ETV Bharat / bharat

ହରିୟାଣା ମୁଖ୍ୟମନ୍ତ୍ରୀ ରେସ୍‌: ଦୁଷ୍ୟନ୍ତଙ୍କ ଦାବିରେ ରାଜି କଂଗ୍ରେସ

author img

By

Published : Oct 25, 2019, 8:34 PM IST

ଶୁକ୍ରବାର ଦୁଷ୍ୟନ୍ତ ଖୋଲାଖୋଲି ଭାବରେ ନିଜ ମତ ଦେଲା ପରେ କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ତାଙ୍କୁ କଂଗ୍ରେସକୁ ସମର୍ଥନ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଚଣ୍ଡିଗଡ: ଫଳାଫଳ ପରେ କାହାକୁ ମିଳିଲାନି ମ୍ୟାଜିକ ନମ୍ବର । ଏହାପରେ ହରିୟାଣାରେ ସରକାର ଗଠନ କରିବା ବିଜେପି-କଂଗ୍ରେସ ହରଡଘଣାରେ । ସମର୍ଥନ ଜୁଟାଇବା ପାଇଁ ବିଜେପି, କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ସମସ୍ତ ପ୍ରୟୋଗ କରୁଛନ୍ତି । ଏପରି ସ୍ଥଳେ କିଙ୍ଗମେକର ଆଖ୍ୟା ଧାରଣ କରିଥିବା ଜେଜେପିର ଦୁଷ୍ୟନ୍ତ ଚୌଟାଲା ସମସ୍ତଙ୍କ ନଜରରେ । ଶୁକ୍ରବାର ଦୁଷ୍ୟନ୍ତ ଖୋଲାଖୋଲି ଭାବରେ ନିଜ ମତ ଦେଲା ପରେ କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ତାଙ୍କୁ କଂଗ୍ରେସକୁ ସମର୍ଥନ ଦେବା ପାଇଁ ଆମନ୍ତ୍ରଣ କରିଛନ୍ତି ।

ହରିୟାଣାରେ ବିଜେପି, କଂଗ୍ରେସ ଅପେକ୍ଷା ଏବେ ଗତ ୧୦ ମାସ ତଳେ ନୂଆ କରି ତିଆରି ହୋଇଥିବା ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ସବୁଆଡେ ଚର୍ଚ୍ଚାର କେନ୍ଦ୍ରରେ । କିଙ୍ଗମେକର ଦୁଷ୍ୟନ୍ତ ଶୁକ୍ରବାର କଂଗ୍ରେସର ଆମନ୍ତ୍ରଣ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଠାରେ କହି ରଖୁ ଯେ, ଶୁକ୍ରବାର ଦୁଷ୍ୟନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଯିଏ ତାଙ୍କ ଦଳକୁ ଉପଯୁକ୍ତ ସମ୍ମାନ ଦେବ ତାଙ୍କୁ ସମସ୍ତ ସମର୍ଥନ ମିଳିବ ।

bs hooda on dushyant chuatala
ଫଟୋ ସୌଜନ୍ୟ: ଏଏନଆଇ

ଏବେ କଂଗ୍ରେସର ନିମନ୍ତ୍ରଣ ପରେ ଜେଜେପି ସୁପ୍ରିମୋ କହିଛନ୍ତି ଏବେ ବିଚାରବିମର୍ଷ, ଆଲୋଚନାର ସମୟ । ସମୟ ଆସିଲେ ଖୁବଶୀଘ୍ର ସବୁ ସ୍ପଷ୍ଟ ହୋଇଯିବ ।

bs hooda on dushyant chuatala
https://etvbharatimages.akamaized.net/etvbharat/prod-images/4866608_kamalalala.JPG

ଦୁଷ୍ୟନ୍ତଙ୍କ ପ୍ରତିକ୍ରିୟା ପରେ ହୁଡ୍ଡା ଜେଜେପିକୁ ମାନ ସମ୍ମାନ ଦେବାରେ କଂଗ୍ରେସ କୌଣସି ପ୍ରକାର ଅବହେଳା କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ଦୁଷ୍ୟନ୍ତଙ୍କ କମନ ମିନିମମ ପ୍ରୋଗାମକୁ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ହୁଡ୍ଡା କହିଛନ୍ତି ।

ଭୁପେନ୍ଦ୍ର ସିଂହ ହୁଡ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଦୁଷ୍ୟନ୍ତଙ୍କ କମନ ମିନିମମ ପ୍ରୋଗାମକୁ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା । ବାର୍ଦ୍ଧକ୍ୟ ଭତ୍ତା ଓ ଚାକିରି କ୍ଷେତ୍ରରେ 75 ପ୍ରତିଶତ ସଂରକ୍ଷଣ କଂଗ୍ରେସ ନିଜ ମେନିଫଷ୍ଟୋରେ ସାମଲ କରିଥିଲା । ଏତତ୍‌ବ୍ୟତୀୟ ଜେଜେପି ପାଖରେ ଅଲଗା କିଛି ବି ରାଜ୍ୟ ହିତ ଲାଗି ଦାବି ରହିଛି ତାହା ହେଲେ କଂଗ୍ରେସ ତାକୁ ଧ୍ୟାନ ଦେବା ପାଇଁ ପ୍ରସ୍ତୁତ ମଧ୍ୟ ରହିଛି । ହାତ ସାଥିରେ ଆସିବା ଏବେ ତାଙ୍କ ଉପରେ ନିର୍ଭରଶୀଳ ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.