କୋରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ସଂକଟର ସମ୍ମୁଖୀନ ହୋଇଥିବାରୁ ଏହାକୁ ଗତିଶୀଳ କରିବା ପାଇଁ ‘ହେଲିକପଟର ମନି’ ନୀତି ଆପଣାଇବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରିଜର୍ଭ ବ୍ୟାଙ୍କ୍ କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଫଳରେ ୫ ଦଶକ ପୁରୁଣା ଏହି ପଲିସି ପ୍ରେସକ୍ରିପସନ୍ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ୧୯୬୮ ମସିହାରେ ଅର୍ଥନୀତିଜ୍ଞ ମିଲଟନ ଫ୍ରାଏଡମ୍ୟାନ ପ୍ରଥମେ ‘ହେଲିକପଟର ମନି’ଶବ୍ଦର ବ୍ୟବହାର କରିଥିଲେ । ଅର୍ଥନୀତି ଯଦି ଡିଫ୍ଲେସନ ବା ଅପସ୍ଫୀତି ଅବସ୍ଥାକୁ ଆସିଯାଏ,ତାହା ହେଲେ ଶେଷ ଉପାୟ ଭାବେ ହେଲିକପଟର ମନିର ସହାୟତା ନିଆଯାଇପାରେ । ଅର୍ଥାଭାବ ହେଲେ ସେବା ଓ ସାମଗ୍ରୀର ଦର ହ୍ରାସ ହୋଇଥାଏ । ଅର୍ଥନୀତିର ଏଭଳି ଅବସ୍ଥାକୁ ଡିଫ୍ଲେସନ କୁହାଯାଏ ।
ଏହି ହେଲିକପଟର ମନି କଣ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଣ ଅଧିକ ନୋଟ୍ ଛାପି ଆମ ଅର୍ଥ ବ୍ୟବସ୍ଥାରେ ସେସବୁ ଜାରି କରିପାରିବ ? ଈଟିଭି ଭାରତର କ୍ରିଷ୍ଣାନନ୍ଦ ତ୍ରିପାଠୀ ଏ ବାବଦରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂବର୍ତନ ଡେପୁଟି ଗଭର୍ନରଙ୍କ ସହ କଥା ହୋଇଥିଲେ ।
ହେଲିକପଟର ମନି କଣ ? ଅର୍ଥନୀତିର ସାମାଜିକ କ୍ଷେତ୍ରରେ ବଡ ଧରଣର
ସରକାରୀ ଖର୍ଚ୍ଚକୁ ହେଲିକପଟର ମନି କୁହାଯାଏ । ଏକାଧିକ କ୍ଷେତ୍ରରେ ବ୍ୟାପକ ଭାବେ ଯଦି ସରକାରୀ ବ୍ୟୟ ହୁଏ, ତାହା ହେଲେ ଏହାକୁ ହେଲିକପଟର ମନି କୁହାଯାଏ । ପୂବର୍ତନ ୟୁଏସ ଫେଡ୍ ଅଧ୍ୟକ୍ଷ ବେନ୍ ବେରନେକ୍ ମଧ୍ୟ ଏହି ନୀତିର ପ୍ରବକ୍ତା ଥିଲେ । ସେ ଏହି ନୀତିକୁ ସମର୍ଥନ କରିଥିବାରୁ ସେ ହେଲିକପଟର ବେନ୍ ବୋଲି ପରିଚିତ ଥିଲେ ।
ଏହି ଶବ୍ଦ ଏକ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ । ଏକ ସେଣ୍ଟ୍ରାଲ ବ୍ୟାଙ୍କ ପାଇଁ କ୍ୱାଂଟିଟେଟିଭ୍ ଇଜିଂ ହେଉଛି ସଠିକ ଶବ୍ଦ । ଏହାର ଅର୍ଥ ହେଲା ଯେ ସେଣ୍ଟ୍ରାଲ ବ୍ୟାଙ୍କ, ସଂପତ୍ତି, ବଣ୍ଡ୍ ଓ ସରକାରୀ ପ୍ରତିଭୂତି ବଡ ପରିମାଣରେ କିଣିବ । ଯାହା ଫଳରେ ଅର୍ଥନୀତିରେ ବ୍ୟାପକ ଭାବେ ଅଧିକରୁ ଅଧିକ ଅର୍ଥ ପ୍ରବେଶ ପାଇଁ ଏହି ପଦକ୍ଷେପ ନିଆଯାଏ ବୋଲି ୨୦୧୪ ରୁ ୨୦୧୭ ଯାଏଁ ରିଜର୍ଭ ବ୍ୟାଙ୍କ୍ ଡେପୁଟି ଗଭଣ୍ଣର୍ର ଥିବା ଆର.ଗାନ୍ଧି କହନ୍ତି ।
କେସିଆର କିଭଳି ପ୍ୟାକେଜ ଚାହାଁନ୍ତି ?
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଜିଡିପିର ୫ ପ୍ରତିଶତ ପଯ୍ୟର୍ନ୍ତ ଏକ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଚାହାଁନ୍ତି । ୫ ପ୍ରତିଶତ ପ୍ୟାକେଜର ଅର୍ଥ ହେଲା ୧୦ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ । ଅନ୍ୟ ନେତାମାନେ ବି ଏହାଠାରୁ ଅଧିକ ପରିମାଣର ପ୍ୟାକେଜ ଚାହିଁଛନ୍ତି । ଯାହା କି ଜିଡିପିର ୧୦ରୁ ୧୨ ପ୍ରତିଶତ ଅର୍ଥାତ ୨୦ରୁ ୨୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ହେବ । ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ୧ ଦଶମିକ ୭ ଲକ୍ଷ କୋଟିର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କରିଥିଲେ । ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଅଧିକ ସହାୟତା ଚାହିଁଛନ୍ତି ।
ରିଜର୍ଭ ବ୍ୟାଙ୍କ ବ୍ୟବସ୍ଥାରେ କିଭଳି ଟଙ୍କା ସୃଷ୍ଟି କରେ ? ଈଟିଭି ଭାରତ ସହ ଆଲୋଚନା ବେଳେ ଆର. ଗାନ୍ଧି କହିଛନ୍ତି ଯେ ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ କ୍ୱାଂଟିଟେଟିଭ ଇଜିଂ ପଦ୍ଧତିର ସହାୟତା ନିଅନ୍ତି , ସେମାନେ ବ୍ୟବସ୍ଥାର ଟଙ୍କା ସୃଷ୍ଟି କରନ୍ତି । କିନ୍ତୁ ଏହାର ଅର୍ଥ କେବଳ ଅଧିକରୁ ଅଧିକ ନୋଟ୍ ଛାପିବା ନୁହେଁ । ଅର୍ଥ ବ୍ୟବସ୍ଥାରେ ଅଧିକ ଟଙ୍କା ଛାଡିବା ପାଇଁ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଲେ କେବଳ ଏକ ଷଷ୍ଠାଂଶ କରେନ୍ସି ନୋଟ୍ ହିଁ ଛପାଯାଏ । ତାହାଲେ କିପରି କରେନ୍ସି ନୋଟ୍ ଛପା ହୋଇ ବଜାରରେ ଜାରି କରାଯାଏ ? ଏନେଇ ଆର. ଗାନ୍ଧି କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ୍ ଅଧିକ ପରିମାଣର ନୋଟ୍ ଛାପି ମହଜୁଦ ରଖିଥାଏ । ଯେତେବେଳେ ଅର୍ଥନୀତିର ଗୋଟିଏ ସେଗମେଂଟ ଫିଜିକାଲ୍ କ୍ୟାସ ଆବଶ୍ୟକ କରେ, ସେତେବେଳେ ବ୍ୟାଙ୍କ ତାହା ଯୋଗାଏ ବୋଲି ଆର. ଗାନ୍ଧି ଈଟିଭି ଭାରତକୁ କହିଛନ୍ତି ।
କେତେ ନୋଟ୍ ଛପା ହେବା ନେଇ ଆରବିଆଇ କେମିତି ନିଷ୍ପତ୍ତି ନିଏ ? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଉ ଜଣେ ପୂବର୍ତନ ଅଧିକାରୀ ଈଟିଭି ଭାରତକୁ କହିଛନ୍ତି ଯେ, ଜିଡିପି ଅଭିବୃଦ୍ଧି ନେଇ ବ୍ୟାଙ୍କ ଏକ ସମୀକ୍ଷା କରେ । କ୍ୟାସ ଟୁ ଜିଡିପି ଅନୁପାତ ଅନୁସାରେ ନୋଟ୍ ପରିମାଣ ନେଇ ନିଷ୍ପତି ନିଆଯାଏ । ସିଷ୍ଟମରେ କେତେ କରେନ୍ସି ଥାଏ ? ୨୦୨୦ ମାର୍ଚ୍ଚରେ ମୋଟ କରେନ୍ସି ପରିମାଣ ୨୪ ଦଶମିକ ୩୯ ଲକ୍ଷ କୋଟି ଟଙ୍କା ଥିଲା । ଯାହା କି ୨୦୧୯-୨୦ ଆର୍ଥିକ ବର୍ଷର ଜିଡିପିର ୧୨ ପ୍ରତିଶତରୁ ଅଧିକ । ରିଜର୍ଭ ବ୍ୟାଙ୍କର ପୂବର୍ତନ ଅଧିକାରୀଙ୍କ ଅନୁସାରେ ବ୍ୟାଙ୍କଗୁଡିକ ଡିଜିଟାଲ୍ ପେମେଂଟ ଟ୍ରେଣ୍ଡ ଓ ଅଭିବୃଦ୍ଧି, ନଗଦ ବ୍ୟବହାର, ସରକାରୀ ନୀତି ଓ ଅନ୍ୟ କିଛି କାରଣକୁ ବିଚାରକୁ ନେଇ ନୋଟ୍ ଛାପିବା ସହ ବଜାରକୁ ଛାଡନ୍ତି । ଗତ ତିନି ବର୍ଷ ଧରି କ୍ୟାସ ଟୁ ଜିଡିପି ରେସିଓ ହ୍ରାସ ପାଇବାରେ ଲାଗିଛି । ୨୦୧୬ ନଭେମ୍ବରରେ ବିମୁଦ୍ରାକରଣ ଯୋଗୁଁ ଏହା ଘଟିଛି । ମାର୍ଚ୍ଚ ୨୦୨୦ ସୁଦ୍ଧା କ୍ୟାସ୍ ଟୁ ଜିଡିପି ରେସିଓ ୧୨ ଦଶମିକ ୨ ପ୍ରତିଶତରୁ ଟିକେ ଅଧିକ ରହିଛି ।
ନିଜ ମନ ମୁତାବକ ଟଙ୍କା ଛାପି ପାରିବ କି ରିଜର୍ଭ ବ୍ୟାଙ୍କ ? କିଛି ଲୋକଙ୍କ ଧାରଣା ଯେ, କେନ୍ଦ୍ର ସରକାର ବା ରିଜର୍ଭ ବ୍ୟାଙ୍କ୍ ବହୁଳ ଭାବେ କରେନ୍ସି ନୋଟ୍ ଛାପି ବଜାରରେ ଜାରି କରିପାରିବେ । ହେଲେ ପ୍ରକୃତରେ ଏଭଳି ହୁଏ ନାହିଁ । ଉଦାହରଣ ସ୍ୱରୂପ, ସିଷ୍ଟମରେ ଅଧିକ ଟଙ୍କା ଛାଡିବାରୁ ହିଁ ଲାଟିନ ଆମେରିକା ଓ ଆଫ୍ରିକା ମହାଦେଶର ଅଧିକାଂଶ ଦେଶ ଉଚ୍ଚ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଲେ । ସେସବୁ ଦେଶର ମୁଦ୍ରାର ଅବମୂଲ୍ୟାୟନ ହେଲା । ଜିମ୍ବାୱେର ଉଦାହରଣ ୨୦୦୭ରୁ ୨୦୦୯ ମଧ୍ୟରେ
ଜିମ୍ବାୱେ ରେ ସରକାର ବହୁ ପରିମାଣରେ କରେନ୍ସି ନୋଟ୍ ଛାପିଲେ । ଫଳରେ ସେଠାରେ ହାଇଫର ଇନଫ୍ଲେ ସନ ସୃଷ୍ଟି ହେବା ସହ ମୁଦ୍ରାର ମୂଲ୍ୟରେ ପତନ ହୋଇଥିଲା । ଜିମ୍ବାୱେ ମୁଦ୍ରାର ଏଭଳି ଭାବେ ଅବମୂଲ୍ୟାୟନ ହୋଇଥିଲା ଯେ , ସରକାର ୧୦୦ ଟ୍ରିଲିଅନ ଡଲାର ନୋଟ୍ ଛାପିବାକୁ ବାଧ୍ୟ ହୋଇଥିଲେ, ଯାହାର କି ବିନିମୟ ମୂଲ୍ୟ ଥିଲା ମାତ୍ର ୪୦ ଆମେରେକୀୟ ସେଂଟ୍ । ଏବେ ମଧ୍ୟ ଜିମ୍ବାୱେରେ ଆମେରିକୀୟ ଡଲାର ଓ ଅନ୍ୟ ଦେଶର କରେନ୍ସି ବ୍ୟବହାର ହୁଏ । ଭାରତୀୟ ଟଙ୍କା ବି ସେଠାରେ ଚଳେ ବୋଲି ରିଜର୍ଭ ବ୍ୟାଙ୍କର ପୂବର୍ତନ ଅଧିକାରୀ ଜଣକ ଈଟିଭି ଭାରତକୁ କହିଛନ୍ତି ।
ଦୁବର୍ଳ ମୁଦ୍ରାନୀତି ଯୋଗୁଁ ବିଭିନ୍ନ ଦେଶର ଆର୍ଥିକ ଦୁର୍ଗତି
କେବଳ ଜିମ୍ବାୱେ କାହିଁକି ଅନ୍ୟ କିଛି ଦେଶ ମଧ୍ୟ ଦୁବର୍ଳ ମୁଦ୍ରା ନୀତି ଯୋଗୁଁ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କହିଛନ୍ତି ଆର୍. ଗାନ୍ଧି । ଅଧିକ କରେନ୍ସି ସିଷ୍ଟମକୁ ଆଣିଥିବାରୁ ଲାଟିନ ଆମେରିକା ଓ ଆଫ୍ରିକା ମହାଦେଶର ଅନେକ ଦେଶରେ ୨୦୦ରୁ ୩୦୦ ପ୍ରତିଶତ , ଏପରିକି ୫ ଶହ ପ୍ରତିଶତ ମୁଦ୍ରାସ୍ଫୀତି ସୃଷ୍ଟି ହୋଇଛି । ଜିମ୍ବାୱେ ସବୁଠୁ ଖରାପ ଉଦାହରଣ ବୋଲି ଆର୍. ଗାନ୍ଧି କହିଛନ୍ତି ।
ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ମଧ୍ୟରେ ସନ୍ତୁଳନ କେମିତି ରଖେ ରିଜର୍ଭ ବ୍ୟାଙ୍କ ?
ଆର. ଗାନ୍ଧିଙ୍କ ଅନୁସାରେ ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ ମନି ସପ୍ଲାଏ ବୃଦ୍ଧି କରେ, ସେତେବେଳେ ମୁଦ୍ରାସ୍ଫୀତି ସୃଷ୍ଟି ହୁଏ । ସେଥିପାଇଁ ହିଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସହଜରେ ମୁଦ୍ରା ସୃଷ୍ଟି କରନ୍ତି ନାହିଁ । ରାଜନୈତିକ ନେତାମାନେ ଏଥିପାଇଁ ପ୍ରସ୍ତାବ ଦେବା ସହ ଚାପ ପ୍ରୟୋଗ କରନ୍ତି । ଏ ବାବଦରେ ବଡ ଦ୍ୱନ୍ଦ୍ୱରେ ପଡେ କେନ୍ଦ୍ରୀୟ ବ୍ୟାଙ୍କ ।
ଅଭିବୃଦ୍ଧି ହାର ଓ ମୁଦ୍ରାସ୍ଫୀତି ମଧ୍ୟରୁ କାହାକୁ ବାଛିବେ, ତାହା ବ୍ୟାଙ୍କ ପାଇଁ ବଡ ସମସ୍ୟା ଭାବେ ଦେଖାଦିଏ । ସ୍ୱଚ୍ଛ ମୁଦ୍ରାନୀତି ହିଁ ଆଣିବ ସ୍ଥିରତା ଏକ ସ୍ୱଚ୍ଛ ମୁଦ୍ରା ନୀତି ହିଁ ଗୋଟିଏ ଦେଶର କରେନ୍ସି , ମୁଦ୍ରାସ୍ଫୀତି , ନିଯୁକ୍ତି ଓ ଅଭିବୃଦ୍ଧି ହାରରେ ସ୍ଥିରତା ଆଣେ । ତେଣୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରାଷ୍ଟ୍ରଗୁଡିକ ସେମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କଗୁଡିକୁ ରାଜନୈତିକ ହସ୍ତକ୍ଷେପରୁ ମୁକ୍ତ ରଖନ୍ତି । ଭାରତରେ ରିଜର୍ଭ ବ୍ୟାଙ୍କ ଗଭଣ୍ଣର୍ର ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ରେଟ୍ ହ୍ରାସ ନେଇ ମତଭେଦ ଦେଖାଯାଇଛି । ସରକାରଙ୍କ ସହ ମତଭେଦ ହେବାରୁ ହିଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଭଣ୍ଣର୍ର ପଦରୁ ରଘୁରାମ ରାଜନ ଓ ଉର୍ଜିତ ପଟେଲ ହଟିଥିଲେ ବୋଲି ବୋଲି ବିଶ୍ୱାସ କରାଯାଏ ।
ରିଜର୍ଭ ବ୍ୟାଙ୍କର ଆସେଟ୍
ଈଟିଭି ଭାରତର ଏକ ପ୍ରଶ୍ନର ଜବାବରେ ଆର.ଗାନ୍ଧି କହିଛନ୍ତି ଯେ, ଯଦି ରିଜର୍ଭ ବ୍ୟାଙ୍କକୁ ଅତିରିକ୍ତ ଫିଜିକାଲ୍ କରେନ୍ସି ନୋଟ୍ ଜାରି କରିବାକୁ ପଡେ, ତାହା ହେଲେ ବ୍ୟାଙ୍କ ପାଖରେ ଗଭର୍ଣ୍ଣ ର୍ମେଂଟ ଅଫ ଇଣ୍ଡିଆ ସିକ୍ୟୁରିଟି ବା ଫରେନ ସିକ୍ୟୁରିଟି ରହିବା ଦରକାର ।
ଅନ୍ୟଦେଶରେ କ୍ୱାଂଟିଟେଟିଭ ଇଜିଂ କିଭଳି କାମ କରେ ?
୨୦୦୭-୨୦୦୮ରେ ବିଶ୍ୱ ଆର୍ଥିକ ସଂକଟ ପରେ ଆମେରିକା ଓ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ବ୍ୟାପକ ଭାବେ ସଂପତି କିଣିବାରେ ଲାଗିଲେ । ଅର୍ଥନୈତିକ କାଯ୍ୟ ର୍କଳାପର ସମର୍ଥନ ପାଇଁ ଅଧିକ ଅର୍ଥ ଯୋଗାଣ ଉଦ୍ଦେଶ୍ୟରେ ବ୍ୟାଙ୍କଗୁଡିକ ଏଭଳି କରିଥିଲେ ।
ଆମେରିକାରେ କ୍ୱାଂଟିଟେଟିଭ ଇଜିଂ
୨୦୦୮ ମସିହାର ଅର୍ଥନୈତିକ ସଂକଟ ପରେ ୟୁଏସ ଫେଡ୍ ରିଜର୍ଭ ୨ ଟ୍ରିଲିୟନ ଡଲାରରୁ ଅଧିକ ସିକ୍ୟୁରିଟି କିଣିଥିଲା । ଫଳରେ ୨୦୧୪ ସୁଦ୍ଧା ଏହାର ବାଲାନ୍ସ ସିଟ୍ ର ମୋଟ ମୂଲ୍ୟ ୪ ଦଶମିକ ୪ ଟ୍ରିଲିଅନ ହୋଇଥିଲା । ତେବେ, ଏଭଳି ପଦକ୍ଷେପର ସକାରାତ୍ମକ ପ୍ରଭାବ ନେଇ ମତ ପାଥର୍କ୍ୟ ଦେଖାଦେଇଥିଲା ।
କ୍ୱାଂଟିଟେଟିଭ ଇଜିଂ ଓ ଜାପାନ
ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଜାପାନରେ ଗତ ଦୁଇ ଦଶକରୁ ଅଧିକ ସମୟ ଧରି ଡିଫ୍ଲେସନ ବା ଅପସ୍ଫୀତି ଲାଗି ରହିଛି । ବ୍ୟାଙ୍କ ଅଫ ଜାପାନର ନୀତି ଦେଶର ଅର୍ଥନୀତି ପ୍ରତି ସହାୟକ ହୋଇନାହିଁ । ଜିରୋ ସୁଧ ହାର ଥାଇ ବି ଜାପାନର ଅର୍ଥନୀତିରେ କୌଣସି ପରିବର୍ତ୍ତନ ଆଣିପାରି ନାହିଁ ବ୍ୟାଙ୍କ ଅଫ ଜାପାନ । ଲୋକେ ଅଧିକ ସେଭିଂ କଲେ ବି ଡିଫ୍ଲେ ସନ ସୃଷ୍ଟି ହୁଏ । ଜାପାନ ଏହାର ଏକ ଉଦାହରଣ ବୋଲି ଆର.ଗାନ୍ଧି କହନ୍ତି ।