ETV Bharat / bharat

ଆସାମ ବନ୍ୟା ସ୍ଥିତି, ଏବେବି 1,295 ଗାଁ ଜଳବନ୍ଦୀ - ସୁଧୁରୁଛି ଆସାମର ବନ୍ୟା ସ୍ଥିତି , ଜଳବନ୍ଦୀରେ 1,295 ଗାଁ

ସୁଧୁରୁଛି ଆସାମର ବନ୍ୟା ସ୍ଥିତି । 20 ଜିଲ୍ଲାର 11 ଲକ୍ଷ ଲୋକେ ପ୍ରଭାବିତ । ଜଳବନ୍ଦୀରେ 1,295 ଗାଁ । 75,711 ହେକ୍ଟର ଚାଷଜମି ନଷ୍ଟ । ଅଧିକ ପଢନ୍ତୁ...

Flood water recedes in Assam, 11 lakh still distressed
ସୁଧୁରୁଛି ଆସାମର ବନ୍ୟା ସ୍ଥିତି , ଜଳବନ୍ଦୀରେ 1,295 ଗାଁ
author img

By

Published : Aug 2, 2020, 7:14 AM IST

Updated : Aug 2, 2020, 7:45 AM IST

ଗୌହାଟୀ: ଧୀରେଧୀରେ ସୁଧୁରିବାରେ ଲାଗିଛି ଆସାମର ବନ୍ୟା ସ୍ଥିତି । ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । 20 ଜିଲ୍ଲାର 11 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ପଶ୍ଚିମରେ ଥିବା 6 ଜିଲ୍ଲାର ଗୋଲପାରା 340,515, ମୋରିଗାଓଁ 173,364, ବଙ୍ଗାଇଗାଓଁ 115,864, ବାରପେଟା 61,236, ଗୋଲାଘାଟ 41,857, ଧୁବ୍ରି 38,448 ଓ ପୂର୍ବ ଜିଲ୍ଲା ଲାଖିମପୁର 58,891 ପ୍ରଭାବିତ ହୋଇଛି । ଏନେଇ ଆସାମ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି ।

20 ଟି ଜିଲ୍ଲାର 1,295 ଗାଁ ଜଳବନ୍ଦୀରେ ରହି ଥିବା ବେଳେ 75,711 ହେକ୍ଟର ଚାଷଜମି ନଷ୍ଟ ହୋଇଛି । ବ୍ରହ୍ମପୁତ୍ର ସମେତ 9ଟି ପ୍ରମୁଖ ନଦୀ ଏକାଧିକ ସ୍ଥାନରେ ପ୍ରବାହିତ ହେଉଛି । ବିଶେଷକରି, ସୋନିଟପୁରରେ ଜିଆଭରାଲି ଓ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 145 ବନ୍ୟ ଜନ୍ତୁ ପ୍ରାଣ ହରାଇଥିବା ବେଳେ 170ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି ।

ସୌଜନ୍ୟ @ IANS

Last Updated : Aug 2, 2020, 7:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.