳରୁ 12 ହଜାର ଫୁଟ ଉଚ୍ଚରେ ଏହି ବିମାନର ଭଗ୍ନାବଶେଷ ଠାବ ହୋଇଥିବା ବେଳେ ଏମ୍‌ଆଇ-୧୭ ବିମାନ ଏହାର ଅବଶିଷ୍ଟାଂଶ ଅଂଶ ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହା ବ୍ୟତିତ ଭାରତୀୟ ସେନା , ଅରୁଣାଚଳ ପୋଲିସ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ଜୁନ୍‌ ୩ ତାରିଖରେ ଆସାମର ଜୋରହଟଠାରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡାଣ ଭରିଥିବା ଭାରତୀୟ ବାୟୁସେନୀର ଏଏନ୍‌-୩୨ ବିମାନ ଅବତରଣ କରିବା ପୂର୍ବରୁ ନିଖୋଜ ହୋଇଯାଇଥିଲା । ବିମାନରେ 8 ଜଣ କ୍ରୁ ମେମ୍ବର ଓ 3 ଜଣ ଯାତ୍ରୀ ଥିଲେ । ସେବେଠାରୁ ଭାରତୀୟ ବାୟୁସେନା ବିମାନ ସନ୍ଧାନରେ ଲାଗି ପଡିଥିଲା । ସର୍ଚ୍ଚ ଅପରେସନରେ ଏସୟୁ-30 ଜେଟ ଯୁଦ୍ଧ ବିମାନ, ସି-130 ଜେ, ଏମ୍‌ଆଇ-17 ଏବଂ ଏଏଲଏଚ୍‌ ବିମାନ ନିୟୋଜିତ ଥିଲେ ।

Intro:Body:

gggggggss

Conclusion:
Last Updated : Jun 11, 2019, 5:44 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.