ETV Bharat / bharat

ମହାମାରୀ ପାଇଁ ନୂଆ ଆରମ୍ଭ, 'ଇଦ୍‌-ଉଲ-ଅଧା' ପାଇଁ ଅନଲାଇନରେ ଛେଳି ବିକ୍ରି

author img

By

Published : Jul 24, 2020, 8:33 AM IST

ବର୍ତ୍ତମାନ ସମୟ ଆସି ଏମିତି ସ୍ଥିତିରେ ପହଁଞ୍ଚିଛି ଯେଉଁଠି ଜୀବନ୍ତ ପଶୁପକ୍ଷୀଙ୍କ ବିକ୍ରି ଅନଲାଇନ ପ୍ଲାଟଫର୍ମରେ ଆରମ୍ଭ ହୋଇଛି। ବକ୍ରା ଇଦ୍ (ଇଦ୍ ଉଲ୍-ଆଧା) ପୂର୍ବରୁ ମୁମ୍ବାଇରେ ଛେଳି ବିକ୍ରି ଅନଲାଇନରେ ଆରମ୍ଭ ହୋଇଛି।

ମହାମାରୀ ପାଇଁ ନୂଆ ଆରମ୍ଭ, ''ଇଦ୍‌-ଉଲ-ଅଧା'' ପାଇଁ ଅନଲାଇନରେ ଛେଳି ବିକ୍ରି

ମୁମ୍ବାଇ: ମହାମାରୀ ବଦଳାଇ ଦେଲା ସବୁକିଛି। ଲୋକଙ୍କ ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ତେବେ ଅନଲାଇନ ପ୍ଲାଟଫର୍ମରେ ପୂର୍ବରୁ ଫଳ ପନିପରିବା ଓ ମାଛ ମାଂସର ହୋମ ଡେଲିଭରି ହେଉଥିବା ନଜର ରହିଛି। ହେଲେ ବର୍ତ୍ତମାନ ସମୟ ଆସି ଏମିତି ସ୍ଥିତିରେ ପହଁଞ୍ଚିଛି ଯେଉଁଠି ଜୀବନ୍ତ ପଶୁପକ୍ଷୀଙ୍କ ବିକ୍ରି ଅନଲାଇନ ପ୍ଲାଟଫର୍ମରେ ଆରମ୍ଭ ହୋଇଛି।

ବକ୍ରା ଇଦ୍ (ଇଦ୍ ଉଲ୍-ଆଧା) ପୂର୍ବରୁ ମୁମ୍ବାଇରେ ଛେଳି ବିକ୍ରି ଅନଲାଇନରେ ଆରମ୍ଭ ହୋଇଛି। କୋଭିଡ୍ 19 ମହାମାରୀକୁ ଦୃଷ୍ଟିରେ ରଖି ଯୋଗେଶ୍ୱରୀର ହାଜି ଛେଳି ଫାର୍ମ ପଶୁମାନଙ୍କର ଅନଲାଇନ୍ ବିକ୍ରି ଆଡକୁ ମନ ବଳାଇଛି।

ଅନଲାଇନରେ ଛେଳି ବିକ୍ରି କରୁଥିବା ଏକ ଛେଳି ବ୍ୟବସାୟୀ ୱାସିନ୍ ଖାନ୍ କହିଛନ୍ତି ଯେ ଭିଡ଼ ନହେବା ପାଇଁ ସେ ପଶୁକୁ ଗ୍ରାହକମାନଙ୍କୁ ଅନଲାଇନରେ ପ୍ରଦାନ କରିବାର ଚିନ୍ତା କରିଛନ୍ତି। “ଗ୍ରାହକମାନେ ଅନଲାଇନରେ ଛେଳିର ଚିତ୍ର ଦେଖିପାରିବେ ଏବଂ କେଉଁଟି ଚାହୁଁଛନ୍ତି ତାହା ବାଛି ପାରିବେ। ଭିଡ଼ ନହେବା ପାଇଁ ଆମେ ସିଧାସଳଖ ସେମାନଙ୍କ ଘରେ ପହଁଞ୍ଚା ଯାଉଛି ବୋଲି ଖାନ ଗଣମାଧ୍ୟକୁ କହିଛନ୍ତି।

ଇଦ୍ ଅଲ-ଅଧା କିମ୍ବା ବକ୍ରିଦ୍, ଯାହାକୁ “ବଳିଦାନ ପର୍ବ” କୁହାଯାଏ। ଆଲ୍ଲାହାଙ୍କ ପ୍ରତି ସେମାନଙ୍କର ଭକ୍ତି ଏବଂ ପ୍ରେମ ପ୍ରମାଣ କରିବାକୁ ଏକ ପଶୁ, ସାଧାରଣତଃ ମେଣ୍ଢା କିମ୍ବା ଛେଳି ବଳି ଦେଇ ଭକ୍ତିର ପ୍ରମାଣ ଦେଇଥାନ୍ତି ମୁସଲିମ ଭକ୍ତ। ଏହି ବଳିକୁ ଭକ୍ତମାନେ ଉପହାର ସ୍ବରୂପ ପରିବାର, ବନ୍ଧୁ, ପଡ଼ୋଶୀ ଏବଂ ବିଶେଷକରି ଗରିବ ଏବଂ ଅସହାୟ ଲୋକଙ୍କୁ ବଣ୍ଟନ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.