ETV Bharat / bharat

ହରିିୟାଣାରେ ଶପଥ ନେଲେ ଖଟ୍ଟର ଓ ଦୁଷ୍ୟନ୍ତ

author img

By

Published : Oct 27, 2019, 2:38 PM IST

ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ହରିୟାଣାରେ ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି । ବିଜେପିରୁ ମୁଖ୍ୟମନ୍ତ୍ରୀ ଜେଜେପିରୁ ଉପ-ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ଦୀପାବଳି ପରେ ପୂର୍ଣ୍ଣାଙ୍ଗ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ ।

ଡିଜାଇନ ଫଟୋ

ଚଣ୍ଡିଗଡ: ସାରା ଦେଶ ଦୀପାବଳିକୁ ନେଇ ଉତ୍ସବ ମୁଖର ଥିବାବେଲେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଭାବେ ଶପଥ ଗ୍ରହଣ କଲେ ମନୋହର ଲାଲ ଖଟ୍ଟର । ଏହାସହ ସହଯୋଗୀ ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ଚୌଟଲା ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ସତ୍ୟଦେବେ ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ରାଜ ଭବନରେ ଏକ ଭବ୍ୟ ସମାରୋହରେ ସମସ୍ତ ନବ ନିର୍ବାଚିତ ବିଧାୟକ ଅନେକ ବରିଷ୍ଠ ନେତା, ଚଣ୍ଡିଗଡ ହାଇକୋର୍ଟର ସମସ୍ତ ବିଚାରପତି, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ବିଭିନ୍ନ ରାଜନୈତିକ ଦଳର ନେତା, ଦୁଷ୍ୟନ୍ତ ଚୌଟଲାଙ୍କ ପିତା ଅଜୟ ଚୌଟଲା ମାତା ନୈନା ଦେବୀ ଭାଇ ଦିଗବିଜୟ ଚୌଟଲା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପିର ଜାତୀୟସ୍ତରୀୟ ଅନେକ ବରିଷ୍ଠ ନେତାଙ୍କ ସହ ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନେଡ୍ଡାଙ୍କ ସହ କେନ୍ଦ୍ରୀୟ ମନ୍ତ୍ରୀ ହରିୟାଣା ବିଜେପି ପ୍ରଭାରୀ ଅନିଲ ଜୈନ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନାହିଁ । ଫଳରେ ବିଜେପି ଓ ଜେଜେପି ମିଳିତ ଭାବେ ମେଣ୍ଟ ସରକାର ଗଠନ କରିଛନ୍ତି । ଗତକାଲି(ଶନିବାର) ଚଣ୍ଡିଗଡ ଠାରେ ବିଜେପି ବିଧାୟକ ଦଳର ବୈଠକ ବସି ନେତା ଚୟନ କରାଯାଇଥିଲା । ପରେ ଅପରାହ୍ନରେ ଉଭୟ ଦଳ ମିଳିତ ଭାବେ ରାଜଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ।

Intro:ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ରାଜ୍ୟବାସୀଙ୍କୁ ଆଲୋକର ପର୍ବ ପବିତ୍ର ଦୀପାବଳି ଉତ୍ସବରେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।Body:ଏହି ଅବସରରେ ରାଜ୍ୟପାଳ ଦେଶରୁ ଆତଙ୍କବାଦ ର ବିଲୋପ ହେଉ ବୋଲି ସନ୍ଦେଶ ପ୍ରଦାନ କରିଛନ୍ତି।ଆତଙ୍କବାଦ ଏପରି ଏକ ସମାଜ ବିନାଶକାରୀ ଅଟେ ଯାହାର କୌଣସି ଦୃଷ୍ଟିରୁ ଏବଂ କିଛି ବି ପରିଣାମ ପାଇଁ ରହିବାର ଆବଶ୍ୟକତା ନାହିଁ।ଆମର ମା,ଭଉଣୀ ,ଝିଅଙ୍କ ଅସ୍ମିତାର ସୁରକ୍ଷା ଦୃଷ୍ଟିରୁ ରାବଣ ଓ ଦୁର୍ଯ୍ୟୋଧନ ମାନେ ବଧ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.