ETV Bharat / bharat

ଆଣ୍ଡ୍ରଏଡ 11ର ପ୍ରଥମ ବିଟା ଭର୍ସନ ରିଲିଜ

ଆଣ୍ଡ୍ରଏଡ 11ର ପ୍ରଥମ ବିଟା ଭର୍ସନ ରିଲିଜ ହୋଇଛି । ଦୀର୍ଘ ଦିନ ଧରି ଏହା ଉପରେ ଗୁଗଲ ପରୀକ୍ଷା ନିରୀକ୍ଷା ଚଲାଇଥିଲା । ଶେଷରେ ଏହାକୁ ରିଲିଜ କରାଯାଇଥିବା କମ୍ପାନୀ ସୂଚନା ଦେଇଛି । ଅଧିକ ପଢନ୍ତୁ....

author img

By

Published : Jun 11, 2020, 5:38 PM IST

ଆଣ୍ଡ୍ରଏଡ 11ର ପ୍ରଥମ ବିଟା ଭର୍ସନ ରିଲିଜ
ଆଣ୍ଡ୍ରଏଡ 11ର ପ୍ରଥମ ବିଟା ଭର୍ସନ ରିଲିଜ

ହାଇଦ୍ରାବାଦ: ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଆଣ୍ଡ୍ରଏଡ 11ର ପ୍ରଥମ ବିଟା ଭର୍ସନ ରିଲିଜ ହୋଇଛି । ଦୀର୍ଘ ଦିନ ଧରି ଏହା ଉପରେ ଗୁଗଲ ପରୀକ୍ଷା ନିରୀକ୍ଷା ଚଲାଇଥିଲା । ଶେଷରେ ଏହାକୁ ରିଲିଜ କରାଯାଇଥିବା କମ୍ପାନୀ ସୂଚନା ଦେଇଛି ।

ଡେଭଲପରଙ୍କ ଦ୍ବାରା ଏହାର ଅନେକ ବାର ସମୀକ୍ଷା ପରେ ଏହାକୁ ରିଲିଜ କରାଯାଇଛି । ପିକ୍ସେଲ ଫୋନ ପାଇଁ ଗୁଗଲ ଏହି ବିଟା ଭର୍ସନ ବାହାର କରିଛି । ଏହା ମୁଖ୍ୟତଃ 3ଟି ବିଷୟବସ୍ତୁ ପିପୁଲ, କଣ୍ଟ୍ରୋଲ, ପ୍ରାଇଭେସୀ ଉପରେ ନିର୍ଭର କରେ ବୋଲି କମ୍ପାନୀ କହିଛି । ଏହି ଭର୍ସନ ଗୁଗଲର ପିକ୍ସେଲ 2, 3, 3ଏ ଏବଂ 4କୁ ସପୋର୍ଟ କରିବ ବୋଲି ଜଣାପଡିଛି ।

ଏହି ଭର୍ସନରେ ଚାଟ୍ ବବଲ୍ସ, ଉନ୍ନତ ମିଡିଆ କଣ୍ଟ୍ରୋଲ, ସମ୍ବେଦନଶୀଳ ଅନୁମତି ଉପରେ ଅଧିକ ନିୟନ୍ତ୍ରଣ ଭଳି ଫିଚର ରହିଛି । ଏହି ଭର୍ସନରେ ପୂର୍ବ ଭଳି ଗୁଗଲ ନୋଟିଫିକେସନ ଉପରେ ଗୁରୁତ୍ବ ଦେଇଛି । ସେହିପରି ଲୋକେସନ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ୟୁଜର୍ସଙ୍କୁ କେବଳ ଥରେ ଆକସେସ ଅନୁମତି ମିଳିବ । ଏହାପରେ ପୁଣି ଏହାକୁ ଅନ୍ କଲେ ଆଉଥରେ ଅନୁମତି ମାଗିବ ବୋଲି କମ୍ପାନୀ ନିଜ ବ୍ଲଗରେ ପ୍ରକାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.