ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କ ମେଡିକାଲ ରିପୋର୍ଟରେ ଦୁଇଟି ଭିନ୍ନ ତଥ୍ୟ - gangrape case

ହାଥରସ ପୀଡିତା ଆହତ ଅବସ୍ଥାରେ ଥିବା ବେଳେ ଏକ ଭିଡିଓ କରି ଯୌନ ନିର୍ଯାତନା ହୋଇଥିବା କହିଥିଲେ । ଏହାର 8 ଦିନ ପରେ ଅଲିଗଡର ହସ୍ପିଟାଲ ପକ୍ଷରୁ ପୀଡିତାଙ୍କ ମେଡିକୋ-ଲିଗାଲ୍ ଯାଞ୍ଚର ଶରୀରର ବ୍ୟକ୍ତିଗତ ଭାଗରେ ଯୌନ ନିର୍ଯାତନା ଦେବା ସହ ଗଳାଚିପିବା ଓ ପାଟି ବାନ୍ଧିବା ବିଷୟରେ ଉଲ୍ଲେଖ କରାଯାଇଥିଲା।

ହାଥରସ ଗଣଦୁଷ୍କର୍ମ ମାମଲା
ହାଥରସ ଗଣଦୁଷ୍କର୍ମ ମାମଲା
author img

By

Published : Oct 5, 2020, 12:17 PM IST

ଲକ୍ଷ୍ନୌ: ହାଥରସ ପୀଡିତା ଆହତ ଅବସ୍ଥାରେ ଥିବାବେଳେ ଏକ ଭିଡିଓ କରି ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । ଏହାର 8 ଦିନ ପରେ ଅଲିଗଡର ହସ୍ପିଟାଲ ପକ୍ଷରୁ ପୀଡିତାଙ୍କ ମେଡିକୋ-ଲିଗାଲ୍ ଯାଞ୍ଚର ଶରୀରର ବ୍ୟକ୍ତିଗତ ଭାଗରେ ଯୌନ ନିର୍ଯାତନା ଦେବା ସହ ଗଳା ଚିପିବା ଓ ପାଟି ବାନ୍ଧିବା ବିଷୟରେ ଉଲ୍ଲେଖ କରାଯାଇଥିଲା।

କିନ୍ତୁ ସମାନ ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମୟୁ)ର ଜବାହରଲାଲ ନେହେରୁ ମେଡିକାଲ କଲେଜ (ଜେଏନଏମସି) ଏହାର ଚୂଡାନ୍ତ ମତରେ ଫରେନସିକ୍ ବିଶ୍ଳେଷଣକୁ ଦର୍ଶାଇ ଇଣ୍ଟରକୋର୍ସ ସମ୍ଭାବନାକୁ ଏଡାଇ ଦେଇଛି। ସେପ୍ଟେମ୍ବର 22 ର ମେଡିକୋ ଲିଗାଲ୍ କେସ୍ (MLC) ରିପୋର୍ଟ ୟୁପି ପୋଲିସର ସେହି ଦାବିକୁ ଖଣ୍ଡନ କରିଛି । ଫରେନସିକ୍ ଅନୁସନ୍ଧାନରେ ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ । ଉତ୍ତରପ୍ରଦେଶର ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ପୀଡିତାଙ୍କ ନମୁନାରେ କୈଣସି ଶୁକ୍ରାଣୁ ବା ବୀଜାଣୁ ମିଳିନଥିଲା।

ଜେଏନଏମସିର ଫରେନସିକ୍ ମେଡିସିନ୍ ବିଭାଗ ଦ୍ବାରା ପ୍ରସ୍ତୁତ ଏମ୍.ଏଲ୍.ସି ଅନୁଯାୟୀ, ଆକ୍ରମଣ ସମୟରେ ପୀଡିତା ହୋସରେ ନଥିଲେ । ପୀଡିତାଙ୍କ ବିବୃତ୍ତି ଆଧାରରେ 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। MLC ରିପୋର୍ଟ ଅନୁଯାୟୀ, ପୀଡିତାଙ୍କୁ ପ୍ରଥମେ ବେହୋସ୍ କରାଯାଇଥିଲା ଏବଂ ପରେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିଲା ।

ଯାଞ୍ଚ ରିପୋର୍ଟ ସେପ୍ଟେମ୍ବର 22 ରେ ରାତି 1ଟା30ମିନିଟରେ ପ୍ରସ୍ତୁତ କରାଯାଇଥିଲା । 14 ସେପ୍ଟେମ୍ବରରେ ପୀଡିତାଙ୍କୁ ଆକ୍ରମଣ କରାଯାଇଥିଲା। ଯାଞ୍ଚ କରୁଥିବା ଡାକ୍ତରଙ୍କ ଭୂମିକାଙ୍କ ଅନୁଯାୟୀ ପୀଡିତାଙ୍କୁ ବାଧ୍ୟ କରାଯାଇଥିଲେ। ମାତ୍ର 10 ଅକ୍ଟୋବରରେ ହାଥରସ ଜିଲ୍ଲାର ସାଦାବାଦ ପୋଲିସ ଷ୍ଟେସନକୁ ଲେଖିଥିବା ଏକ ପତ୍ରରେ ଜେଏନଏମସି ଫରେନସିକ୍ ଯାଞ୍ଚକୁ ଦର୍ଶାଇ ପୀଡିତାଙ୍କୁ ଯୌନ ନିର୍ଯାତନା ହୋଇନାହିଁ ବୋଲି କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.