ETV Bharat / bharat

କିଏ ନେଇଗଲା ସାଂସଦ ଗୌତମ ଗମ୍ଭୀର ବାପାଙ୍କ କାର ? - ସାଂସଦ ଗୌତମ ଗମ୍ଭୀର

କୋରୋନାକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଦେଶରେ ଅପରାଧ ମାମଲା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ଅପରାଧର ଶିକାର ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ପିତା ହୋଇଛନ୍ତି ।

gautam gambhir
ସାଂସଦ ଗୌତମ ଗମ୍ଭୀର ବାପାଙ୍କ କାର ଚୋରୀ କଲେ ର୍ଦୁବୃତ୍ତ
author img

By

Published : May 29, 2020, 12:51 PM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଦେଶରେ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଏହି ଅପରାଧର ଶିକାର ପୂର୍ବତନ କ୍ରିକେଟର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀରଙ୍କ ପିତା ହୋଇଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବତନ କ୍ରିକେଟର ତଥା ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ନିଜ ପରିବାର ସହ ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ରୁହନ୍ତି । ତାଙ୍କ ବାପା ଦୀପକ ଗମ୍ଭୀରଙ୍କ ପାଖରେ ଏକ ଟୟୋଟା ଫର୍ଚୁନର ଗାଡି ଅଛି । ଯାହା ତାଙ୍କ କମ୍ପାନୀ ନାମରେ ପଞ୍ଜିକୃତ ହୋଇଛି ।

ସାଂସଦ ଗୌତମ ଗମ୍ଭୀର ବାପାଙ୍କ କାର ଚୋରୀ କଲେ ର୍ଦୁବୃତ୍ତ

ଗତ ବୁଧବାର ସନ୍ଧ୍ୟାରେ ସେ କାରକୁ ଘର ବାହାରେ ପାର୍କିଂ କରିଥିଲେ। ଗୁରୁବାର ସକାଳେ ପରିବାର ଲୋକ ଉଠିବା ବେଳକୁ ଘର ବାହାରେ କାର ନଥିଲା । ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ କେହି ତାଙ୍କ କାରକୁ ଚୋରି କରିନେଇଛି। ଏହାପରେ ସେମାନେ ଏନେଇ ରାଜେନ୍ଦ୍ର ନଗର ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।

ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିବା ପୋଲିସଙ୍କ କହିବା ଅନୁଯାୟୀ, ମାମଲା ବିଜେପି ସାଂସଦଙ୍କ ସହ ଜଡିତ ଥିବାରୁ ଜିଲ୍ଲାର କେତେଗୁଡିଏ ଟିମ୍ ଗାଡି ଖୋଜାଖୋଜି କରିଛନ୍ତି। ଏହି ଘଟଣା କୌଣସି ଗ୍ୟାଙ୍ଗ କରିଛି ନା ଆଉ କିଏ ଏଥିରେ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.