ରାଞ୍ଚି: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି ହେମନ୍ତ ସୋରେନ । ରାଞ୍ଚିର ମୋରାବାଦୀ ମୈଦାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସୋରେନ ରାଜ୍ୟର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ସୋରେନଙ୍କ ସହିତ ଆରଜେଡିରୁ ସତ୍ୟାନନ୍ଦ ଭୋକ୍ତା ଏବଂ କଂଗ୍ରେସରୁ ରାମେଶ୍ବର ଓରାମ ଓ ଆଲମଗିରି ଆଲମ ନୂଆ ମେଣ୍ଟ ସରକାରରେ ଶପଥ ନେଇଛନ୍ତି ।
ସୋରେନଙ୍କ ଶପଥ ଗ୍ରହଣରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ତେଜସ୍ବୀ ଯାଦବଙ୍କ ସମେତ ବିପକ୍ଷର ଅନେକ ବଡ ନେତା ସାମିଲ ହୋଇଥିଲେ ।