ETV Bharat / bharat

ଏହି ସ୍କୁଲରେ ଫି ନୁହେଁ, ନିଆଯାଏ ପ୍ଲାଷ୍ଟିକ ଆବର୍ଜନା ! - plastic

ଆସାମର ରାଜଧାନୀ ଗୌହାଟିରେ ଏପରି ଏକ ସ୍ବତନ୍ତ୍ର ସ୍କୁଲ ରହିଛି, ଯେଉଁଠି ପିଲାଙ୍କଠାରୁ ସ୍କୁଲ ଫି ବଦଳରେ ନିଆଯାଉଛି ପ୍ଲାଷ୍ଟିକ ଆବର୍ଜନା ।

ଫାଇଲ ଫଟୋ
author img

By

Published : May 8, 2019, 12:26 PM IST

ଗୌହାଟି: ବିଭିନ୍ନ କାରଣ ଯୋଗୁଁ ଦିନକୁ ଦିନ ଆମ ପରିବେଶର ଅବସ୍ଥା ସାଙ୍ଘାତିକ ହେବାକୁ ଲାଗୁଛି । ଏବେ ସବୁଠାରୁ ବଡ ସମସ୍ୟା ପ୍ଲାଷ୍ଟିକ । ଏହି ଆବର୍ଜନା କାରଣରୁ ପରିବେଶ ଦୂଷିତ ହେଉଛି । କେବଳ ସେତିକି ନୁହେଁ ପ୍ଲାଷ୍ଟିକ ଦ୍ୱାରା ଜଳ ବାୟୁ ମଧ୍ୟ ପ୍ରଦୂଷଣ ହେବାକୁ ଲାଗିଲାଣି । ପରିବେଶକୁ ସୁସ୍ଥ ରଖିବା ପାଇଁ ଭାରତର ଅନେକ ରାଜ୍ୟରେ ପ୍ଲାଷ୍ଟିକୁ ବ୍ୟାନ କରିଦିଆଗଲାଣି । ତେବେ ଆମ ଦେଶରେ ଏପରି ଏକ ରାଜ୍ୟ ଅଛି ଯେଉଁଠି ଭିନ୍ନ ଢଙ୍ଗରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ଏଠାରେ ଏକ ସ୍କୁଲରେ ପିଲାଙ୍କଠାରୁ ସ୍କୁଲ ଫି ବଦଳରେ ପ୍ଲାଷ୍ଟିକ ନିଆଯାଉଛି ।

ଆସାମର ରାଜଧାନୀ ଗୌହାଟିରେ ଏପରି ଏକ ସ୍ବତନ୍ତ୍ର ସ୍କୁଲ ରହିଛି, ଯେଉଁଠି ପିଲାଙ୍କଠାରୁ ଫି ବଦଳରେ ନିଆଯାଉଛି ପ୍ଲାଷ୍ଟିକ ଆବର୍ଜନା । ଉକ୍ତ ସ୍କୁଲରେ 100 ଜଣରୁ ଊର୍ଦ୍ଧ୍ବ ପିଲାଙ୍କ ଆର୍ଥିକ ଅବସ୍ଥା ଖରାପ ଅଛି । ସେପଟେ ପ୍ଲାଷ୍ଟିକ ଦ୍ବାରା ବଢୁଥିବା ପ୍ରଦୂଷଣ ରୋକିବା ପାଇଁ ଉକ୍ତ ସ୍କୁଲ ଭିନ୍ନ ପ୍ରୟାସ କରିଛି । ତେଣୁ ଯେଉଁ ପିଲାଙ୍କର ଆର୍ଥିକ ଅବସ୍ଥା ଖରାପ ଅଛି ସେମାନଙ୍କୁ ପ୍ଲାଷ୍ଟିକ ନେବାକୁ କୁହାଯାଉଛି । ଏହି ମାଧ୍ୟମର ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଉଛି ।

ଉକ୍ତ ସ୍କୁଲଟି ‘ଅକ୍ଷର’ ନାମରେ ପରିଚିତ । ଏହି ସ୍କୁଲକୁ 2016 ମସିହାରେ ପରିମିତା ଏବଂ ମାଜିନ ମୁଖତର ଆରମ୍ଭ କରିଥିଲେ । ପରିମିତା ଗୌହାଟି ସେଣ୍ଟରରେ ଥିବା ଟାଟା ସମାଜିକ ବିଜ୍ଞାନ ସଂସ୍ଥାନରେ ମାଷ୍ଟର କରୁଛନ୍ତି । ଏହି ସ୍କୁଲରେ ଗରିବ ପିଲାମାନେ ପାଠ ପଢନ୍ତି । ଏଠାରେ ଗଣିତ, ଭୁଗୋଳ, ବିଜ୍ଞାନ ସହ ବ୍ୟବସାୟୀକ କୌଶଳର ତାଲିମ ଦିଆଯାଏ । ଯେଉଁ ପିଲାମାନେ ଗରିବ କିମ୍ବା ଯାହାକୁ ପାଠ ପଢିବା ପାଇଁ ଆଗ୍ରହ କମ ଏବଂ ଯେଉଁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲରୁ ବାହାର କରିଦିଅନ୍ତି ସେମାନେ ଏହି ସ୍କୁଲକୁ ଆସି ନାମ ଲେଖାନ୍ତି ।

ତେବେ ଏହି ସ୍କୁଲର ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟାନ କରିବା । ଏହାସହ ଯଦି ପ୍ଲାଷ୍ଟିକ ଅଛି ତାକୁ ନିଆଁରେ ନପୋଡି କିପରି ରିସାଇକେଲ କରାଯିବ ତାହା ପିଲାଙ୍କୁ ସିଖାଯାଏ । ଉକ୍ତ ସ୍କୁଲ ପିଲା ପ୍ଲାଷ୍ଟିକକୁ ବ୍ୟବହାର କରି ଇକୋ-ବ୍ରିକ୍ସ ତିଆରି କରିଛନ୍ତି । ଏହି ଇକୋ-ବ୍ରିକ୍ସ ଦ୍ବାରା ସ୍କୁଲ ପାଚେରୀ ନିର୍ମାଣ କରିଛନ୍ତି । ସେହିପରି ଇକୋ-ବ୍ରିକ୍ସ ଦ୍ବାରା ସ୍କୁଲର ଶୌଚାଳୟ ତିଆରି କରାଯାଇଛି । ତେବେ ଆସାମରେ ପ୍ଲାଷ୍ଟିକକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଯେପରିକି ପ୍ଲାଷ୍ଟିକକୁ ତରଳାଇ ରାସ୍ତା ନିର୍ମାଣ କରାଯାଇଛି ।

Intro:Body:

ddh

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.