ଜୟପୁର: ଜାମ୍ମୁ-କାଶ୍ମୀରର ହିନ୍ଦୱାଡାରେ ଆତଙ୍କବାଦୀଙ୍କ ସହ ଲଢ଼ିବା ବେଳେ ଶହୀଦ ହୋଇଥିବା ୨୧ ରାଷ୍ଟ୍ରିୟ ରାଇଫଲ ସହ କର୍ଣ୍ଣେଲ ଆଶୁତୋଷ ଶର୍ମାଙ୍କର ଶେଷକୃତ ଆଜି ଜୟପୁର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୋମବାର ତାଙ୍କ ମୃତଦେହ ଜୟପୁରକୁ ଅଣାଯାଇଥିଲା।
ଖବର ଅନୁଯାୟୀ, ଆଜି ସକାଳ ୯ଟାରେ ଜୟପୁର ମିଲିଟାରୀ ଷ୍ଟେସନର ୬୧ ଟି କ୍ୟାଭାଲାରି ସ୍ଥାନରେ ସ୍ୱର୍ଗତ ଶର୍ମାଙ୍କ ପାଇଁ ପୁଷ୍ପମାଲ୍ୟ ଅର୍ପଣ ଏବଂ ଶେଷ ସମ୍ମାନ ସମାରୋହ କରାଯାଇଥିଲା । କର୍ଣ୍ଣେଲ ସୋମବିତ୍ ଘୋଷଙ୍କ କହିବା ଅନୁଯାୟୀ, ପିଆରଓ ଡିଫେନ୍ସ, ରାଜସ୍ଥାନ, ବରିଷ୍ଠ ସେନା ଅଧିକାରୀଙ୍କ ଗହଣରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସ୍ବର୍ଗତଃ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିମାନ ବନ୍ଦରରେ ସ୍ବର୍ଗତଃ ଶର୍ମାଙ୍କ ପତ୍ନୀ ପଲ୍ଲଭି ଶର୍ମା, ଝିଅ ତମନ୍ନା, ତାଙ୍କ ଭାଇ ପୀୟୁଷ ଏବଂ ମାଆ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଶହୀଦଙ୍କୁ ସମ୍ମାନ ଜଣାଇବା ପାଇଁ ବିମାନବନ୍ଦରରେ ରାଜ୍ୟ ମନ୍ତ୍ରୀ ପ୍ରତାପ ଖଚାରିୱାସ ମଧ୍ୟ ଉପସ୍ଥିତ ଥିଲେ।
ଆତଙ୍କବାଦୀ ବିରୋଧୀ ମିଶନରେ ଆଦର୍ଶ ସାହସିକତା ପାଇଁ ହିନ୍ଦୱାଡା ଅପରେସନରେ ଜୀବନ ହରାଇଥିବା ୨୧ ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସରଙ୍କୁ ଦୁଇଥର ଗାଲାଣ୍ଟ୍ରି ପଦକ ପ୍ରଦାନ କରାଯାଇଥିଲା। ସେ ମଧ୍ୟ ପ୍ରଥମ କମାଣ୍ଡିଂ ଅଫିସର କିମ୍ବା କର୍ଣ୍ଣେଲ-ର୍ୟାଙ୍କ ଆର୍ମି ବ୍ୟକ୍ତି ଯିଏକି ଗତ ପାଞ୍ଚ ବର୍ଷ ମଧ୍ୟରେ ଆତଙ୍କବାଦୀଙ୍କ ମୁକାବିଲାରେ ପ୍ରାଣ ହରାଇଛନ୍ତି। କମାଣ୍ଡିଂ ଅଫିସର ଭାବରେ ତାଙ୍କର ସାହସିକତା ପାଇଁ ତାଙ୍କୁ ଦୁଇଥର ସେନା ପଦକ ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସାହସୀ ହୃଦୟକୁ ସମ୍ମାନ ଜଣାଇଛନ୍ତି।
ସୂଚନା ଅନୁସାରେ, ଗତ ରବିବାର ଦିନ ଜାମ୍ମୁ-କାଶ୍ମୀରର ହିନ୍ଦୱାଡାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟି ଦୁଇ ଅଫିସରଙ୍କ ସମେତ ୫ ସୁରକ୍ଷା କର୍ମୀ ସହିଦ ହୋଇଥିଲେ । ତେବେ ସହିଦଙ୍କ ମଧ୍ୟରେ ଜଣେ ମେଜର ଓ ଜଣେ କର୍ଣ୍ଣେଲ ରହିଥିଲେ। ସହିଦ୍ କର୍ଣ୍ଣେଲ ଜଣକ ହେଉଛନ୍ତି ଆଶୁତୋଷ ଶର୍ମା। ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହ ଅପରେସନ ଜୋରଦାର କରାଯାଇଥିଲା।