ETV Bharat / bharat

ପଞ୍ଚତତ୍ତ୍ବରେ ବିଲୀନ ହେଲେ ଭାରତରତ୍ନ ପ୍ରଣବ ମୁଖାର୍ଜୀ

author img

By

Published : Sep 1, 2020, 3:15 PM IST

Updated : Sep 1, 2020, 3:41 PM IST

ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ରାଜଧାନୀ ଦିଲ୍ଲୀର ଲୋଧିରୋଡ ସ୍ଥିତ ଶ୍ମଶାନରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅଧିକ ପଢନ୍ତୁ...

ପଞ୍ଚତତ୍ତ୍ବରେ ବିଲୀନ ହେଲେ ଭାରତରତ୍ନ ପ୍ରଣବ ମୁଖାର୍ଜୀ
ପଞ୍ଚତତ୍ତ୍ବରେ ବିଲୀନ ହେଲେ ଭାରତରତ୍ନ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପଞ୍ଚତତ୍ତ୍ବରେ ବିଲିନ ହୋଇଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ରାଜଧାନୀ ଦିଲ୍ଲୀର ଲୋଧିରୋଡ ସ୍ଥିତ ଶ୍ମଶାନରେ ପ୍ରଣବ ଦା'ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏହା ପୂର୍ବରୁ ସମଗ୍ର ଦେଶ ପୂର୍ବତନ ରାଷ୍ଟ୍ରପତିଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ନେତା ପ୍ରଣବଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ମଙ୍ଗଳବାର 84 ବର୍ଷରେ ଦେହାନ୍ତ ହୋଇଥିଲା । ସେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ କାରଣରୁ ଦେଶରେ ଅଗଷ୍ଟ 31ରୁ ସେପ୍ଟେମ୍ବର 6 ଯାଏଁ 7 ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସରକାର ନିଜ ଘୋଷଣାରେ କହିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ନେଇ ଘୋଷଣା କରାଯାଇଥିବା 7 ଦିନିଆ ରାଷ୍ଟ୍ରୀୟ ଶୋକ ବେଳେ ଦେଶରେ କୌଣସି ସରକାରୀ ତଥା ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ । ସେହିପରି ଏହି ସମୟରେ ସମସ୍ତ ପ୍ରଶାସନିକ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

Last Updated : Sep 1, 2020, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.