ETV Bharat / bharat

କୁମାରସ୍ବାମୀଙ୍କ ଆଖିରୁ ଝରିଲା ଲୁହ, କହିଲେ କାହାକୁ କରିବି ଭରସା ?

author img

By

Published : Nov 27, 2019, 10:41 PM IST

କର୍ଣ୍ଣାଟକର ମାଣ୍ଡ୍ୟାରେ ଏକ ସାଧାରଣ ସଭାରେ ନିଜ ସମର୍ଥକଙ୍କୁ  ସମ୍ଭୋଧିତ କରିବା ସମୟରେ ପୂର୍ବତନ ସିଏମ୍‌ ଏଚଡି କୁମାରସ୍ବାମୀଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା ।  ଅଧିକ ପଢନ୍ତୁ...

former karnataka cm hd kumarswamy break down
ଡିଜାଇ ଫଟୋ

ହାଇଦ୍ରାବାଦ: କର୍ଣ୍ଣାଟକର ପୂର୍ବତନ ସିଏମ୍‌ ଏଚଡି କୁମାରସ୍ବାମୀ ପୁଣି ଥରେ ଭାବବିହ୍ବଳ ହୋଇଛନ୍ତି । ନିଜ ସମର୍ଥକଙ୍କୁ ସମ୍ବୋଧନ କରିବା ସମୟରେ ପୁଣି ଥରେ କାନ୍ଦି ପକାଇଛନ୍ତି କୁମାରସ୍ବାମୀ । କର୍ଣ୍ଣାଟକର ମାଣ୍ଡ୍ୟାରେ ଏକ ସାଧାରଣ ସଭାକୁ ସମ୍ଭୋଧନ କରିବା ସମୟରେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା । କାନ୍ଦ କାନ୍ଦ ହୋଇ ସେ କି ଦୋଷ ପାଇଁ ତାଙ୍କ ପୁଅଙ୍କୁ ମାଣ୍ଡ୍ୟାବାସୀ ହରାଇଲେ ବୋଲି ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଏହାସହ ସେ ଆହୁରି କହିଛନ୍ତି ଯେ, ସେ ଚାହୁଁ ନଥିଲେ କି ତାଙ୍କ ପୁଅ ନିର୍ବାଚନ ଲଢୁ । ମାତ୍ର ନିଜ ସମର୍ଥକଙ୍କ ଅନୁରୋଧ ରକ୍ଷା କରି ସେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଓ ନିର୍ବାଚନ ଲଢି ହାରିଯାଇଥିଲେ । ଏଚ.ଡି କୁମାରସ୍ବାମୀ କହିଛନ୍ତି ଯେ, ତାଙ୍କ ଭଳି ଲୋକ ରାଜନୀତିରେ ନରହିବା ଉଚିତ ଥିଲା । ଏହାସହ ରାଜନୀତିରେ କାହାକୁ ବିଶ୍ବାସ କରାଯିବ ବୁଝାପଡୁନାହିଁ ବୋଲି କହିଛନ୍ତି ।

ଏହାପୂର୍ବରୁ ମଧ୍ୟ ସେ ବିଭିନ୍ନ ନିର୍ବାଚନ ରାଲିରେ ଅନେକ ଥର କାନ୍ଦି ଥିବା ବେଳେ ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ଭାବବିହ୍ବଳ ହୋଇ କାନ୍ଦିଥିଲେ ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.