ଜମ୍ମୁ: କାଶ୍ମୀର ବିଶ୍ବବିଦ୍ୟାଳୟ ଗେଟ୍ ବାହାରେ ଗ୍ରେନେଡ ମାଡ । ମଙ୍ଗଳବାର ବିଶ୍ବବିଦ୍ୟାଳୟ ସାମ୍ନାରେ ଆତଙ୍କବାଦୀ ଗ୍ରେନେଡ ମାଡ କରିଥିବା ସୂଚନା । ଏହି ଆକ୍ରମଣରେ ଦୁଇ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ଏହା ପୂର୍ବରୁ ନଭେମ୍ବର 4ରେ ଶ୍ରୀନଗର ସହରର ଭିଡ ସ୍ଥାନରେ ଗ୍ରେନେଡ ମାଡ କରାଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ 38ଜଣ ଆହତ ହୋଇଥିଲେ । ଭାରତୀୟ ସେନାଙ୍କ ସତର୍କତା ଓ ଜିରୋ ଟଲେରାନ୍ସ ନୀତି କାରଣରୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ କମିଯାଇଛି । ତେବେ ଆତଙ୍କବାଦୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ବାରମ୍ବାର ଗ୍ରେନେଡ ଆକ୍ରମଣ କରୁଛନ୍ତି ।