ETV Bharat / bharat

ବାପ-ଝିଅ ଏକାଠି ଦେଲେ ଯୁକ୍ତ ଦୁଇ ପରୀକ୍ଷା - ଝିଅ ସହ ଯୁକ୍ତ ଦୁଇ ପରୀକ୍ଷା ଦେଲେ ବାପା

ଝିଅ ସହ ଯୁକ୍ତ ଦୁଇ ପରୀକ୍ଷା ଦେଲେ ବାପା ଗ୍ବାଲିଅରର ବ୍ୟାଙ୍କ କର୍ମଚାରୀ ବାଲ କିଶନ ସୈନୀ।। ପିଲା ଦିନର ଅଧୁରା ଇଚ୍ଛାକୁ ଝିଅ ସହ କରୁଛନ୍ତି ପୁରା । ଅଧିକ ପଢନ୍ତୁ...

Father and daughter apear in higher secondary examination
ବାପ-ଝିଅ ଏକାଠି ଦେଲେ ଯୁକ୍ତ ଦୁଇ ପରୀକ୍ଷା
author img

By

Published : Mar 3, 2020, 6:18 AM IST

ଭୋପାଳ: କୁହାଯାଏ ପାଠ ପଢିବାର କୌଣସି ବୟସ ନଥାଏ । ଏହାକୁ ସତ୍ୟପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଗ୍ବାଲିଅରର ବ୍ୟାଙ୍କ କର୍ମଚାରୀ ବାଲ କିଶନ ସୈନୀ। ନିଜ ଝିଅ ତାନ୍ୟା ସହ ହଲରେ ବସି ଦେଇଛନ୍ତି ଯୁକ୍ତ ଦୁଇ ପରୀକ୍ଷା । ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବାପ-ଝିଅ ଏକାଠି ଦେଲେ ଯୁକ୍ତ ଦୁଇ ପରୀକ୍ଷା

ପିଲାଦିନେ ଆର୍ଥିକ ସମସ୍ୟା ଯୋଗୁଁ କୌଣସିମତେ ଅଷ୍ଟମ ପର୍ଯ୍ୟନ୍ତ ପଢିଥିଲେ । ଆଉ ଅଧାରୁ ପାଠ ଛାଡି ବାପାଙ୍କ ସହ ଚାଟ ଠେଲାରେ ସାହାଯ୍ୟ କରୁଥିଲେ କିଶନ। ସମୟକ୍ରମେ ବିଭିନ୍ନ କାମ କରିବା ପରେ ବର୍ତ୍ତମାନ ଏକ ବ୍ୟାଙ୍କରେ ଦୈନିକ ବେତନଧାରୀ କର୍ମଚାରୀ ଭାବେ କାର୍ଯ୍ୟରତ। ହେଲେ ସେ ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ତାଙ୍କ ଚାକିରି ରେଗୁଲାର ହେବ ବୋଲି ସେ ଆଶା ରଖିଛନ୍ତି ।

ଗ୍ବାଲିଅରର ପଦ୍ମା ବିଦ୍ୟାଳୟରେ କିଶନ ଏବଂ ତାଙ୍କ ଝିଅ ଏକାଠି ପରୀକ୍ଷା ଦେଇଛନ୍ତି । ପରୀକ୍ଷା କେନ୍ଦ୍ରରେ ଅନ୍ୟ ଅବିଭାବକ ଦେଖି ଝିଅକୁ ଛାଡିବାକୁ ଆସିଥିବା ଭାବୁଥିଲେ । ହେଲେ ସେ ପରୀକ୍ଷା ହଲରେ ପ୍ରବେଶ ପରେ ସମସ୍ତେ ଅବାକ ହୋଇଯାଇଥିଲେ । କିନ୍ତୁ ନିଜ ଅଧୁରା ଇଚ୍ଛାକୁ ପୁରା କରିବାକୁ ହାତରେ ପେନ ପେପର ନେଇ ଲେଖା ଆରମ୍ଭ କରିଥିଲେ ବାଲ କିଶନ।

ପ୍ରଥମ ପେପର ଭଲରେ ଲେଖିଥିବା ନେଇ ଉଭୟ ଖୁସି ବ୍ୟକ୍ତ କରିଥିବା ଦେଖାଯାଇଛି । କିଶନଙ୍କ ଝିଅ ତାନ୍ୟା ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି । ସେ ଗତ ବର୍ଷ ଦଶମ ବୋର୍ଡ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.