ETV Bharat / bharat

ରାଜସ୍ଥାନରେ ସଡକ ଦୁର୍ଘଟଣା, 4 ମୃତ

author img

By

Published : Mar 1, 2020, 11:23 AM IST

ରାଜସ୍ଥାନର ଦେୱାରଘାଟ ଅଞ୍ଚଳରେ ସଡକ ଦୁର୍ଘଟଣା । ବସ ଓଲଟି 4 ମୃତ । 20ରୁ ଅଧିକ ଗୁରୁତର ଆହତ । ଅଧିକ ପଢନ୍ତୁ...

Road accident in rajasamand
ରାଜସ୍ଥାନରେ ସଡକ ଦୁର୍ଘଟଣା, 4 ମୃତ

ଜୟପୁର: ରାଜସ୍ଥାନର ଦେୱାରଘାଟ ଅଞ୍ଚଳରେ ସଡକ ଦୁର୍ଘଟଣା । ବସ ଓଲଟି 4 ମୃତ । 20ରୁ ଅଧିକ ଗୁରୁତର ଆହତ । ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ।

ଦେୱାରଘାଟ ଅଞ୍ଚଳର ଜାତୀୟ ରାଜପଥ 8ରେ ରବିବାର ସକାଳୁ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ବସଟି ଓଲଟି ପଡିବା ଫଳରେ ଏପରି ଦୁର୍ଘଟଣା ଘଟିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସେପଟେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିବାରୁ ଉଭୟ ପାର୍ଶ୍ବରେ ଶହଶହ ଗାଡି ଅଟକି ରହିଥିଲା । ତେବେ ପୋଲିସ ଗାଡିକୁ ରାସ୍ତାରୁ ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.