ETV Bharat / bharat

ଠକଙ୍କ କବଜାରେ ମୋଦିଙ୍କ ସରକାରୀ ଯୋଜନା - ସରକାରୀ ଯୋଜନା

ସାବଧାନ, ମୋଦିଙ୍କ ସରକାରୀ ଯୋଜନାରେ ଲୁଟୁଛନ୍ତି ଠକ । ଏଭଳି ଏକ ଚାଞ୍ଚଲ୍ୟ କର ଘଟଣା ସାମ୍ନାକୁ ଆସିଛି ।

ଡିଜାଇନ ଫଟୋ
author img

By

Published : Jun 2, 2019, 11:42 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଯୋଜନା ନାଁରେ ଚାଲିଛି ଠକେଇ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ସୋଲାର ପ୍ୟାନେଲ ଯୋଜନାରେ ଆବେଦନ ପାଇଁ ଆସୁଛି ନିବେଦନ । ଖାଲି ସୋଲାର ପ୍ୟାନେଲ ନୁହେଁ, ମାଗଣାରେ ଲ୍ୟାପଟପ ପ୍ରଦାନ ପାଇଁ ଆସୁଛି ଲୋଭନୀୟ ଅଫର ।

ଆଉ ଯୋଜନାର ଲାଭ ଉଠାଇବା ପାଇଁ ନକଲି ଆବେଦନ କରିବାକୁ ମଧ୍ୟ ଅନଲାଇନ ଠକ ଲିଙ୍କ୍ ପଠାଉଛନ୍ତି । କିଛି ଲୋକେ ବିନା ଯାଞ୍ଚରେ ନିଜର ବ୍ୟକ୍ତିଗତ ସୂଚନା ଫେକ୍ ୱେବସାଇଟରେ ଦେଉଥିବା ଘଟଣା ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଛି ଠକ ସୋଲାର ପ୍ୟାନେଲ ଯୋଜନାର ଲାଭ ଉଠାଇବା ପାଇଁ ମାଗଣାରେ ଫର୍ମ ପୂରଣ କରିବାକୁ ନିବେଦନ କରୁଛନ୍ତି । ଏଥିସହ ଫର୍ମ ପୂରଣ କରିବାର ଶେଷ ତାରିଖ ଆସନ୍ତା 5 ତାରିଖ ବୋଲି ମେସେଜ ଆସୁଛି । ଏହି ଯୋଜନାର ଲାଭ ଉଠାଇବା ନିଜ ସାଙ୍ଗଙ୍କୁ ପଠାନ୍ତୁ ବୋଲି ଉଲ୍ଲେଖ ରହୁଛି । ଏଥିପାଇଁ ଠକମାନେ ଏକ ଲିଙ୍କ୍‌ ମଧ୍ୟ ଦେଉଛନ୍ତି ।

ସେହିପରି ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଖୁସିରେ 2 କୋଟି ଯୁବକ ଓ ଯୁବତୀଙ୍କୁ ମାଗଣାରେ ଲ୍ୟାପଟପ ଦିଆଯିବ ବୋଲି ସୋସିଆଲ ମିଡିଆରେ ଏକ ମେସେଜ ଘୁରି ବୁଲୁଥିବା ଜଣାପଡିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.