ନୂଆଦିଲ୍ଲୀ: ସ୍ଥଳସେନାରେ ମହିଳାଙ୍କ ଅଧିକାରକୁ ନେଇ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ବଡ ବୟାନ ଦେଇଛନ୍ତି । ମହିଳାଙ୍କ ସମେତ ସମସ୍ତଙ୍କୁ ସେନାରେ ସମାନ ଅଧିକାରର ପ୍ରତିଶୃତି ଦେଇଛନ୍ତି ନର୍ଭାଣେ । ଏହା ବ୍ୟତିତ କୌଣସି ଧର୍ମ, ଜାତି, ବର୍ଣ୍ଣ କିମ୍ବା ଲିଙ୍ଗ ଆଧାରରେ ଭାରତୀୟ କାହାରି ସହ ଭେଦଭାବ କରେ ନାହିଁ ବୋଲି ସେ କହିଛନ୍ତି । ସେନାରେ ମହିଳା ଅଧିକାରୀଙ୍କ କମିସନ ନେଇ କେନ୍ଦ୍ରକୁ ଗତ ସୋମବାର ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ସେନାମୁଖ୍ୟ ।
ଅନ୍ୟପକ୍ଷେ ସୀମାରେ ଆତଙ୍କବାଦୀ ଗତିବିଧିକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ସେନାମୁଖ୍ୟ ମନୋଜ ନର୍ଭାଣେ । ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ 15ରୁ 20ଟି ଆତଙ୍କବାଦୀ କ୍ୟାମ୍ପ ଥିବା ନର୍ଭାଣେ ସୂଚନା ଦେଇଛନ୍ତି । ଏହି ସବୁ କ୍ୟାମ୍ପଗୁଡିକରେ ପାଖାପାଖି 250ରୁ 350ଆତଙ୍କବାଦୀ ଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ