ETV Bharat / bharat

ଦେଶଦ୍ରୋହ ମାମଲାରେ 3 ନକ୍ସଲ ଗିରଫ

author img

By

Published : Jul 25, 2020, 4:29 PM IST

ରାଜ୍ୟରେ ସରକାରଙ୍କ ବିରୋଧରେ ଲୋକଙ୍କୁ ଉତ୍ତେଜିତ କରୁଥିବା ଅଭିଯୋଗରେ ଗୁଜରାଟ ଏଟିଏସ୍ 3 ଜଣ ନକ୍ସଲଙ୍କୁ ଗିରଫ କରିଛି । ଗିରଫ ହୋଇଥିବା 3 ଜଣ ହେଉଛନ୍ତି ଝାଡଖଣ୍ଡର ବାସିନ୍ଦା ।

ଦେଶଦ୍ରୋହ ମାମଲାରେ 3 ନକ୍ସଲ ଗିରଫ
ଦେଶଦ୍ରୋହ ମାମଲାରେ 3 ନକ୍ସଲ ଗିରଫ

ଗାନ୍ଧୀନଗର: ରାଜ୍ୟରେ ସରକାରଙ୍କ ବିରୋଧରେ ଲୋକଙ୍କୁ ଉତ୍ତେଜିତ କରୁଥିବା ଅଭିଯୋଗରେ ଗୁଜରାଟ ଏଟିଏସ୍ 3 ଜଣ ନକ୍ସଲଙ୍କୁ ଗିରଫ କରିଛି । ଗିରଫ ହୋଇଥିବା 3 ଜଣ ହେଉଛନ୍ତି ଝାଡଖଣ୍ଡର ବାସିନ୍ଦା। ଗୁଜୁରାଟର ଏଟିଏସ୍ ଅଭିଯୋଗ କରିଛି ଯେ ଗୁଜୁରାଟର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ଏହି 3 ଜଣ ସରକାରଙ୍କ ବିରୋଧରେ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ । ସେମାନଙ୍କ ଉପରେ ଦେଶଦ୍ରୋହ ଓ ଅପରାଧୀକ ଷଡଯନ୍ତ୍ରର ଧାରା ଲଗାଯାଇ ଗିରଫ କରାଯାଇଥିବା ଏଟିଏସ୍ କହିଛି ।

ଦେଶଦ୍ରୋହ ମାମଲାରେ 3 ନକ୍ସଲ ଗିରଫ
ଦେଶଦ୍ରୋହ ମାମଲାରେ 3 ନକ୍ସଲ ଗିରଫ

ଗିରଫ ହୋଇଥିବା ନକ୍ସଲ ହେଉଛନ୍ତି ସାମୁ ଓରିଆ, ବିର୍ସା ଓରିଆ ଓ ବବିତା କଚ୍ଛାପ । ଏଟିଏସ୍ ସାମୁ ଓ ବିର୍ସାକୁ ତାପି ଜିଲ୍ଲାର ଗରିଫ କରିଥିବା ବେଳେ ବବିତାକୁ ମହିସାଗର ଜିଲ୍ଲାର ସନ୍ତରାମପୁରରୁ ଗିରଫ କରାଯାଇଛି । ଗୁଜୁରାଟ ଏଟିଏସ୍ ଅନୁଯାୟୀ, ଏହି 3 ଜଣ ଝାଡଖଣ୍ଡର ପଥଲଗଡି ଆନ୍ଦୋଳନ ସହ ଜଡିତ । ପଥଲଗଡି ଆନ୍ଦୋଳନରେ ସରକାରୀ ଆଦେଶକୁ ଅବମାନନା କରାଯାଇଥିଲା ଓ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ପ୍ରବେଶ ମଧ୍ୟ ବନ୍ଦ କରାଯାଇଥିଲା ।

ଗୁଜୁରାଟ ଏଟିଏସ୍ ଏହି 3 ଜଣଙ୍କ ଉପରେ ଆଇପିସିର ଧାର-124-ଏ ଲାଗୁ କରିଛି । ଆଇପିସିର ଧାରା 124-ଏ ଦେଶଦ୍ରୋହ ସହିତ ଜଡିତ । ଏହା ଅଧୀନରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ସେମାନଙ୍କ ବିରୋଧରେ ଆଇପିସିର ଧାରା 120-ବି ଅପରାଧିକ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.