ETV Bharat / bharat

କୋରୋନାରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା କେତେ ଜରୁରୀ ? - mask

କୋରୋନାରୁ ବର୍ତ୍ତିବା ପାଇଁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି । ହେଲେ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟହାର କରିବା କେତେ ଜରୁରୀ ? ଆସନ୍ତୁ ଜାଣିବା...

_corona virus
କୋରୋନାରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା କେତେ ଜରୁରୀ...
author img

By

Published : Mar 11, 2020, 9:30 PM IST

ନୂଆଦିଲ୍ଲୀ: ବିଶ୍ବବାସୀଙ୍କୁ ଏକପ୍ରକାର କରାୟତ କରି ରଖିଛି କୋରୋନା । ଏହି ମାରାତ୍ମକ ଜୀବାଣୁ ବିଶ୍ବବାସୀଙ୍କୁ କଲବଲ କରୁଛି । ଦିନ ବଢିବା ସହ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

କୋରୋନାରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା କେତେ ଜରୁରୀ...

ତେବେ ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଏହି ଜୀବାଣୁ ସଂକ୍ରମଣ ରିପୋର୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା 60 ଟପିଲାଣି । ଏନେଇ ରାସ୍ତ ଘାଟ ଓ ବିମାନବନ୍ଦରରେ ସବୁଠୁ ଲୋକମାନଙ୍କୁ ମାସ୍କ ପିନ୍ଧିବାର ଦେଖିବାକୁ ମିଳୁଛି। ଏଠି ପ୍ରଶ୍ନ ଉଠୁଛି ଏହି ଭାଇରସର ପ୍ରଭାବରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା କେତେ ଜରୁରୀ ? ଏ ବିଷୟରେ ଡକ୍ଟର ଉଷା ଏମ କୁମାରଙ୍କ ସହ ସିଧାସଳଖ କଥା ହୋଇଥିଲେ ଆମ ପ୍ରତିନିଧି ।

ଡାକ୍ତରଙ୍କ କହିବା ଅନୁସାରେ, ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ମ୍ୟାକ୍ସ ହସ୍ପିଟାଲର ଡାକ୍ତର ଉଷା କହିଛନ୍ତି । କାରଣ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥିବାରୁ ସେମାନଙ୍କୁ ସତର୍କ ରହିବାକୁ ପଡିବ । ନଚେତ୍ ସହଜରେ ଏହି ଜୀବାଣୁ ସେମାନଙ୍କୁ କାବୁ କରିନେବ ।

ଅନ୍ୟପଟେ ପ୍ରତ୍ୟେକ ଦିନ ଗୋଟିଏ ମାସ୍କକୁ ବ୍ୟବହାର କରିବା ଉଚିତ ନୁହେଁ । ବାରମ୍ବାର ଗୋଟିଏ ମାସ୍କକୁ ପିନ୍ଧିବା ଫଳରେ ଏହା ସଂକ୍ରମିତ କରିପାରେ । ତେଣୁ ଯେଉଁମାନଙ୍କୁ କାଶ, ଥଣ୍ଡା ଓ କୌଣସି ପ୍ରକାରର ସଂକ୍ରମଣ ହୋଇଛି ସେମାନେ ମାସ୍କ ପିନ୍ଧିବା ଦରକାର ।

ଏହାସହ ଯେଉଁ ବ୍ୟକ୍ତିର ରୋଗ ସହ ଲଢିବା ଶକ୍ତି କମ ଅଛି ସେମାନେ ଖାଦ୍ୟପେୟ ଠିକ୍ ରଖିବା ଜରୁରୀ । ଏଥିପାଇଁ ଫଳ, ପନିପରିବା, ଶୁଖିଲା ଫଳ ଓ ଇତ୍ୟାଦି ଖାଇବା ଫଳରେ ଶରୀରର ରୋଗ ବିରୁଦ୍ଧରେ ଲଢିବାର କ୍ଷମତା ବଢିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.