ETV Bharat / bharat

ମାସ୍କ ନପିନ୍ଧି ଗିରଫ ହେଲା ଛେଳି ! - Goat 'arrested'

କାନପୁରର ବେକୋଞ୍ଜ ଅଞ୍ଚଳରେ ବୁଲୁଥିବା ଏକ ଛେଳିକୁ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ମାସ୍କ ନପିନ୍ଧି ଗିରଫ ହେଲା ଛେଳି
ମାସ୍କ ନପିନ୍ଧି ଗିରଫ ହେଲା ଛେଳି
author img

By

Published : Jul 27, 2020, 12:54 PM IST

ଲକ୍ଷ୍ନୌ : ଦେଶରେ କୋରୋନା ମାମଲା ବଢ଼ିବା ପରେ ମାସ୍କ ପିନ୍ଧିବା ନେଇ କଡ଼ା ନିୟମ ଲାଗୁ କରାଯାଇଛି । ଏହାକୁ ଅବମାନନା କଲେ ଗିରଫ ଏବଂ ଜୋରିମାନା ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତେବେ ଏହାକୁ ନେଇ ଉତ୍ତର ପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । କାନପୁରର ବେକୋଞ୍ଜ ଅଞ୍ଚଳରେ ବୁଲୁଥିବା ଏକ ଛେଳିକୁ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ, ବେକୋଙ୍ଗଞ୍ଜ ପୋଲିସ ଛେଳିଟିକୁ ଗିରଫ କରି ପୋଲିସ ଷ୍ଟେସନକୁ ନେଇଥିଲା । ଛେଳିର ମାଲିକ ଏହା ଜାଣି ତୁରନ୍ତ ପୋଲିସ ଷ୍ଟେସନକୁ ଯାଇଥିଲେ। ତେବେ ଛେଳିକୁ ଛାଡିଦେବା ପାଇଁ ସେ ପୋଲିସ ନିକଟରେ ନିବେଦନ କରିଥିଲା । ଏହାପରେ ପୋଲିସ ଛେଳିଟିକୁ ଫେରାଇ ଦେବା ସହ ଛେଳିକୁ ରାସ୍ତାରେ ନଛାଡିବାକୁ ଚେତାବନୀ ଦେଇଥିଲା ।

ତେବେ ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଜଣେ ଯୁବକ ବିନା ମାସ୍କରେ ଛେଳିଟିକୁ ଧରି ବୁଲୁଥିଲେ । ଏହି ସମୟରେ ସେ ପୋଲିସକୁ ଦେଖି ଭୟଭୀତ ହୋଇ ଛେଳିଟିକୁ ଉକ୍ତ ସ୍ଥାନରେ ଛାଡି ପଳାଇ ଯାଇଥିଲେ । ତେଣୁ ଆମେ ଛେଳିଟିକୁ ପୋଲିସ ଷ୍ଟେସନକୁ ଆଣିଥିଲୁ । ପରେ ମାଲିକ ଆସିବା ପରେ ଆମେ ଛେଳିଟିକୁ ଫେରାଇ ଦେଇଥିଲୁ ।

ସେପଟେ ଜଣେ ପୋଲିସ କର୍ମଚାରୀ ସ୍ୱୀକାର କରିଛନ୍ତି ଯେ, ଛେଳିଟି ମାସ୍କ ପିନ୍ଧି ନଥିବାରୁ ପୋଲିସ ତାକୁ ଗିରଫ କରିଥିଲା । ଲୋକମାନେ ବର୍ତ୍ତମାନ ସେମାନଙ୍କର ପୋଷା କୁକୁରକୁ ମାସ୍କ ପିନ୍ଧାଉଛନ୍ତି । ତେଣୁ ଛେଳି କାହିଁକି ମାସ୍କ ପିନ୍ଧିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.