ETV Bharat / bharat

ଚାଷୀଙ୍କ ପାଇଁ ଯୋଜନା, ବିଜେପି ନେତା ପାଇଲେ ଟଙ୍କା

ଗୁରୁବାର ଯୋଜନାର ପ୍ରଥମ କିସ୍ତି ଭାବେ 1500 କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି । ମୋଟ 4ଟି କିସ୍ତିରେ ରାଜ୍ୟର 19 ଲକ୍ଷ ଚାଷୀଙ୍କୁ 5700 କୋଟି ଟଙ୍କା ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ଚାଷୀଙ୍କ ପାଇଁ ଯୋଜନା, ବିଜେପି ନେତାଏ ପାଇଲେ ଟଙ୍କା

author img

By

Published : May 23, 2020, 4:54 PM IST

ରାୟପୁର: ଲକଡାଉନ ଯୋଗୁଁ ସମସ୍ୟାରେ ଥିବା ଚାଷୀଙ୍କ ସୁରକ୍ଷା ଓ ସାହାଯ୍ୟ ପାଇଁ ମେ 21ରେ ଛତିଶଗଡ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହାର ନାମ ରହିଛି ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି ।

ତେବେ ଏହି ଯୋଜନା ଅଧୀନରେ ବିଜେପିର ଅନେକ ନେତାଙ୍କୁ ସହାୟତା ମିଳିଛି । ଚାଷୀଙ୍କୁ ସାହାଯ୍ୟ ଓ ସେମାନଙ୍କ ଅମଳର ଉପଯୁକ୍ତ ଅର୍ଥ ପ୍ରଦାନ କରିବା ପାଇଁ ଏହି ରାଶି ପ୍ରଦାନ କରାଯିବ ବୋଲି ଛତିଶଗଡର କଂଗ୍ରେସ ସରକାର ଘୋଷଣା କରିଛି । ତେବେ ଏହି ଯୋଜନାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ 25 ହଜାର 612 ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଛି ।

ସେହିପରି ତାଙ୍କ ପୁଅ ତଥା ପୂର୍ବତନ ସାଂସଦ ଅଭିଷେକ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ସହାୟତା ଆସିଥିବା କୁହାଯାଉଛି । ପୂର୍ବତନ ଗୃହମନ୍ତ୍ରୀ ନନକୀରାମ କମ୍ବର ଏବଂ ପୂର୍ବ ମହିଳା ଓ ବାଳ ବିକାଶ ମନ୍ତ୍ରୀ ଲତା ଉମେଣ୍ଡିଙ୍କୁ ମଧ୍ୟ ଯୋଜନା ଅଧୀନରେ ସହାୟତା ମିଳିଛି । ଏହାବାଦ୍ ବିଜେପି ନେତା ଧରମଲାଲ କୌଶିକଙ୍କୁ ମଧ୍ୟ 25 ହଜାର ଟଙ୍କା ମିଳିଛି ।

ଛତିଶଗଡ କଂଗ୍ରେସ ଏହି ତାଲିକା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି । ଗୁରୁବାର ଯୋଜନାର ପ୍ରଥମ କିସ୍ତି ଭାବେ 1500 କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର କରାଯାଇଛି । ମୋଟ 4ଟି କିସ୍ତିରେ ରାଜ୍ୟର 19 ଲକ୍ଷ ଚାଷୀଙ୍କୁ 5700 କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲ ବଜେଟ୍ ଅଧିବେଶନ ବେଳେ ଏହି ଯୋଜନାର ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.