ଚେନ୍ନାଇ: ତାମିଲନାଡୁର ତିରୁଚିରାପଲ୍ଲୀର ଏକ ଘରୋଇ ସଫ୍ଟୱେର୍ କମ୍ପାନୀ ରାଜ୍ୟ ସରକାରୀ ଡାକ୍ତରଖାନାକୁ ହ୍ୟୁମାନୋଇଡ୍ ରୋବଟ୍ ଦାନ କରିଛି। ସୋମବାର ଏହି କମ୍ପାନୀ ରୋର୍ବଟକୁ କୋଭିଡ୍-19 ଆଇସୋଲେସନ ୱାର୍ଡରେ ଥିବା ରୋଗୀଙ୍କ ସେବାରେ ନିୟୋଜିତ କରିବାକୁ ଦାନ କରିଛନ୍ତି।
ତେବେ ନିର୍ମାଣ ହୋଇଥିବା ମନୁଷ୍ୟକୃତ ରୋବର୍ଟ ମଧ୍ୟରୁ 4ଟି ରୋଗୀ ସେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଯଦି ଜିଲ୍ଲା ପ୍ରଶାସନର ଅନୁମତି ମିଳେ ଏମାନଙ୍କୁ କାର୍ଯ୍ୟରେ ଲଗାଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ ଗଣମାଧ୍ୟମରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ସୋମବାର ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1024 ରେ ପହଞ୍ଚିଛି। ବିଶ୍ବର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଭାରତରେ ମଧ୍ୟ ଏହି ମାମଲା ବଢିଚାଲିଛି। ଏବେ ସାରା ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟା 30 ହଜାରରୁ ଉର୍ଦ୍ଧ୍ବ ରହିଛି।