ETV Bharat / bharat

ଆସନ୍ତାକାଲିଠୁ ଟିକାକରଣ, ଜାରି ହେଲା ଗାଇଡଲାଇନ - ଟିକାକରଣ ଅଭିଯାନ

ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ଆରମ୍ଭ ହୋଇଯିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ । ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ । ଅଧିକ ପଢନ୍ତୁ...

ଆସନ୍ତାକାଲି ଟିକାକରଣ ଅଭିଯାନ ଆରମ୍ଭ, ସରକାର ଜାରିକଲେ ଗାଇଡଲାଇନ

author img

By

Published : Jan 15, 2021, 5:33 PM IST

ନୂଆଦିଲ୍ଲୀ: ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ମହାମାରୀ କୋରୋନା ଭାଇରସ ବିରୋଧରେ ଅନ୍ତିମ ଯୁଦ୍ଧ ଲଢିବା ଭାରତ । ତେବେ ଆସନ୍ତା କାଲି ଅର୍ଥାତ ଶନିବାରଠାରୁ ଆରମ୍ଭ ହୋଇଯିବ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ । ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ ।

ଶନିବାର ଦେଶବ୍ୟାପୀ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଇ ଦିଆଯାଇଛି । ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିସାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ 10ଟା 30ରେ ଭିଡିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନର ଶୁଭାରମ୍ଭଙ କରିବେ । ଏହା ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3006ଟି ସ୍ଥାନ ଡିଜିଟାଲ ମାଧ୍ୟମରେ ଯୋଡିହେବେ । ତେବେ ପ୍ରତ୍ୟେକ କେନ୍ଦ୍ରରେ 100 ଜଣଙ୍କ ଟିକାକରଣ ହେବ । ତେବେ ଟିକାକରଣକୁ ନେଇ ସରକାର ଗାଇଡଲାଇନ ଜାରି କରିଛନ୍ତି ।

  • ଭାରତରେ କୋଭିସିଲ୍ଡ ଟିକା ଏବଂ କୋଭାକ୍ସିନର ମୂଲ୍ୟ 200ରୁ 295 ଟଙ୍କା ହେବ। ସରକାର ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟକୁ 1.65 କୋଟି ଟଙ୍କାର ଟିକା ପଠାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ।
  • ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ଏକ ଚିଠି ଲେଖି କହିଛନ୍ତି ଯେ କେବଳ 18 ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଏହା ବ୍ୟତୀତ ଟିକା ପରିବର୍ତ୍ତନ କରାଯିବ ନାହିଁ ବୋଲି ମଧ୍ୟ କୁହାଯାଇଛି। ଏହାର ଅର୍ଥ ଉଭୟ ଡୋଜ ସମାନ କମ୍ପାନୀର ହେବ ।
  • ଉଭୟ ଡୋଜ ଟିକାକରଣ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ନେଇ ଆଶଙ୍କା କରୁଛି । କୋଭିସିଲ୍ଡ ଡୋଜର ଇଞ୍ଜେକ୍ସନ ଦେବା ସ୍ଥାନରେ କିଛି ଯନ୍ତ୍ରଣା ହୋଇପାରେ | ଯେପରିକି ମୁଣ୍ଡବିନ୍ଧା ଏବଂ ଥକାପଣ ହୋଇପାରେ ବୋଲି କୁହାଯାଇଛି ।
  • କୋଭାକ୍ସିନ ଡୋଜ ପରେ ମୁଣ୍ଡବିନ୍ଧା, ସାମାନ୍ୟ ଜ୍ବର, ଥକାପଣ, ସାମାନ୍ୟ ପେଟ ଯନ୍ତ୍ରଣା ଓ ବାନ୍ତି ହୋଇପାରେ ।
  • ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ଟିକାକରଣ କରାଯିବ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.