ETV Bharat / bharat

ରାଧାସ୍ବାମୀ ବ୍ୟାସ କୋଭିଡ ହସ୍ପିଟାଲ ପରିଦର୍ଶନ କରିବେ ଶାହା-କେଜ୍ରିୱାଲ - କୋଭିଡ ହସ୍ପିଟାଲ ପରିଦର୍ଶନ କରିବେ ଶାହା-କେଜ୍ରିୱାଲ

ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦିଲ୍ଲୀର ରାଧାସ୍ବାମୀ ବ୍ୟାସ ଛତ୍ରପୁରରେ 10 ହଜାରରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମିଳିତ ଭାବେ ଏହି କୋଭିଡ -19 କେନ୍ଦ୍ର ପରିଦର୍ଶନ କରିବେ।

 ଶାହା-କେଜ୍ରିୱାଲ
ଶାହା-କେଜ୍ରିୱାଲ
author img

By

Published : Jun 27, 2020, 7:16 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦିଲ୍ଲୀର ରାଧାସ୍ବାମୀ ବ୍ୟାସ ଛତ୍ରପୁରରେ 10 ହଜାରରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମିଳିତ ଭାବେ ଏହି କୋଭିଡ -19 କେନ୍ଦ୍ର ପରିଦର୍ଶନ କରିବେ।

ଏହାର ଘୋଷଣା ପୂର୍ବରୁ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ ଡାକ୍ତରଖାନା ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ ଅପମାନିତ କରି ଟ୍ବିଟ୍ କରି କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ଦ୍ବାରା ନିର୍ମିତ ବିଶ୍ବର ସର୍ବବୃହତ କୋଭିଡ ହସ୍ପିଟାଲ ‘ଚୋରୀ-ଚୋରୀ, ଚୁପକେ-ଚୁପକେ’ ଉଦଘାଟନ କରିବାକୁ ଗୃହମନ୍ତ୍ରୀ ଅମିତ ଶାହା ଆସୁଛନ୍ତି । ଏହାପରେ ସେ ପ୍ରଶ୍ନ କରିଥିଲେ ଯେ, ବିଜେପି କୋଭିଡ ସହ ଲଢୁଛି ନା କେଜ୍ରିୱାଲଙ୍କ ସହ ।

ଆମ୍ ଆଦମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କ୍ରେଡିଟ୍ ୱାର ଆରମ୍ଭ ହେବା ପୂର୍ବରୁ ବିବାଦ ଧିରେ ଧିରେ କମିଥିବାର ଜଣାପଡିଛି। ଦିଲ୍ଲୀର ରାଧାସ୍ବାମୀ ବ୍ୟାସ ଛତ୍ରପୁରରେ ଥିବା ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଟିମ୍ 10 ହଜାରରୁ ଅଧିକ ଶଯ୍ୟା ବିଶିଷ୍ଟ ପ୍ରସ୍ତାବିତ କୋଭିଡ କେୟାର ସେଣ୍ଟରର ଦାୟିତ୍ବ ଗ୍ରହଣ କରିଛନ୍ତି।

ଆଇଟିବିପିର ଡାକ୍ତର ଓ ପ୍ରଶାସକଙ୍କ ଟିମ୍ ବୁଧବାର ସକାଳରୁ କୋଭିଡ କେୟାର ସେଣ୍ଟରରେ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଇଟିବିପି ଦଳ ମଧ୍ୟ ଦିଲ୍ଲୀ ସରକାର, ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଆଶ୍ରମର ବିଭିନ୍ନ ଅଧିକାରୀଙ୍କ ସହ ବାରମ୍ବାର ବୈଠକ କରିଥିଲେ। ଏହା ସର୍ବ ବୃହତ କୋଭିଡ କେୟାର ହସ୍ପିଟାଲ ବୋଲି ଦାବି କରାଯାଉଛି। ଜୁନ 26ରୁ ପ୍ରାୟ 2000 ଶଯ୍ୟା କ୍ଷମତା ବିଶିଷ୍ଟ ଏହି କେନ୍ଦ୍ର କାର୍ଯ୍ୟ କରୁଛି । କୋଭିଡ ରୋଗୀଙ୍କ ଅନୁଯାୟୀ ଧୀରେ ଧୀରେ ଏହାର ସଂଖ୍ୟା ବୃଦ୍ଧି ପାଇବ। ଏହାର ସର୍ବାଧିକ କ୍ଷମତା 10 ହଜାର 200 ଶଯ୍ୟା ପର୍ଯ୍ୟନ୍ତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ କେନ୍ଦ୍ର ହେବ, ଯେଉଁଥିରେ 1000 ରୁ ଅଧିକ ଡାକ୍ତର ଯୋଗଦେବେ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.