ETV Bharat / bharat

ଆଜି ହାଇଦ୍ରାବାଦରେ ବିଦେଶୀ ରାଷ୍ଟ୍ରଦୂତ ଦେଖିବେ ସ୍ୱଦେଶୀ ଭ୍ୟାକ୍ସିନର କ୍ଷମତା - କୋରୋନା ଭ୍ୟାକ୍ସିନ

60ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ବରିଷ୍ଠ ରାଷ୍ଟ୍ରନାୟକ ଆଜି ହାଇଦ୍ରାବାଦରେ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଦୁଇଟି ସ୍ୱଦେଶୀ କମ୍ପାନୀ ପରିଦର୍ଶନରେ ଯିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ସୂଚନା । ଅଧିକ ପଢନ୍ତୁ...

ବୁଧବାର ହାଇଦ୍ରାବାଦରେ ବିଦେଶୀ ରାଷ୍ଟ୍ରଦୂତ ଦେଖିବେ ସ୍ୱଦେଶୀ ଭ୍ୟାକ୍ସିନର କ୍ଷମତା

author img

By

Published : Dec 8, 2020, 9:41 PM IST

Updated : Dec 9, 2020, 6:54 AM IST

ନୂଆଦିଲ୍ଲୀ: ବିଶ୍ୱ ସାମ୍ନାରେ ନିଜ ଭ୍ୟାକ୍ସିନ ପ୍ରସ୍ତୁତି ଓ ଉତ୍ପାଦନ କ୍ଷମତାର ଏକ ନମୁନା ପ୍ରଦର୍ଶନ କରିବାକୁ ଯାଉଛି ଭାରତ । ଏହି କ୍ରମରେ ପାଖାପାଖି 60ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଓ ବରିଷ୍ଠ ରାଷ୍ଟ୍ରନାୟକ ଆଜି ହାଇଦ୍ରାବାଦର ଦୁଇଟି ସ୍ୱଦେଶୀ କମ୍ପାନୀ ପରିଦର୍ଶନରେ ଯିବେ । ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ସୂଚନା ।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ହାଇଦ୍ରାବାଦ ଯିବାକୁଥିବା ବିଦେଶୀ ରାଷ୍ଟ୍ରଦୂତ ଟିମ ଭାରତ ବାୟୋଟେକ ଓ ବାୟୋଲୋଜିକାଲ-ଇ ଭଳି କମ୍ପାନୀ ଗସ୍ତ କରିବେ । ଦୁଇଟି କମ୍ପାନୀ କୋରୋନାକୁ ପ୍ରତିହତ କରିବା ପାଇଁ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିଛନ୍ତି । ଭାରତ ବାୟୋଟେକ କୋଭାକ୍ସିନ ନାଁରେ ଏକ ଟିକା ପ୍ରସ୍ତୁତ କରୁଥିବା ବେଳେ ବାୟୋଲୋଜିକାଲ-ଇ କମ୍ପାନୀ ସହ ଆମେରିକାର ଓହାୟୋ ଷ୍ଟେଟ ଇନୋଭେସନ ଫଣ୍ଡ ନୂଆ ଭ୍ୟାକ୍ସିନ ଟେକ୍ଲୋଲୋଜି ପାଇଁ ଚୁକ୍ତି କରିଛି ।

ସୂତ୍ର ଅନୁସାରେ ସମସ୍ତ ଆମନ୍ତ୍ରିତ ରାଷ୍ଟ୍ରଦୂତଙ୍କୁ ବୁଧବାର ସକାଳେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ହାଇଦ୍ରାବାଦ ଅଣାଯିବ । ଭାରତର ଭ୍ୟାକ୍ସିନ କ୍ୟାପିଟାଲ କୁହାଯାଉଥିବା ହାଇଦ୍ରାବାଦରେ ବିଦେଶୀ ରାଷ୍ଟ୍ରଦୂତମାନେ ଜିନୋମ ଭ୍ୟାଲି ଯିବେ । ଏଠାରେ ହିଁ ଭାରତ ବାୟୋଟେକ ଓ ବାୟୋଲୋଜିକାଲ-ଇ ସମେତ ଅନେକ ସ୍ୱଦେଶୀ କମ୍ପାନୀ ରହିଛି ।

Last Updated : Dec 9, 2020, 6:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.