ଜୟପୁର:ଟ୍ରକ ଏବଂ ଡମ୍ପରରେ ଅଗ୍ନିକାଣ୍ଡ ଘଟି ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବିକାନେରର ଗଜନର ପୋଲିସ ଷ୍ଟେସନ ଅଞ୍ଚଳରେ ।
ସୂଚନାନୁଯାୟୀ, ବିକାନେରର ଗଜନର ପୋଲିସ ଷ୍ଟେସନ ଅଞ୍ଚଳରେ କୋଲାୟାଟ ଏବଂ ଗୋଲ୍ରି ମଧ୍ୟ ରାଜପଥରେ ଏକ ଟ୍ରକ୍ ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଟ୍ରକ ଡିଜେଲ ଟାଙ୍କି ବିସ୍ଫୋରଣ ହୋଇ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା । ହଠାତ ଏପରି ନିଆଁ ଲାଗିଯିବା କାରଣରୁ ଟ୍ରକ ଏବଂ ଡମ୍ପର ଡ୍ରାଇଭର ଦୁହେଁ ଘଟଣାସ୍ଥଳରେ ହିଁ ଜୀଅନ୍ତା ଜଳିଯାଇଥିଲେ । ସେଠାରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା ।
ଡମ୍ପରଟି କୋଲାୟତରୁ ବିକାନେରକୁ ଯାଉଥିବା ବେଳେ ଟ୍ରକଟି ବିକାନେରରୁ କୋଲାୟାଟ ଆଡକୁ ଯାଉଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ ଟ୍ରକ ଓ ଡମ୍ପରକୁ ହଟାଯାଇଛି । ଟ୍ରକ ଓ ଡମ୍ପରର ମାଲିକଙ୍କୁ ଖୋଜାଯାଉଛି । ଏହାପରେ ମୃତକଙ୍କ ପରିବାରକୁ ସୂଚନା ଦିଆଯିବ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ