ETV Bharat / bharat

ହରିୟାଣା ଆପଣାଇନି ପ୍ଲାଜମା ଥେରାପି: ଅନୀଲ ଭିଜ - କୋଭିଡ 19 ମୁକାବିଲା

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ଲାଜମା ଥେରାପି ବ୍ୟବହାର ହୋଇନାହିଁ । ତଥାପି ରାଜ୍ୟର ସୁସ୍ଥ ହାର 70 ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ହରିୟାଣା ଆପଣାଇନି ପ୍ଲାଜମା ଥେରାପି: ଅନୀଲ ଭିଜ

author img

By

Published : Apr 28, 2020, 11:42 PM IST

ଚଣ୍ଡିଗଡ: ହରିୟାଣା ସରକାର ଏବେ ଯାଏଁ କୌଣସି ପ୍ରକାର ପ୍ଲାଜମା ଥେରାପି ବ୍ୟବହାର କରିନାହାନ୍ତି । ଏବେ ବି ସରକାର ପରମ୍ପରାଗତ ଔଷଧ ବ୍ୟବହାର କରୁଛନ୍ତି । ଏନେଇ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ ସୂଚନା ଦେଇଛନ୍ତି ।

ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ଲାଜମା ଥେରାପି ଉପରେ ନିର୍ଭରଶୀଳ ନହେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏହା କୋଭିଡ 19 ମୁକାବିଲା ପାଇଁ ଯଥେଷ୍ଟ ବୋଲି ପ୍ରମାଣିତ ହୋଇନାହିଁ । ଏହା ଉପରେ ବର୍ତ୍ତମାନ ରିସର୍ଚ୍ଚ ଚାଲିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ତେବେ ଏହା ଉପରେ ବୟାନ ଦେଇ ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ଲାଜମା ଥେରାପି ବ୍ୟବହାର ହୋଇନାହିଁ । ତଥାପି ରାଜ୍ୟର ସୁସ୍ଥ ହାର 70 ପ୍ରତିଶତ ରହିଛି । ହରିୟାଣା ସମସ୍ତ ପ୍ରକାର ଆୟୁର୍ବେଦିକ ଔଷଧ ଓ ପରମ୍ପରାଗତ ଚିକିତ୍ସା ପ୍ରଣାଳୀ ଆପଣାଇଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଦେଶ ରାଷ୍ଟ୍ରମାନେ ଏହି ପ୍ଲାଜମା ଥେରାପି ଉପରେ ଗବେଷଣା ଆରମ୍ଭ କରିଛନ୍ତି । କେତେକ ରାଷ୍ଟ୍ର ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରିବାକୁ ସ୍ଥିର କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.