ETV Bharat / bharat

ଆଜି ତେଜସ୍ବୀ ଯାଦବଙ୍କ ଜନ୍ମଦିନ, ଭୋଟ ଗଣତି ଦିନ ସଜାଗ ରହିବାକୁ କର୍ମୀଙ୍କୁ ପରାମର୍ଶ - ତେଜସ୍ବୀ ଯାଦବଙ୍କ ଜନ୍ମଦିନ

ଆଜି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଜନ୍ମଦିନ । ଏହାକୁ ଧୁମଧାମରେ ପାଳନ ନକରି ଭୋଟ ଗଣତି ଦିନ ସଜାଗ ରହିବାକୁ କର୍ମୀଙ୍କୁ ପରାମର୍ଶ ଦେଲା ଦଳ । ଅଧିକ ପଢନ୍ତୁ...

ତେଜସ୍ବୀ ଯାଦବ
ତେଜସ୍ବୀ ଯାଦବ
author img

By

Published : Nov 9, 2020, 8:26 AM IST

ପାଟନା: ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଆଜି ଜନ୍ମଦିନ । 31 ବର୍ଷ ବୟସରେ ପାଦ ଥାପିଲେ ଏହି ଯୁବନେତା । ତେବେ ଏହାକୁ ସେ ଧୁମଧାମରେ ପାଳନ ନ କରି ଛୋଟ ଆକାରରେ ପାଳନ କରିବେ ବୋଲି ଜଣାପଡିଛି । ଏନେଇ ଆରଜେଡି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଦଳୀୟ କର୍ମୀମାନଙ୍କୁ ଜନ୍ମଦିନ ପାଳନରେ ନ ଲାଗି ଭୋଟ ଗଣତି ଦିନ ସଜାଗ ରହିବାକୁ କୁହାଯାଇଛି ।

ଏହାସହ ଜନ୍ମଦିନ ପାଳିବାକୁ ଘରକୁ ନଆସି ନିଜ ଘରେ ରହିବାକୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଭୋଟ ଗଣତି ଦିନ ପୂରା ସଜାଗ ରହିବାକୁ ମଧ୍ୟ କୁହାଯାଇଛି । ଆରଜେଡି ପକ୍ଷରୁ ଟ୍ବିଟ୍‌ରେ କୁହାଯାଇଛି ଯେ, ‘ସମସ୍ତ ଶୁଭଚିନ୍ତକ ତଥା ଦଳର ସମର୍ଥକ ମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ଜନ୍ମଦିନରେ ତାଙ୍କୁ ନଭେଟି ଘରେ ରୁହନ୍ତି । ଭୋଟ ଗଣତି ଦିନ ପୂରା ସଜାଗ ରୁହନ୍ତୁ ।’

ସେହିପରି ତେଜସ୍ବୀ ଯାଦବ ଚଳିତ ଥର ଜନ୍ମଦିନକୁ ସାଧାରଣ ଭାବେ ପାଳନ କରିବେ ବୋଲି ଟ୍ବିଟ୍‌ରେ ଉଲ୍ଲେଖ ରହିଛି । ତେବେ ମହାମେଣ୍ଟ ବିହାରରେ ସରକାର ଗଢିବ ବୋଲି ସମସ୍ତ ଏକଜିଟ୍‌ ପୋଲ ଆକଳନ କରିଛନ୍ତି । ଯାହାକୁ ନେଇ କର୍ମୀମାନେ ଅଧିକ ଉତ୍ସାହିତ ହୋଇଛନ୍ତି । ଯେଉଁଥିପାଇଁ ଆରଜେଡି ପକ୍ଷରୁ ଏଭଳି ଟ୍ବିଟ୍‌ କରାଯାଇ କର୍ମୀମାନେ ଜନ୍ମଦିନ ପାଳନରେ ନମାତି ଭୋଟ ଗଣତି ଦିନ ସଜାଗ ରହିବାକୁ କୁହାଯାଇଛି ।

ସୂଚନାଥାଉକି, ଆସନ୍ତାକାଲି ବିହାରରେ ଭୋଟ ଗଣତି ହେବ । ତିନି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଏଥିରେ ନୀତିଶ ଓ ତେଜସ୍ବୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.