ପାଟନା: କୋରୋନା ସଙ୍କଟ ମଧ୍ୟରେ ବିହାର ପାଇଁ ଆସିଲା ଏକ ଖୁସି ଖବର । ଦରଭଙ୍ଗା ବିମାନବନ୍ଦରରୁ ଖୁବ ଶୀଘ୍ର ଆରମ୍ଭ ହେବ ବିମାନ ସେବା । ଏନେଇ ମଙ୍ଗଳବାର ଦିନ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଦରବାଙ୍ଗା ବିମାନବନ୍ଦରରୁ ରିଜିଓନାଲ କନେକ୍ଟିଭିଟି ସ୍କିମ୍ ଅଧୀନରେ ଏହି ବିମାନ ଉଡ଼ାଣ ଆରମ୍ଭ ହେବ। ଖୁବ ଶୀଘ୍ର ବିହାର ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରଣାଳୟର ସହଯୋଗରେ ଦେଶର ଅନ୍ୟ ବିମାନବନ୍ଦରକୁ ଦରଭଙ୍ଗା ବିମାନବନ୍ଦରରୁ ବିମାନ ସଂଯୋଗ ଯୋଗାଇ ଦିଆଯିବ।
ଭାରତ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଦରଭଙ୍ଗା ବିମାନବନ୍ଦରରେ 92 କୋଟି ଟଙ୍କା ବ୍ୟୟରେ ଏକ ସିଭିଲ ଏନକ୍ଲେଭ ନିର୍ମାଣ କରାଯାଉଛି, ଯେଉଁଠାରେ କାର ପାର୍କିଂ ବ୍ୟବସ୍ଥା କରାଯିବ । ଏହି ଦରଭଙ୍ଗା ବିମାନବନ୍ଦରରେ 9000 ଫୁଟ ରନୱେ ଅଛି । ଉଡ଼ାନ ଯୋଜନା ଅନୁଯାୟୀ, ସ୍ପାଇସଜେଟ୍ ବିମାନ ଏଠାରୁ ଉଡାଣ ଭରିବ । ଆଉ ଏହି ସ୍ପାଇସଜେଟ ବିମାନ ଦିଲ୍ଲୀରୁ ଦରଭଙ୍ଗା ମଧ୍ୟରେ ଉଡ଼ିବ।
ଦରଭଙ୍ଗା ବିମାନବନ୍ଦରରୁ ବିମାନ ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ ।