ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣକୁ ରୋକିବାକୁ ବିମାନବନ୍ଦରରେ ଯାତ୍ରୀଙ୍କ ସ୍କ୍ରିଂନି କରାଯାଏ । ତେବେ ଏମିତି ମଧ୍ୟ ଅନେକ ଯାତ୍ରୀ ରହିଛନ୍ତି । ଯେଉଁମାନେ ଭାବୁଛନ୍ତି ସ୍କ୍ରିନିଂ ସମୟରେ ଧାଡିରେ ଛିଡା ହେବା ଦ୍ବାରା ମଧ୍ୟ କୋରୋନା ବ୍ୟାପିଥାଏ । ଏଭଳି ଅଭିଯୋଗ ଆଣିଛନ୍ତି ପେଶାରେ ଜଣେ କମ୍ୟୁନେକେଶନ ଏକ୍ସିକ୍ୟୁଟିଭ ଟିନୁ ଚୋରିୟଡ ଇବ୍ରାହିମ ।
ସେ ମାର୍ଚ୍ଚ 11ରେ ଆମେରିକାରୁ ବେଙ୍ଗାଲୁରୁର କ୍ୟାମ୍ପେନଗୌଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆସିଥିଲେ । ତାଙ୍କ କହିବାନୁସାରେ, ସ୍କିଂନି ପ୍ରକ୍ରିୟା ଦ୍ବାରା ଠିଆ ହେବାକୁ ଥିବା ଲାଇନରେ ଯାତ୍ରୀଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡେ ।
ତେବେ ଲାଇନରେ ଛିଡା ହେବା ଲୋକ ପରସ୍ପରଠାରୁ ମାତ୍ର କେଇ କେଇ ଇଞ୍ଚ ଦୂରତାରେ ଏତେ ସମୟ ଧରି ଛିଡା ହୋଇ ରହିବା ଦ୍ବାରା କୋରୋନା ସଂକ୍ରମିତ ହୋଇଥାଏ ।
ଚୋରିୟଡ ଇବ୍ରାହିମଙ୍କ ମତରେ ଏଭଳି ପାଖାପାଖି ଠିଆ ହେବାଦ୍ବାରା କୋରୋନା ସଂକ୍ରମିତ ହେବା ଆଖଙ୍କା ଅଧିକ ରହିଥାଏ ।
COVID-19କୁ ନେଇ ପ୍ରଶାସନ ପକ୍ଷରୁ ମାର୍ଚ୍ଚ 3 ଯାଏଁ ବିମାନବନ୍ଦରରେ ସବୁ ଯାତ୍ରୀଙ୍କର ବିମାନବନ୍ଦରରେ ଥର୍ମାଲସ୍କି୍ରିନିଙ୍ଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।