ETV Bharat / bharat

ୟୁଟ୍ୟୁବରେ ହେବ ପାଠପଢା, ଗୁଗୁଲ ଇଣ୍ଡିଆ ଆଣିଲା ଏହି ଫିଚର

author img

By

Published : Apr 17, 2020, 1:20 PM IST

କୋରୋନା ଯୋଗୁଁ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଗୁଗୁଲ ଇଣ୍ଡିଆର ପ୍ରୟାସ । ପିଲା କିଭଳି ଘରେ ରହିଛି ଉଚ୍ଚ ଓ ଗୁଣବତ୍ତା ଶିକ୍ଷା ପାଇପାରିବେ ସେନେଇ ଲଞ୍ଚ କଲା 'ୟୁଟ୍ୟୁବ୍ ଲର୍ଣ୍ଣିଂ ଡେଷ୍ଟିନେସନ୍' । ଅଧିକ ପଢନ୍ତୁ...

Breaking News

ନୂଆଦିଲ୍ଲୀ: ଲକଡାଉନ ବେଳେ ଗୁଗୁଲର ଅନନ୍ୟ ପଦକ୍ଷେପ । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଲଞ୍ଚ୍‌ କଲା 'ୟୁଟ୍ୟୁବ୍ ଲର୍ଣ୍ଣିଂ ଡେଷ୍ଟିନେସନ୍' । ଉଚ୍ଚ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖିଛି ଗୁଗୁଲ ଇଣ୍ଡିଆ । ଯେକୌଣସି ବିଷୟବସ୍ତୁ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ଏଥିରେ ଜାଣିପାରିବେ । ଏହି ପାଠ୍ୟକ୍ରମ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ ଓ ବେଙ୍ଗୋଲୀ ଭାଷାରେ ଉପଲବ୍ଧ ହେବ ।

ଏଭଳି ପରିସ୍ଥିତି ଶିକ୍ଷା ବ୍ୟବସ୍ଥାରେ ଏହା ସହଜ ହେବ । ଗୁଗୁଲ ମେଟ ପ୍ରିମିୟମ ଫିଚରକୁ ଫ୍ରି-ଆସେସ କରାଯାଇଛି । ସେପ୍ଟମ୍ବର ସୁଦ୍ଧାରେ ବିଶ୍ବବ୍ୟାପୀ ଛାତ୍ରଛାତ୍ରୀଙ୍କ ପାଇଁ ଏଣ୍ଟରପ୍ରାଇଡ-ଗ୍ରେଡ ଭିଡିଓ-କନଫରେନ୍ସିକୁ ବୃଦ୍ଧି କରାଯିବ । ଗୋଟିଏ ଭିଡିଓ କନଫରେନ୍ସିରେ 250ଜଣ ସାମିଲ ହୋଇପାରିବେ ବୋଲି ଭାରତ, ଦକ୍ଷିଣ ଏସିଆ, ଗୁଗୁଲର ଶିକ୍ଷା ଡିପାର୍ଟରମେଣ୍ଟ ମୁଖ୍ୟ ବାନି ଧୱନ କହିଛନ୍ତି ।

ଭାରତରେ ଗୁଗଲ FICCI Arise ସହଯୋଗରେ 23ଟି ରାଜ୍ୟର 250ଟି ସ୍କୁଲରେ ଏହାର ବ୍ୟବହାର ଉପରେ ତାଲିମ ଦିଆଯାଇଛି । ଗୁଗଲ ଇଣ୍ଡିଆ ମଧ୍ୟ 'ଟିଚ ଫ୍ରମ ହୋମ' ହବ ମାଧ୍ୟରେ ଟିପ୍ସ ଓ ଟ୍ରେନିଂ ଦେଇଛି।

ଶିକ୍ଷକମାନଙ୍କ ପାଇଁ ୟୁନେସ୍କୋ ସହିତ ମିଶି ଏହାକୁ ବିକଶିତ କରାଯାଇଛି । ଏହା ସହ ବିଶ୍ବସ୍ତରୀୟ ଶିକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ-19ରୁ ସଂକ୍ରମଣରୁ ରୋକିବା ଦିଗରେ ହୋମ ଆଇସାଲେସନ ଓ ସାମାଜିକ ଦୂରତ୍ବ ନିୟମକୁ ସଠିକ ଭାବେ ପାଳନ ହୋଇପାରିବ ।

ଗୁଗୁଲ ଇଣ୍ଡିଆ ରିଡିଙ୍ଗ ଆପ ବୋଲୋ ଦ୍ବାରା ଛୋଟା ଭୀମ ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପରିବାର ପକ୍ଷରୁ ଏକ ବୁକ ଲଞ୍ଚ କରିଛି । ଏହା ମହାମାରୀ କୋରୋନା ବିଷୟରେ ପିଲାମାନେ ସତର୍କ ଓ ସୁରକ୍ଷା ଉପରେ ଅବଗତ କରିବାରେ ସହଯୋଗ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.