ETV Bharat / bharat

ବନ୍ୟା ବିତ୍ପାତ, ଭାସୁଛି ଭାରତ ! - india

ଗୁଜୁରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସାଧାରଣ ଜନଜୀବନ ଉପରେ ପ୍ରଭାବିତ ହୋଇପଡ଼ିଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଡିଜାଇନ ଫଟୋ
author img

By

Published : Aug 2, 2019, 10:46 PM IST

Updated : Aug 2, 2019, 10:53 PM IST

ହାଇଦ୍ରାବାଦ: ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସଙ୍ଗୀନ ହୋଇଛି ପରିସ୍ଥିତି । ଗୁଜୁରାଟ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳରେ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତ ଆଉ କେଉଁଠି ଲୋକେ ଜଳବନ୍ଦୀ ହୋଇଛନ୍ତି । ଏହା ସାଧାରଣ ଜନଜୀବନ ଉପରେ ପ୍ରଭାବ ପକାଇଥିବା ବେଳେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

bihar
ଡିଜାଇନ ଫଟୋ

ଗୁରୁରାଟର ବଦୋଦରା, ଅହମ୍ମଦାବାଦ ସମେତ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । କେତେକ ଅଞ୍ଚଳରେ ଏହା ବନ୍ୟାର ରୂପ ନେଇଥିବା ବେଳେ ଆଉ କେତେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇଛନ୍ତି । ବନ୍ୟାରେ ଏବେ ସୁଦ୍ଧା 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 594 ଲୋକଙ୍କୁ ଏନଡିଆରଏଫ ଟିମ୍‌ ଉଦ୍ଧାର କରିଛି । ତେବେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟି ପରିସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେପଟେ ରାଜ୍ୟରେ ଆଉ 5 ଦିନ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଗାତାର ବର୍ଷା ଫଳରେ ବଦୋଦରାରେ ବିମାନଚଳାଚଲକୁ ବନ୍ଦ ରଖାଯାଇଛି ।

gujrat
ଡିଜାଇନ ଫଟୋ

ସେହିପରି ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କିଛି ସ୍ଥାନରେ ଏହି ବନ୍ୟା ସ୍ଥିତି କରାଳ ରୂପ ନେଇଛି । ରାଜ୍ୟର ଦରଗାହ, ଅଜମେର ଭଳି ସ୍ଥାନରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି ।

hp
ଡିଜାଇନ ଫଟୋ

ସେହିପରି ହିମାଚଳ ପ୍ରଦେଶ ଏବଂ ବିହାରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ବନ୍ୟା ଯୋଗୁଁ ବିହାର ସମସ୍ତିପୁର ସମ୍ପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇପଡିଛି । ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏବେ ସୁଦ୍ଧା କୌଣସି ସରକାରୀ ସହାୟତା ପହଞ୍ଚିନଥିବା ଅଭିଯୋଗ ହୋଇଛି ।

Intro:Body:

BLANK FOR LINK 

Conclusion:
Last Updated : Aug 2, 2019, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.