ETV Bharat / bharat

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଗଜାନନ... - ହାଇଦ୍ରାବାଦରେ ଗଣେଶ ଭସାଣି ଉତ୍ସବ

ମୁମ୍ବାଇ ଏବଂ ହାଇଦ୍ରାବାଦରେ ଆରମ୍ଭ ହୋଇଛି ଗଣେଶ ମୂର୍ତ୍ତିଙ୍କ ଭସାଣି ଉତ୍ସବ । ଏଥିଲାଗି ଚଳଚଞ୍ଚଳ ଭକ୍ତଗଣ ।

ଡିଜାଇନ ଫଟୋ
author img

By

Published : Sep 12, 2019, 2:00 PM IST

ହାଇଦ୍ରାବାଦ: 11 ଦିନ ଯାଏ ଧରାପୃଷ୍ଠରେ ବିରାଜମାନ କରିବା ପରେ ଆଜି ବିଦାୟ ନେଉଛନ୍ତି ଗଜାନନ । ବିଘ୍ନ ବିନାଶକଙ୍କ ଭସାଣି ଉତ୍ସବ ପାଇଁ ଚଳଚଞ୍ଚଳ ମୁମ୍ବାଇ ଏବଂ ହାଇଦ୍ରାବାଦ ସହର। ଆଜି (ଗୁରୁବାର) ମୁମ୍ବାଇବାସୀ ନିଜର ସବୁଠୁ ପ୍ରିୟ ଗଣପତି ବାପ୍ପାଙ୍କୁ ବିଦାୟ ଦେବାକୁ ଯାଉଛନ୍ତି । ସେପଟେ ହାଇଦ୍ରାବାଦରେ ମଧ୍ୟ ସକାଳୁ ଆରମ୍ଭ ହେଲାଣି ଭସାଣି ଉତ୍ସବ । ଆଉ ଏଥିଲାଗି କୋଣ ଅନୁକୋଣରେ କେବଳ ଗୋଟିଏ ଧ୍ବନୀ ଗୁଞ୍ଜରିତ ହେଉଛି, ‘ଗଣପତି ବାପ୍ପା ମୋରିୟା, ଆଗଲେ ବରଷ ତୁ ଜଲଦୀ ଆନା’ ।

ସେପଟେ ଚଳିତ ବର୍ଷ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାର ଗଣେଶ ମୂର୍ତ୍ତିଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଯାଇଛି । ଏହାର ଏକ ବଡ଼ ପ୍ରସେସନ ଆରମ୍ଭ ହୋଇଛି । ପିଲାଠାରୁ ଆରମ୍ଭ କରି ମହିଳା, ପୁରୁଷ, ବୃଦ୍ଧ ସମସ୍ତେ ଏହି ଉତ୍ସବରେ ଯୋଗ ଦେଇ ଗଜାନନଙ୍କୁ ବିସର୍ଜନ ଦେବେ । ହାଇଦ୍ରାବାଦରେ ଗଣେଶ ମୂର୍ତ୍ତି ବିସର୍ଜନ ଅବସରରେ ଏକ ଗଣେଶଙ୍କ ଲଡୁ ନିଲାମ ଡାକନ୍ତି । ଏହି ପରମ୍ପରାଟି ସ୍ବତନ୍ତ୍ର ପରମ୍ପରା ହୋଇଥିବାରୁ ହଜାର ହଜାର ଭକ୍ତ ଭଗବାନଙ୍କ ଲଡୁ ନେବା ପାଇଁ ବ୍ୟକୂଳ ଥାନ୍ତି ।

ସେପଟେ ଗଣପତି ବାପ୍ପାଙ୍କ ବିଦାୟ ଉତ୍ସବରେ ସାରା ମୁମ୍ବାଇ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ମୁମ୍ବାଇର ଗଳି ଗଳିରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼ । ପୂରାଣ କହେ ଗଣେଶଙ୍କୁ ସବୁବେଳେ ତାଙ୍କ ପିତା ଶିବଙ୍କର ଡମରୁ ପସନ୍ଦ ଥିଲା । ଯେତେବେଳ ମହାଦେବ ଧ୍ୟାନରେ ବସୁଥିଲେ ସେତେବେ ଗଣେଶ ତାଙ୍କ ଡମରୁ ନେଇ ବଜାଇ ବଜାଇ ନାଚ କରୁଥିଲେ । ତେଣୁ ଢୋଲ ବାଇଦର ତାଳେ ତାଳେ ନାଚି ନାଚି ଗଣପତିଙ୍କୁ ଶୁଭ ବିଦାୟ ଦେଉଛନ୍ତି ହଜାର ହଜାର ଭକ୍ତ । ପିଲାଠାରୁ ବୃଦ୍ଧ ସମସ୍ତେ ବାପ୍ପାଙ୍କୁ ଶେଷ ଦର୍ଶନ କରି ପୁଣି ଆସନ୍ତା ବର୍ଷ ଗଣପତିଙ୍କ ଶୀଘ୍ର ଆଗମନ ହେଉ ବୋଲି ପ୍ରାର୍ଥନା କରୁଛନ୍ତି ।

ସେହିପରି ହାଇଦ୍ରାବାଦବାସୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି । ଢୋଲ ଏବଂ ବାଦ୍ୟର ତାଳେ ତାଳେ ନାଚ କରି ଭାଙ୍ଗ ପଣା ପିଇ ବାପ୍ପାଙ୍କୁ ଶୁଭ ବିଦାୟ ଦେଉଛନ୍ତି । ରହି ରହି ଗଣପତି ବାପ୍ପା ମୋରିୟାର ନାରା ଦେଉଛନ୍ତି ଭକ୍ତଗଣ । ଆଉ ଏହି ଧ୍ବନୀରେ ସତେଯେପରି କାନ ପବିତ୍ର ହେଇଯାଉଛି । ତେବେ ଗଣପତିଙ୍କ ବିଦାୟରେ ଯେତିକି କଷ୍ଟ ଲାଗେ ସେତିକି ଉତ୍ସାହର ସହ ଭକ୍ତଗଣ ମନେ ମନେ କୁହନ୍ତି ‘ମଙ୍ଗଲମୂର୍ତ୍ତି ମୋରିୟା, ଅଗଲେ ବରଷ କୁ ଜଲଦି ଆନା’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.