ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଆଜି ଉପବାସ ରହିବେ । ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ଚାଷୀମାନେ ସଦଭାବନା ଦିବସ ପାଳିବେ । ଏହା ସହ ଉପବାସ ରହିବେ ବୋଲି ଜଣାପଡିଛି ।
ସିଙ୍ଘୁ ସୀମାରେ ପ୍ରେସ କନଫରେନ୍ସ କରି ଏପରି ସୂଚନା ଦେଇଛନ୍ତି କୃଷକ ନେତା । ଏହାସହ କେନ୍ଦ୍ର ସରକାର ଓ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ନେତା । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିବା ଦର୍ଶାଇବା ସହ ଏହା ଏବେ ଖୁଲାସା ହୋଇଛି ବୋଲି ଚାଷୀ ନେତା ଜଗଜିତ ସିଂ କହିଛନ୍ତି ।
ଆଜି ସକାଳ 9ଟାରୁ ସନ୍ଧ୍ୟା 5 ଟା ଯାଏ ଚାଷୀମାନେ ଉପବାସ କରିବାକୁ ଚାଷୀ ନେତା କହିଛନ୍ତି । ଏହାସହ ଆନ୍ଦୋଳନରେ ଆହୁରି ଅଧିକ କୃଷକ ଯୋଗଦେବାକୁ ସେ ନିବେଦନ କରିଛନ୍ତି ।
ସୂଚନାଥାଉକି, କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକ ମାନେ ଆନ୍ଦୋଳନ କରିଛନ୍ତି । ତେବେ ସାଧାରଣ ଦିବସରେ ଟ୍ରାକ୍ଟର ରାଲି କରିବା ସମୟରେ ଦେଖାଦେଇଥିବା ହିଂସା ପାଇଁ କୃଷକ ସଙ୍ଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଅନେକ ସଙ୍ଗଠନ ଆନ୍ଦୋଳନରୁ ଓହରି ଯାଇଛନ୍ତି ।