ପାଣାଜୀ: ଏନସିପି ଗୋଆ ୟୁନିଟ ସଭାପତି ଜୋସ ଫିଲିପ ଡିସୋଜା କୋରୋନା ପଜେଟିଭ ଚିହ୍ନଟ । ଏହା ସହ ତାଙ୍କ ପତ୍ନୀ ଓ 2 ପିଲା ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଜୁଲାଇ 5 ତାରିଖରେ ତାଙ୍କ ଭାଇ ପାସକୋଲ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଡିସୋଜାଙ୍କ ଘର ମୋରମୁଗୋଆ ହୋଇଥବା ବେଳେ,ଏହି ଗାଁ ନିକଟସ୍ତ ମଙ୍ଗୋର ହିଲରେ ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଏହାପରେ, ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା ।
ତେବେ, ରାଜ୍ୟରେ ଶୁକ୍ରବାର ଦିନ 196 କୋଭିଡ ମାମଲା ସାମ୍ନାକୁ ଆସିଛି । ଗୋଆରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3108 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 19 ରହିଛି ।
@ IANS