ETV Bharat / bharat

‘କାରଗିଲ ବିଜୟ, ବୀର ବାହାଦୂରଙ୍କ ବିଜୟ’ - ଶହୀଦ ଶ୍ରଦ୍ଧାଞ୍ଜଳୀ ସଭା

ଦେଶର ପବିତ୍ରତା ଏବଂ ଅନୁଶାସନ ବଳରେ ଦେଶ କାରଗିଲ ବିଜୟ କରିବାରେ ପ୍ରତିବଦ୍ଧ ରହିଥିଲା । ଭାରତ ମାତାର ବୀର ବାହାଦୂରଙ୍କ ଏ ବିଜୟ ବୋଲି ଶହୀଦ ଶ୍ରଦ୍ଧାଞ୍ଜଳୀ ସଭାରେ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : Jul 28, 2019, 1:11 AM IST

ନୂଆଦିଲ୍ଲୀ: ଶତ୍ରୁ ଦେଶ ପାକିସ୍ତାନକୁ ପରାଜୟ କରି କାରଗିଲ ଦୁର୍ଗକୁ ଜୟ କରିବା, ଭାରତ ମାତାର ଶକ୍ତି ଓ ସାମର୍ଥ୍ୟକୁ ପ୍ରତିପାଦନ କରୁଛି । ଏହି ଜିତ୍ ବୀର ବାହାଦୂରଙ୍କ ବିଜୟ ସହ ସମାନ । ଦେଶର ପବିତ୍ରତା ଏବଂ ଅନୁଶାସନର ଏହା ହେଉଛି ପ୍ରତିଜ୍ଞାର ବିଜୟ ବୋଲି ଶହୀଦଙ୍କ ପରିବାରକୁ ସମ୍ମାନ ଜଣାଇ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ଯବାନ ଏବଂ ସେମାନଙ୍କ ପରିବାର ପାଇଁ ସରକାର ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ସରକାର OROP ଲାଗୁ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଚଳିତ ବର୍ଷ ସରକାର ଗଠନର ପ୍ରଥମ ପଦକ୍ଷେପ ଶହୀଦ ଯବାନଙ୍କ ପରିବାର ପାଇଁ ରହିଥିଲା । ସେମାନଙ୍କ ସନ୍ତାନ ପାଇଁ ଶିକ୍ଷାବୃତ୍ତି ବୃଦ୍ଧି କରାଯାଇଛି ବୋଲି ଭାଷଣରେ କହିଛନ୍ତି ମୋଦି ।

ଶୁକ୍ରବାର କାରଗିଲ ବିଜୟକୁ 20 ବର୍ଷ ପୂର୍ତ୍ତି ହୋଇଛି । ଶନିବାର ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ଶହୀଦଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଏହି କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ଥଳସେନା ମୁଖ୍ୟ ବିପିନ୍ ରାୱତ ଯୋଗଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.