ETV Bharat / bharat

ଶିକ୍ଷା ମନ୍ଦିରରେ ଲଜ୍ୟା: 68 ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଋତୁସ୍ରାବ ଯାଞ୍ଚ

author img

By

Published : Feb 14, 2020, 3:55 PM IST

Updated : Feb 14, 2020, 11:40 PM IST

ଗୁଜୁରାଟରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଋତୁସ୍ରାବ ହୋଇଛି କି ନାହିଁ ଜାଣିବା ପାଇଁ ଛାତ୍ରୀଙ୍କ ଖୋଲାଯାଇଛି ଅନ୍ତଃବସ୍ତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

remove dress in gujurat
ଲଜ୍ଜା: ମାସିକ ଋତୁସ୍ରାବ ହୋଇଛି କି ଜାଣିବା ପାଇଁ ଛାତ୍ରୀଙ୍କ ଖୋଲାଗଲା ଡ୍ରେସ

ଅହମ୍ମଦାବାଦ: ଶିକ୍ଷା ମନ୍ଦିରରେ ଲଜ୍ଜା । ଛାତ୍ରୀଙ୍କ ମାସିକ ଋତୁସ୍ରାବ ହୋଇଛି କି ନାହିଁ ଜାଣିବା ପାଇଁ କଲେଜରେ ଛାତ୍ରୀଙ୍କ ଖୋଲାଯାଇଛି ଅନ୍ତଃବସ୍ତ୍ର । ଏଭଳି ଲଜ୍ଜାକର ଘଟଣା ଘଟିଛି ଗୁଜୁରାଟର ଶହଜାନନ୍ଦ ମହିଳା କଲେଜରେ । ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଲଜ୍ଜା: 68 ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଖୋଲି ଋତୁସ୍ରାବ ଯାଞ୍ଚ

କଲେଜର ଜଣେ ନୁହେଁ 68 ଜଣ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଡ୍ରେସ ଖୋଲିବାକୁ କହିଥିଲେ କଲେଜ କର୍ତ୍ତୃପକ୍ଷ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜର ଡିନ୍ ଦର୍ଶନା ଢୋଲକିଆ । ସେ କହିଛନ୍ତି, ଏହି ଘଟଣାରେ କଲେଜର କୌଣସି ହସ୍ତକ୍ଷେପ ନାହିଁ । ଘଟଣାଟି ଘଟିଛି କଲେଜ ହଷ୍ଟେଲରେ । ଯାହା ବି ହୋଇଛି ଛାତ୍ରୀଙ୍କ ଇଚ୍ଛାରେ । କେହିବି ସେମାନଙ୍କୁ ବାଧ୍ୟ କରିନଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ପୋଲିସ ।

ସେପଟେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ଶିକ୍ଷା ମନ୍ଦିରରେ ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଲୋକେ । ଅନ୍ୟପକ୍ଷେ ଘଟଣା ହଷ୍ଟେଲର ହୋଇଥିବା ବେଳେ ସବୁକିଛି ଛାତ୍ରୀଙ୍କ ଅନୁମତି ପରେ କରାଯାଇଥିବା ଭୂଜର ଶ୍ରୀ ଶହଜାନନ୍ଦ ମହିଳା କଲେଜ ଡିନ୍‌ ଦର୍ଶନା ଢୋଲକିଆ । ତଦନ୍ତକାରୀ ଟିମ୍‌ ମାମଲାର ଯାଞ୍ଚ କରୁଥିବା ଦର୍ଶନା ପ୍ରତିକ୍ରିୟା ଦେଇଛନ୍ତି ।

ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2020, 11:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.