ETV Bharat / bharat

ଆଜି ନିର୍ମଳାଙ୍କ ଜନ୍ମଦିନ; ସେଲ୍ସ ଗାର୍ଲରୁ ଦେଶର ଅର୍ଥମନ୍ତ୍ରୀ.. - ପରାକଲା ପ୍ରଭାକର

ସାଧାରଣ ମଧ୍ଯବିତ୍ତ ପରିବାରରେ ଜନ୍ମ । ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା । ପରେ ଦିଲ୍ଲୀ ସ୍ଥିତ ସମ୍ମାନ ଜନକ ଜେଏନୟୁରୁ ଉଚ୍ଚଶିକ୍ଷା ଲଣ୍ଡନରେ ସେଲ୍ସ ଗାର୍ଲ ଭାବେ କର୍ମମୟ ଜୀବନ ଆରମ୍ଭ । ପୁଣି ଭାରତ ଆସି ରାଜନୀତିରେ ସାମିଲ ଓ ଦେଶର ପ୍ରତିରକ୍ଷା ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ । ପଢନ୍ତୁ ନିର୍ମଳାଙ୍କ ଏହି ଚର୍ଚ୍ଚିତ ଯାତ୍ରାର କାହଣୀ ।

nirmala sitharaman
nirmala sitharaman
author img

By

Published : Aug 18, 2020, 5:14 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଆଜି ( ମଙ୍ଗଳବାର) 61 ତମ ଜନ୍ମଦିନ। ଜନ୍ମଦିନ ଅବସରରେ ସାରା ଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଛାର ସୁଅ । ଜଣେ ସେଲ୍ସ ଗାର୍ଲରୁ ଦେଶର ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ନିଶ୍ଚିତ ଅନ୍ୟଙ୍କ ପାଇଁ ପ୍ରେରଣା ଦାୟକ । ଜଣେ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ନିଜ ସାମର୍ଥ୍ୟ ବଳରେ ଦେଶର ଗୁରୁତ୍ବପୂର୍ଣ୍ଣ ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ ନିର୍ମଳାଙ୍କ ଯାତ୍ରା ଅନେକଙ୍କଙ୍କୁ ନିଶ୍ଚିତ ଶକ୍ତି ଯୋଗାଇବ ।

ନିର୍ମଳା ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଯିଏ ପୁରା କାର୍ଯ୍ୟକାଳ ପୁରା କରିବେ । ଏହା ପୂର୍ବରୁ ଇନ୍ଦିରା ଗାନ୍ଧି 1970-71 ରେ କିଛି ଦିନ ପାଇଁ ଅତିରିକ୍ତ ଦାୟିତ୍ବରେ ଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ଜନ୍ମଦିବସରେ ତାଙ୍କ ଜୀବନର କିଛି ଚର୍ଚିତ କଥା ଓ କାହାଣୀ ।

ନିର୍ମଳାଙ୍କ ପ୍ରାଥମିକ ଜୀବନ

ନିର୍ମଳା ସୀତାରମଣଙ୍କ ଜନ୍ମ ତାମିଲନାଡୁ ତିରୁଚିରାପଲ୍ଲୀ ସ୍ଥିତ ଏକ ମଧ୍ୟବିତ୍ତ ପରିବାରରେ 18 ଅଗଷ୍ଟ 1959 ରେ ହୋଇଥିଲା । ତାଙ୍କ ପିତା ନାରାୟଣ ସୀତାରମଣ ରେଲବାଇରେ କାମ କରୁଥିଲେ । ତାଙ୍କ ମାତା ଥିଲେ ସାବିତ୍ରୀ ସୀତାରମଣ । ସୀତାରମଣଙ୍କ ବାଲ୍ୟ ଶିକ୍ଷା ତିରୁଚିରାପଲ୍ଲୀ ରେ ହିଁ ହୋଇଥିଲା । 1980 ରେ ନିର୍ମଳା ତିରୁଚିରାପଲ୍ଲୀ ସୀତାଲକ୍ଷ୍ମୀ ରାମା ସ୍ବାମୀ କଲେଜରୁ ଅର୍ଥନୀତିରେ ବ୍ୟାଚଲର ଡିଗ୍ରୀ ହାସଲ କଲେ । ପରେ ସେ ଦିଲ୍ଲୀ ଆସି ଜେଏନୟୁରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କଲେ ।

ଲଣ୍ଡନରେ ସେଲ୍ସ ଗାର୍ଲ ଭାବେ ଆରମ୍ଭ କଲେ କ୍ୟାରିଅର

ଜେଏନୟୁରେ ପଢୁଥିବା ବେଳେ ନିର୍ମଳାଙ୍କ ସାକ୍ଷାତ ହୁଏ ପରାକଲା ପ୍ରଭାକରଙ୍କ ସହ । ଯାହାଙ୍କ ପରିବାରର ଅନେକ ସଦସ୍ୟ କଂଗ୍ରେସ ସହ ଜଡିତ ଥିଲେ । 1986 ରେ ନିର୍ମଳା ପରାକଲା ପ୍ରଭାକରଙ୍କୁ ବିବାହ କରି ଲଣ୍ଡନ ଚାଲିଯାଇଥିଲେ । ଲଣ୍ଡନ ଆସି ପ୍ରାଇସ ୱାଟର ହାଉସରେ ରିସର୍ଚ୍ଚ ଓ ଆନାଲିସିସରେ ବରିଷ୍ଠ ପ୍ରବନ୍ଧକ ଭାବେ କାମ କଲେ । କିନ୍ତୁ ଏହା ପୂର୍ବରୁ କିଛି ଦିନ ଲଣ୍ଡନରେ ହୋମ ଡେକର ଷ୍ଟୋରରେ ସେଲ୍ସ ଗାର୍ଲ ଭାବେ କାର୍ଯ୍ୟ କରିଥିଲେ । 1989 ରେ ସେ ଭାରତ ଫେରିଆସିଥିଲେ । ପରେ ହାଇଦ୍ରାବାଦ ସ୍ଥିତ ପବ୍ଲିକ ପଲିସି ନାମକ ଏକ ସଂସ୍ଥାରେ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

ରାଜନୀତି ଜୀବନ ଆରମ୍ଭ

ନୀର୍ମଳାଙ୍କ ସ୍ବାମୀ ପ୍ରଭାକର ଓ ତାଙ୍କ ପରିବାର କଂଗ୍ରେସ ସହ ଜଡିତ ଥିଲେ । ପରିବାରର ଅନେକ ସଦସ୍ୟ ରାଜନୀତିରେ ସଫଳ ହୋଇଥିଲେ । ଏହାସତ୍ବେ ନିର୍ମଳା 2006 ରେ ବିଜେପିରେ ଯୋଗଦେଲେ । ଯୋଗ ଦେଉ ଦେଉ ରାଜନୀତିରେ ସଫଳତା ହାସଲ କଲେ ନିର୍ମଳା । 2010 ରେ ନିର୍ମଳାଙ୍କୁ ତତ୍କାଳୀନ ବିଜେପି ଅଧ୍ୟକ୍ଷ ନୀତିନ ଗଡକରୀ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ଦେଲେ । ଏଥିରେ ନିର୍ମଳାଙ୍କୁ ଅନେକ ସଫଳତା ମିଳିଲା । ଅନେକ ପ୍ରସଙ୍ଗରେ ନିର୍ମଳା ଦଳର ଆଭିମୁଖ୍ୟକୁ ସଠିକ ଢଙ୍ଗରେ ଉପସ୍ଥାପନା କରିବାରେ ସଫଳ ହେଲେ । ତାଙ୍କର ଦକ୍ଷତା ଦେଖି ଆନ୍ଧ୍ର ପ୍ରଦେଶରୁ ରାଜ୍ୟସଭା ପଠାଇଲା ଦଳ । 2014 ରେ ବିଜେପି ସରକାର କେନ୍ଦ୍ର ଗଠନ ହେବାପରେ ନିର୍ମଳାଙ୍କୁ ମୋଦି ତାଙ୍କ କ୍ୟାବିନେଟରେ ସାମିଲ କଲେ ।

ରାଜନୈତିକ ସଫଳତା

ଏହାବାଦ ପୂର୍ବରୁ ନିର୍ମଳା ଜାତୀୟ ମହିଳା ଆୟୋଗର ସଦସ୍ୟ ଥିଲେ । 2017 ରେ ତାଙ୍କୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଦିଆଗଲା । ନିର୍ମଳା ଦେଶର ପୂର୍ଣ୍ଣକାଳିନ ପ୍ରତିରକ୍ଷା ମନ୍ତ୍ରୀ ହେବାର ମଧ୍ୟ ଗୌରବ ଅର୍ଜନ କରିଛନ୍ତି । ଏହାବାଦ ମୋଦିଙ୍କ ପ୍ରଥମ ପାଳିରେ ନିର୍ମଳାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗୀ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ନିର୍ମଳା ସୀତାରମଣ ଅର୍ଥ ସମେତ କର୍ପୋରେଟ ମନ୍ତ୍ରଣାଳୟ ମଧ୍ୟ ସମ୍ଭାଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.