ETV Bharat / bharat

ପୁଅର ପରୀକ୍ଷା ପାଇଁ ବାପାଙ୍କ ସାଇକେଲରେ 105 କିମି ଯାତ୍ରା ଘଟଣା: ପଢାଖର୍ଚ୍ଚ ଦେବେ ଆନନ୍ଦ ମହିନ୍ଦ୍ରା

ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫କିଲୋମିଟର ସାଇକେଲ ଚଳାଇଥିଲେ ବାପା । ଯାହା ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏସବୁ ଜଣିବା ପରେ ପୁଅର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କହିଲେ ଭାରତୀୟ ଅଟୋମୋବାଇଲ୍‌ କମ୍ପାନିର ମାଲିକ ଆନନ୍ଦ ମହିନ୍ଦ୍ରା । ଅଧିକ ପଢନ୍ତୁ...

author img

By

Published : Aug 23, 2020, 5:18 PM IST

ପୁଅର ପରୀକ୍ଷା ପାଇଁ ପିତାଙ୍କ ସାଇକେଲରେ 105 କିଲୋମିଟର ଘଟଣା: ପଢାଖର୍ଚ୍ଚ ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫କିଲୋମିଟର ସାଇକେଲ ଚଳାଇଥିଲେ ବାପା । ଯାହା ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ରହୁଥିବା ଶୋଭାରାମ । ଏସବୁ ଜଣିବା ପରେ ପୁଅର ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କହିଲେ ଜଣେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା । ଏହି ବ୍ୟକ୍ତିଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କର ଏପରି କାର୍ଯ୍ୟକୁ ଅଭିବାଦନ ଓ ପ୍ରଶଂସା କରିଥିଲେ । ଏହି ଖବର ଭାରତୀୟ ଅଟୋମୋବାଇଲ୍‌ କମ୍ପାନିର ମାଲିକ ଆନନ୍ଦ ମହିନ୍ଦ୍ରାଙ୍କୁ ଅଧିକ ପ୍ରଭାବିତ କରିଥିବା ବେଳେ ଏବେ ସେ ୧୦୫କିଲୋମିଟର ସାଇକେଲ ଚଳାଇଥିବା ଶୋଭାରାମଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ତାଙ୍କର ଏହି ପଦକ୍ଷେପକୁ ସବୁଆଡୁ ପ୍ରଶଂସା ମିଳୁଛି । ଆନନ୍ଦ ମହିନ୍ଦ୍ରା ଟ୍ୱିଟରେ ଲେଖିଛନ୍ତି, ନିଜ ପିଲାଙ୍କ ପାଇଁ ଏକ ସୁବର୍ଣ୍ଣ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଏହି ପିତାଙ୍କୁ ମୋର ନମସ୍କାର। ଏହିପରି ସ୍ୱପ୍ନ ଦେଶକୁ ଆଗକୁ ବଢ଼ାଏ । ଆମ ସଂଗଠନ ଆଶିଷଙ୍କ ପରବର୍ତ୍ତୀ ଅଧ୍ୟୟନର ଖର୍ଚ୍ଚ ବହନ କରିବ ବୋଲି କହିବା ସହ ଖବରଟିକୁ ଛାପିଥିବା ସାମ୍ବାଦିକଙ୍କୁ ଯୋଗାଯୋଗ କରିବା ପାଇଁ ଟୁଇଟରେ ଜଣାଇଛନ୍ତି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଖବର ପାଇ ଆନନ୍ଦ ମହିନ୍ଦ୍ରା ଅନେକଙ୍କୁ ସାହାଯ୍ୟ କରିଛନ୍ତି।

ବାସ୍ତବରେ, ଧର ଜିଲ୍ଲାର ବାଇଦିପୁରା ଗ୍ରାମରେ ରହୁଥିବା ଶୋଭାରାମଙ୍କ ପୁଅ ଆଶିଷ ଦଶମ ଶ୍ରେଣୀର ଛାତ୍ର । ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା କେନ୍ଦ୍ର କେବଳ ସମଗ୍ର ଜିଲ୍ଲାରେ କରାଯାଇଥିଲା । କୋରୋନା ସଂକ୍ରମଣ ହେତୁ ବସ୍ ଚାଲୁ ନଥିବା ବେଳେ ଆଶିଷଙ୍କୁ ପରୀକ୍ଷା ଦେବାକୁ ତାଙ୍କ ବାପା ସାଇକେଲରେ 105 କିଲୋମିଟର ଦୂରରେ ଥିବା ପରୀକ୍ଷା କେନ୍ଦ୍ରକୁ ନେଇଥିଲେ। ଆଶିଷଙ୍କ ପିତା ଶୋଭାରାମ କହିଛନ୍ତି ଯେ, ଅର୍ଥ ନ ଥିବାରୁ ତାଙ୍କୁ ସାଇକେଲ ଯୋଗେ ପରୀକ୍ଷା ପାଇଁ ଆସିବାକୁ ପଡିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.